ଧୀରେ ଧୀରେ ସୁସ୍ଥ ହେଉଛନ୍ତି ରବୀନ୍ଦ୍ର ଜଡେଜା,କ୍ରଚ ସାହାରାରେ ଛିଡା ହେଉଥିବାର ନଜରରେ ଆସିଲେ

0

Get real time updates directly on you device, subscribe now.

Ravindra Jadeja Recovery Photo Viral:-

ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜଡେଜାଙ୍କ ପ୍ରଶଂସକଙ୍କ ପାଇଁ ଭଲ ଖବର ଆସିଛି। ସେ ରିକଭରୀ କରିବା ଆରମ୍ଭ କରିଦେଇଛନ୍ତି। ଜଡେଜା ନିଜର ସୋସିଆଲ ମିଡିଆ ଏକାଉଣ୍ଟରେ ଏକ ଫୋଟ ସେୟାର କରିଛନ୍ତି ଯେଉଁଥିରେ ସେ ଏକ କ୍ରଚ ସାହାରାରେ ଛିଡା ହେଉଥିବାର ନଜର ଆସୁଛନ୍ତି। ଜଡେଜାଙ୍କ ଆଘାତ କାରଣରୁ ଟି-୨୦ ବିଶ୍ଵକପରେ ତାଙ୍କର ଚୟନ ହୋଇନାହିଁ। ସେ ଏସିଆ କପର ଆରମ୍ଭର ଦୁଇଟି ମ୍ୟାଚ ଖେଳିବା ପରେ ଟୁର୍ଣ୍ଣାମେଣ୍ଟରୁ ବାହାରିଯାଇଥିଲେ।

ସୋସିଆଲ ମିଡିଆରେ ସେୟାର କରିଲେ ଫୋଟ:-

ଭାରତୀୟ ଦଳର ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜଡେଜା ନିଜର ଏକ ଫୋଟ ନିଜର ସୋସିଆଲ ମିଡିଆରେ ସେୟାର କରିଥିଲେ। ଫୋଟରେ ସେ ନିଜର କ୍ରଚ ସାହାରାରେ ଛିଡା ହୋଇଥିବାର ନଜର ଆସୁଛନ୍ତି। ଏମିତି ଲାଗୁଛିକି ସେ ବର୍ତ୍ତମାନ ନିଜର ରାଜକୋଟ ଘରେ ଅଛନ୍ତି। ତାଙ୍କର ଗୋଡରେ ପ୍ଲାଷ୍ଟର ବନ୍ଧା ହୋଇଛି। ସେ ଏହି ଫୋଟ ସହିତ କ୍ୟାପସନରେ ଲେଖିଛନ୍ତି,’One Step at a Time’.

ଫେରିବା ତାରିଖ ବର୍ତ୍ତମାନ ଜଣାନାହିଁ:-

ରବୀନ୍ଦ୍ର ଜଡେଜାଙ୍କ ଆଣ୍ଠୁ ସର୍ଜରୀ ହେବା ପରେ ସେ ସ୍ଵଦେଶ ଫେରି ଆସିଛନ୍ତି। ଏସିଆ କପ ସମୟରେ ଜଡେଜାଙ୍କୁ ଆଣ୍ଠୁରେ ଆଘାତ ଲାଗିଥିଲା। ତାଙ୍କୁ ସ୍କି ବୋର୍ଡ ଉପରେ ସନ୍ତୁଳନ ରଖିବାକୁ ପଡିଥିଲା। ଏହି ଆଘାତ ତାଙ୍କୁ କେବଳ ଏସିଆ କପ ନୁହଁ ବରଂ ଟି-୨୦ ବିଶ୍ଵକପ ୨୦୨୨ ରୁ ବାହାର କରିଦେଲା। ତାଙ୍କର ପଡିଆକୁ ପ୍ରତ୍ୟାବର୍ତ୍ତନ ତାରିଖ ସେତେବେଳେ ଜଣାପଡିବ, ଯେତେବେଳେ ସେ ସର୍ଜରୀରୁ ଠିକ ହେବା ପରେ ଏନସିଏରେ ରିପୋର୍ଟ କରିବେ।

ତୃତୀୟ ଶତକ ମଧ୍ୟ କରିଛନ୍ତି ଜଡେଜା:-

ସୌରାଷ୍ଟ୍ରରେ ଜନ୍ମ ହୋଇଥିବା ଜଡେଜା ଲେଫ୍ଟ ଆର୍ମ ସ୍ପିନ ଅଲରାଉଣ୍ଡର ଅଟନ୍ତି। ସେ ବର୍ତ୍ତମାନ ପର୍ଯ୍ଯନ୍ତ ୬୦ଟି ଟେଷ୍ଟ, ୧୭୧ଟି ଦିନକିଆ ଓ ୬୪ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ସେ ଟେଷ୍ଟରେ ତିନୋଟି ଶତକ ଓ ୧୭ଟି ଅର୍ଦ୍ଧଶତକ ସାହାଯ୍ୟରେ ୨୫୨୩ ରନ କରିଛନ୍ତି। ଯେତେବେଳେକି ସେ ୨୪୨ଟି ୱିକେଟ ନେଇଛନ୍ତି। ଦିନକିଆରେ ୧୩ଟି ଅର୍ଦ୍ଧଶତକ ବଦଳରେ ୨୪୪୭ ରନ କରିଛନ୍ତି ଓ ୧୮୯ଟି ୱିକେଟ ନେଇଛନ୍ତି। ଟି-୨୦ ଆନ୍ତର୍ଜାତୀୟରେ ୫୧ଟି ୱିକେଟ ନେବା ସହ ୪୫୭ ରନ କରିଛନ୍ତି। ସେ ଫାଷ୍ଟ କ୍ଳାସ କ୍ରିକେଟରେ ତୃତୀୟ ଶତକ କରିଛନ୍ତି।

Leave A Reply

Your email address will not be published.