ଶୋଇବା ଅବସ୍ଥାରେ କାମୁଡ଼ିଲା ରଣା, ଚାଲିଗଲେ ସ୍ୱାମୀ, ଗୁରୁତର ସ୍ତ୍ରୀ….

0

Get real time updates directly on you device, subscribe now.

କଥାରେ ଅଛିକି ରଣା ଘଡିକେ କରିବ ବଣା। କୁହାଯାଏକି ସାପମାନଙ୍କ ମଧ୍ୟରେ ରଣାର ବିଷ ବହୁତ ବିଷାକ୍ତ ଅଟେ। ଆଉ ଥରେ ରଣା ଯାହାକୁ ଚୋଟମାନେ ତାର ବଞ୍ଚିବା ମଧ୍ୟ କଷ୍ଟ ହୋଇଯାଏ। ରଣା ଚୋଟରେ ଚାଲିଯାଇଛି ସ୍ଵାମୀଙ୍କର ଜୀବନ। ସ୍ତ୍ରୀ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ବୌଦ୍ଧଖଣ୍ଡି ହରିଜନ ସାହିରେ। ରାତିରେ ଶୋଇବା ଅବସ୍ଥାରେ ସାପ କାମୁଡାରେ ସ୍ବାମୀଙ୍କର ମୃତ୍ୟୁ ହେବା ପରେ ସ୍ତ୍ରୀ ବର୍ତ୍ତମାନ ଗୁରୁତର ହୋଇ ପଡିଛନ୍ତି। ଗତକାଲି ବଲାଙ୍ଗୀରରେ ରଣା ସାପ କାମୁଡାରେ ଗୋଟିଏ ୩ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ସମୟରେ ଆଜି ପୁଣି ରାଜଧାନୀ ଉପକଣ୍ଠରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି।

ମୃତକଜଣକ ହେଲେ ଚିତ୍ରସେନ ଭୋଇ। ଗୁରୁତର ଅବସ୍ଥା ଥିବା ତାଙ୍କର ସ୍ତ୍ରୀ ହେଉଛନ୍ତି ପ୍ରତିମା ଭୋଇ। ଚିତ୍ରସେନ ଓ ପ୍ରତିମା ଗତକାଲି ରାତିରେ ଖାଇସାରିବା ପରେ ଶୋଇଥିଲେ। ବିଳମ୍ବିତ ରାତିରେ ସାପଟି ପ୍ରଥମେ ଚିତ୍ରସେନଙ୍କୁ କାମୁଡିଥିଲା ଏହାର କିଛି ସମୟ ପରେ ପ୍ରତିମାଙ୍କୁ କାମୁଡିଥିଲା। ସ୍ଵାମୀ ଓ ସ୍ତ୍ରୀ ଉଭୟ କଣ କାମୁଡିଲା ବୋଲି ଜାଣିପାରିଲେ ନାହିଁ। ଏହାପରେ ସେମାନେ ଲାଇଟ ଦେଇ ଖୋଜିଥିଲେ। ଆଉ ସେ ସମୟରେ ସାପ ଘର ଭିତରେ ବୁଲୁଥିବାର ଦେଇଥିଲେ। ଆଉ ସାପକୁ ଦେଖି ସ୍ଵାମୀ-ସ୍ତ୍ରୀ ଉଭୟ ଭୟଭୀତ ହୋଇଯାଇଥିଲେ।

ଘର ଭିତରେ ସାପ ବୁଲୁଥିବାର ଦେଖି ସେମାନଙ୍କୁ ସାପ କାମୁଡିଥିବ ବୋଲି ଭାବି ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଅଣାଯାଇଥିଲା। କିନ୍ତୁ ସେଥିରେ ଚିତ୍ରସେନଙ୍କ ଜୀବନ ଚାଲିଯାଇଥିବା ସମୟରେ ପତ୍ନୀ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ଲୋକେ ସାପକୁ ଏକ ବାଲଟି ମଧ୍ୟରେ ରଖିଛନ୍ତି। ଚିତ୍ରସେନଙ୍କର ଶବକୁ ବ୍ୟବଚ୍ଛେଦ କରି କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି। ବର୍ତ୍ତମାନ ସାରା ଗାଁରେ ଏକ ଶୋକାକୁଳ ପରିବେଶ ଛାଇଯାଇଛି।

Leave A Reply

Your email address will not be published.