Interesting Story: ପୁଅ ଉଠାଉନଥିଲା ଫୋନ୍, 600KM ଦୂରକୁ ଆସିଲେ ବାପାମାଆ, Swiggy ଏଜେଣ୍ଟ ଏହିପରି ଭାବରେ କରାଇଲେ ଭେଟ

0

Get real time updates directly on you device, subscribe now.

Swiggy Delivery Agent Interesting Story: ଖାଇବା ପିଇବାଠାରୁ ଆରମ୍ଭକରି ଜିନିଷପତ୍ର ପର୍ଯ୍ୟନ୍ତ, ସବୁ ପ୍ରକାରର ଜିନିଷ ଅନଲାଇନ୍ ଅର୍ଡର କରାଯାଇପାରିବ ଏବଂ ଯେକୌଣସି ବ୍ୟକ୍ତିଙ୍କ ଘରେ ପହଞ୍ଚିପାରିବ । ଡେଲିଭରି ଆପ ଲୋକମାନଙ୍କ ପାଇଁ ସୁବିଧାଜନକ ହୋଇଥାଏ ଏବଂ ସେହିପରି ଏପରି ପ୍ଲାଟଫର୍ମରେ କାମ କରୁଥିବା କର୍ମଚାରୀ ମଧ୍ୟ ଆବଶ୍ୟକ ସମୟରେ ବହୁତ୍ ସାହାଯ୍ୟ ମଧ୍ୟ କରିଥାନ୍ତି । ଗୋଟିଏ ସହରର ବୃଦ୍ଧ ଦମ୍ପତିଙ୍କ ସାହାଯ୍ୟ ପାଇଁ ସ୍ୱିଗି ଡେଲିଭରି ଏଯେଣ୍ଟ କେବଳ ତାଙ୍କ ସହ ଆସିଲେ ନାହିଁ ବରଂ ତାଙ୍କର ହଜି ଯାଇଥିବା ପୁଅ ସହ ମଧ୍ୟ ଭେଟ କରାଇଲେ । ଏହା ଉପରେ ଟୁଇଟରରେ ଗୋଟିଏ ଷ୍ଟୋରୀ ଖୁବ୍ ଭାଇରାଲ ହେଉଛି, ଯାହାକୁ ପଢ଼ିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଚାଲନ୍ତୁ ଜାଣିବା ଯେ ପ୍ରକୃତରେ ସ୍ୱିଗି ଡେଲିଭରି ବୟ ତାଙ୍କୁ କିପରି ସାହାଯ୍ୟ କଲେ ।

Swiggy Agent ବାପାମାଆଙ୍କୁ ପୁଅ ସହ ଭେଟ କରାଇଲେ :-

ସାଇକିରଣ କନ୍ନନ ନାମକ ଜଣେ ବ୍ୟକ୍ତି ଟୁଇଟରରେ ସେୟାର କରିଛନ୍ତି ଯେ କିପରି ବେଙ୍ଗାଲୁରୁରେ ରହୁଥିବା ତାଙ୍କ ମା ସ୍ୱିଗି ଡେଲିଭରି ବୟଙ୍କ ସାହାଯ୍ୟରେ ଚେନ୍ନାଇର ଏକ ବୃଦ୍ଧ ଦମ୍ପତିଙ୍କୁ ତାଙ୍କ ପୁଅ ସହ ଯୋଗାଯୋଗ କରିବାରେ ସାହାଯ୍ୟ କଲେ, ଯିଏକି ସିକନ୍ଦରାବାଦରେ ରୁହନ୍ତି । ସାଇକିରଣ କନ୍ନନ ଟୁଇଟରରେ ଥ୍ରେଡ ମାଧ୍ୟମରେ ଅନେକ ଟୁଇଟ କରିଛନ୍ତି ଏବଂ କହିଛନ୍ତି ଯେ କିପରି ତାଙ୍କ ମା ବୃଦ୍ଧ ଦମ୍ପତିଙ୍କୁ ତାଙ୍କ ପୁଅ ସହ ଭେଟ କରାଇଲେ । ବୃଦ୍ଧ ଦମ୍ପତି ଚେନ୍ନାଇରୁ ନିଜ ପୁଅ ସହ ଦେଖା କରିବାପାଇଁ ସିକନ୍ଦରାବାଦ ଆସିଲେ, କାରଣ ବହୁତ୍ ଦିନ ଧରି ତାଙ୍କ ପୁଅ ଫୋନ୍ ଉଠାଉ ନଥିଲା । ଅବଶ୍ୟ ତାଙ୍କୁ ପୁଅର ଠିକଣା ଜଣାଥିଲା ।

