ବ୍ରହ୍ମପୁରରେ ବର୍ତ୍ତମାନ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଯେଉଁଠି ଜେନ କିନ୍ନରଙ୍କୁ ସମାଜର କିଛି ଲୋକ ମଧ୍ୟ ଛାଡିନାହାନ୍ତି। ପୂର୍ବରୁ ପ୍ରେମରେ ଧୋକା କେବଳ ପୁଅ ଓ ଝିଅଙ୍କୁ ଦେଖିବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ କିନ୍ନରମାନଙ୍କୁ ମଧ୍ୟ ଏସବୁର ସାମ୍ନା କରିବାକୁ ପଡୁଛି। ଯେଉଁଠି କିନ୍ନରମାନଙ୍କୁ ନେଇ ସମାଜ ଏକ ଅନ୍ୟ ନଜରରେ ଦେଖେ ସେଇଠି ଏହି କିନ୍ନରମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖି ତାଙ୍କର ଜୀବନ ସହିତ ଖେଲାଯାଉଛି। ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ବିଷୟରେ।
ଗତକାଲି ଜଣେ କିନ୍ନରଙ୍କ ସହିତ ଜଣେ ମହିଳା ନିଜର ସ୍ଵାମୀଙ୍କର ବିବାହ କରିଦେଇଥିବା ସମୟରେ ଆଜି କିନ୍ତୁ ଏହାର ସଂପୂର୍ଣ୍ଣ ବିପରୀତ ଦେଖିବାକୁ ମିଲିବହି। ଅର୍ଥାତ କେଉଁଭଳି ଭାବରେ ତାଙ୍କ ସହିତ ପ୍ରତାରଣା ହେଉଛି ଏ କଥା ସେହି କିନ୍ନରଜଣଙ୍କ ନିଜେ କହିଛନ୍ତି।
“ମୋ ନାମ ଜଗନ୍ନାଥ ସାହୁ। ଗୋଟେ ବର୍ଷ ହୋଇଯିବ ମୁଁ ଶୁଭମ ପ୍ରକାଶ ସାହୁଙ୍କ ସହିତ ସମ୍ପର୍କରେ ଥିଲି। ତାଙ୍କ ସହିତ ମୁଁ ଅନେକ ଥର ଶାରୀରିକ ମଧ୍ୟ ହୋଇଛି। ବର୍ତ୍ତମାନ ତାର ମୋର ସମ୍ପର୍କ ସରିଲା ପରେ ସେ ମୋତେ ଅଣଦେଖା କରୁଛି। ସେ ମୋତେ କୋର୍ଟରେ ବିବାହ କରିବ ବୋଲି କହିଥିଲା। ଯେତେବେଳେ ମୁଁ ତାଙ୍କୁ ବିବାହ କଥା କହିଲି ସେ କହିଲା ତୁ ଆସି ଘରେ କହ ଆଉ ଆମ ଘରେ ସବୁ ଜାଣିଛନ୍ତି, ତୁ କହିଲେ ସବୁ ରାଜି ହୋଇଯିବେ। ସେଥିପାଇଁ ମୁଁ ଯେତେବେଳେ ତାର ଘରକୁ ଯାଇ କହିଲି ତାଙ୍କ ଘର ଲୋକ ମିଶି ମୋତେ ପିଟିବାକୁ ଲାଗିଲେ। ଓ ତାର-ମୋର କିଛି ଆନ୍ତରିକ ଫୋଟ ଓ ଭିଡିଓ ମୁଁ ମୋବାଇଲରେ ରଖିଥିଲି, ସେମାନେ ମୋ ଫୋନକୁ ନେଇଗଲେ। ବେକରେ ଏକ ସୁନା ଚେନ ମଧ୍ୟ ଥିଲା ତାକୁ ନେଇଗଲେ। ଏ ବିଷୟରେ ମୁଁ ଆସି ଥାନାରେ ଅଭିଯୋଗ କରିଲି, ସେତେବେଳେ ପୋଲିସ ମୋତେ ପଚାରୁଛନ୍ତି ତୁମର ବ୍ରେଷ୍ଟ ଅରିଜିନାଲ ନା ଡୁପ୍ଳିକେଟ?”
ତାଙ୍କର ଅଭିଯୋଗ କେବଳ ଏତିକି ନୁହେଁ, ତାଙ୍କର ଅଭିଯୋଗ ମଧ୍ୟ ରହିଛିକି ପୋଲିସ ତାଙ୍କ ସହିତ ଅସଭ୍ୟ ଅସଦାଚରଣ ବ୍ୟବହାର କରିଛି। ତାଙ୍କର ଏହି ପ୍ରେମ ଫେସବୁକରୁ ଆରମ୍ଭ ହୋଇଥିଲା। ପ୍ରଥମେ ସେମାନେ ଭଲ ସାଙ୍ଗ ହୋଇଥିଲେ ଓ ପରେ ପ୍ରେମିକ-ପ୍ରେମିକା ଓ ତାପରେ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ଏହି କିନ୍ନର ଜଣକ ବର୍ତ୍ତମାନ ତାଙ୍କର ପ୍ରେମିକା ପ୍ରତାରଣା ଦେଉଥିବାର ଅଭି9ଯୋଗ ଆଣିଛନ୍ତି। ସେଥିପାଇଁ ସେ ବ୍ରହ୍ମପୁରର ଏସପି କାର୍ଜ୍ଯାଳୟର ଆରକ୍ଷ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଓ ତାଙ୍କର ପ୍ରେମିକ ବ୍ରହ୍ମପୁର ସହରର ବିଜିପୁର ଅଞ୍ଚଳରେ ରୁହନ୍ତି। ତେବେ ବର୍ତ୍ତମାନ ଏକ ପ୍ରଶ୍ନ ହେଉଛିକି କଣ ପ୍ରେମ କରିବା ପୂର୍ବରୁ ସେହି ବ୍ୟକ୍ତି ଜଣକ ଜାଣିନଥିଲେକି ଏ ହେଉଛନ୍ତି ଜଣେ କିନ୍ନର। ତାପରେ ସେ ତାଙ୍କୁ ଭଲ କେମିତି ପାଉଥିଲେ। ଯଦିଓ ଭଲ ପାଇଲେ କିନ୍ତୁ ସେ ତାଙ୍କ ସହିତ ଶାରୀରିକ ସମ୍ପର୍କ କାହିଁକି ରଖିଥିଲେ।