ଦିଲ୍ଲୀରେ ଶସ୍ତା ଘର କିଣିବାର ସୁବର୍ଣ୍ଣ ସୁଯୋଗ, ମାତ୍ର 7.91 ଲକ୍ଷ ଟଙ୍କାରେ ମିଳୁଛି DDA ଫ୍ଲାଟ୍

0

Get real time updates directly on you device, subscribe now.

ଯଦି ଆପଣ ଦିଲ୍ଲୀ ଏନ୍ସିଆରରେ ଜବ କରନ୍ତି ଏବଂ ଦେଶର ରାଜଧାନୀରେ ନିଜ ଘରର ସ୍ବପ୍ନ ଦେଖୁଛନ୍ତି । ତେବେ ଆପଣଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ ଅଛି । DDA Housing Scheme ମାଧ୍ୟମରେ ଆପଣ ବହୁତ୍ କମ ଦାମରେ ନିଜ ସ୍ବପ୍ନକୁ ପୂରଣ କରିପାରିବେ । ଏହି ସ୍କୀମ ଅଧୀନରେ ଦିଲ୍ଲୀ ବିକାଶ ପ୍ରାଧିକରଣ 8500 ଫ୍ଲାଟ୍ ବିକ୍ରି ହେଉଛି । ଏହାର ମୂଲ୍ୟ 7.91 ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ।

ଅଲଗା ଅଲଗା କାଟାଗୋରୀରେ ଏତେ ମୂଲ୍ୟ :-

ଦିଲ୍ଲୀ ବିକାଶ ପ୍ରାଧିକରଣ EWS ଏବଂ LIG କାଟାଗୋରୀର ଏହି ଫ୍ଲାଟ୍ ବିକ୍ରିର ଆରମ୍ଭ କରିଛି । ଏହି ଦୁଇ କାଟାଗୋରୀର ଫ୍ଲାଟଗୁଡ଼ିକର ମୂଲ୍ୟ ବିଷୟରେ କହିବାକୁ ଗଲେ ଡିଡିଏ EWS ଫ୍ଲାଟର ମୂଲ୍ୟ ସର୍ବନିମ୍ନ 7.91 ଲକ୍ଷରୁ ଟଙ୍କାରୁ ନେଇ ସର୍ବାଧିକ 12.42 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିର୍ଦ୍ଧାରିତ କରିଛି । ଏହାସହିତ LIG ଫ୍ଲାଟଗୁଡ଼ିକର ମୂଲ୍ୟ 18.10 ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ ଏବଂ ସର୍ବାଧିକ 22.80 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥାଏ ।

ଅନଲାଇନ୍ ଆବେଦନ ପ୍ରକ୍ରିୟା ଜାରି :-

ଡିଡିଏର ଏହି ଫ୍ଲାଟ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଗତ ସୋମବାର ଠାରୁ ଆରମ୍ଭ ହୋଇଯାଇଛି । ଯଦି ଆପଣ ମଧ୍ୟ ଏହି ଫ୍ଲାଟ୍ କିଣିବାକୁ ଚାହୁଁଛନ୍ତି, ତେବେ ଡିଡିଏର ୱେବସାଇଟ ମାଧ୍ୟମରେ ସହଜ ଷ୍ଟେପରେ ଏଥିପାଇଁ ଆବେଦନ କରିପାରିବେ । ଏହି 8, 500 ଫ୍ଲାଟ ମଧ୍ୟରୁ EWS ଫ୍ଲାଟ୍ ପାଇଁ ବୁକିଂ ଆମାଉଣ୍ଟ 10,000 ଟଙ୍କା ଏବଂ LIG ଫ୍ଲାଟ୍ ପାଇଁ ବୁକିଂ ଆମାଉଣ୍ଟ 15,000 ଟଙ୍କା ରଖାଯାଇଛି ।

ପ୍ରଥମେ ଆସନ୍ତୁ, ପ୍ରଥମେ ପାଆନ୍ତୁ ପଲିସି :-

ହାଉସିଙ୍ଗ ଅଥରିଟି ଗୋଟିଏ ଟୁଇଟ ମାଧ୍ୟମରେ ଏସ ସ୍କିମ ଆରମ୍ଭ ହେବାର ସୂଚନା ସେୟାର କରିଛି । ଏହାସହିତ ଡିଡିଏର ଟୁଇଟରେ ସଫା ସଫା କୁହାଯାଇଛି ଯେ ଏହା ନିଜ ସ୍ୱପ୍ନର ଘର କିଣିବାର ସୁଯୋଗ ଅଟେ ଏବଂ ଆପଣ ଅନଲାଇନ୍ ପେମେଣ୍ଟ କରି ନିଜ ଫ୍ଲାଟ୍ ତୁରନ୍ତ ବୁକ୍ କରିପାରିବେ । ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟି କହିଛି ଯେ ଏହି ଫ୍ଲାଟଗୁଡ଼ିକୁ ପ୍ରଥମେ ଆସନ୍ତୁ, ପ୍ରଥମେ ପାଆନ୍ତୁ ଆଧାରରେ ବିକ୍ରି କରାଯାଉଛି ।

Leave A Reply

Your email address will not be published.