ଫୋନ୍ ନ ଉଠାଇବାରୁ ବୃଦ୍ଧ ଦମ୍ପତି ଦେଖା କରିବାକୁ ଚାଲିଆସିଲେ :-

ଏହାପୂର୍ବରୁ ବୃଦ୍ଧ ମା ନିଜ ପୁଅ ପାଇଁ କିଛି ବିସ୍କୁଟ ଏବଂ ଜୁସ ସେଠାରେ ପହଞ୍ଚାଇବା ପାଇଁ ସ୍ଵିଗୀ ଦ୍ଵାରା ଅର୍ଡର ଦେଲେ । ତାଙ୍କର ଆଇଡିଆ ଥିଲା ଯେ ମିଷ୍ଟର ଏକ୍ସ ଅର୍ଥାତ୍ ତାଙ୍କ ପୁଅର ଯାଞ୍ଚ କରିବା ଏବଂ ଏହା ଦେଖିବାର ଅଛି ଯେ ତାଙ୍କ ପୁଅ ସୁରକ୍ଷିତ ଏବଂ ସୁସ୍ଥ ଅଛି କି ନାହିଁ । ଡେଲିଭରି ଏଜେଣ୍ଟ ସେ ଅଞ୍ଚଳକୁ ଗଲେ, କିନ୍ତୁ ଠିକ୍ ଘର ମିଳିଲା ନାହିଁ, କାରଣ ସେ ସଠିକ୍ ଠିକଣା ଖୋଜି ପାରୁନଥିଲେ । ଏହାପରେ ତାଙ୍କ ମା ସେସବୁ ଜିନିଷ ଡେଲିଭରି ଏଜେଣ୍ଟକୁ ନିଜେ ରଖିବାକୁ କହିଲେ ଏବଂ ଚେଷ୍ଟା କରିଥିବାରୁ ଧନ୍ୟବାଦ୍ ଦେଲେ । ତାପରେ ସେହି ବୃଦ୍ଧ ଦମ୍ପତି ମୋ ମାଙ୍କ ସହ ଯୋଗାଯୋଗ କଲେ ।

ନିଜ ପୁଅର ଠିକଣାରେ ପଠାଇଲେ କିଛି ଜିନିଷ :-

ସାଇକିରଣ ଆଗକୁ କହିଛନ୍ତି, ‘ ମୋ ମା ବୃଦ୍ଧ ଦମ୍ପତିଙ୍କୁ ମିଷ୍ଟର ଏକ୍ସଙ୍କ କିଛି ସାଙ୍ଗମାନଙ୍କ ସହ ଯୋଗାଯୋଗ କରିବାକୁ କହିଲେ, ଯେପରିକି ତାଙ୍କ କହିବା ଅନୁଯାୟୀ ସ୍ଥାନ ବିଷୟରେ ଆଉ କିଛି ସୂଚନା ମିଳିପାରିବ । ଏହି ଆଇଡିଆ କାମ କଲା ଏବଂ ସାଙ୍ଗମାନେ ମିଷ୍ଟର୍ ଏକ୍ସଙ୍କ ସଠିକ୍ ଠିକଣା କହିଦେଲେ । ଏହାପରେ ମିଷ୍ଟର୍ ଏକ୍ସଙ୍କ ମା ପୁଣିଥରେ ସେହି ଡେଲିଭରି ଏଯେଣ୍ଟଙ୍କୁ ଫୋନ୍ କଲେ ଏବଂ ଅନୁରୋଧ କଲେ ଯେ କଣ ସେ ପୁଣିଥରେ ତାଙ୍କ ପୁଅକୁ ଖୋଜିବାପାଇଁ ଏକ ନୂଆଁ ସ୍ଥାନକୁ ଯାଇପାରିବେ ।

ଶେଷରେ ମିଳିଗଲା ସଠିକ୍ ଠିକଣା ଏବଂ ଏହିପରି ହେଲା ଭେଟ :-

30 ମିନିଟ୍ ପରେ ଡେଲିଭରି ମ୍ୟାନ ଫୋନ୍ କରି କହିଲେ ଯେ ସେ ସେହି ବ୍ୟକ୍ତିଙ୍କ ଫ୍ଲାଟ୍ ଆଗରେ ଠିଆ ହୋଇଛନ୍ତି । କବାଟ ଖୋଲିବା ମାତ୍ରେ ହିଁ ସେ ମିଷ୍ଟର୍ ଏକ୍ସଙ୍କୁ ଫୋନ୍ ଧରାଇ ଦେଲେ । ତାପରେ ପୁଅ ଗାଏବ ହେବାର ଷ୍ଟୋରୀ ଉପରୁ ପରଦା ଉଠିଗଲା ଏବଂ ସେ କହିଲା ଯେ କିଛିଦିନ ପୂର୍ବରୁ ତାର ଆକ୍ସିଡେଣ୍ଟ ହୋଇଯାଇଥିଲା ଏବଂ ସେ ମେଡିକାଲି ରେଷ୍ଟରେ ଥିଲେ । ସେ ଚାହୁଁନଥିଲେ ଯେ ତାଙ୍କ ବାପାମା ଚିନ୍ତିତ ହୁଅନ୍ତୁ ଏବଂ ଏହି କାରଣରୁ ସେମାନଙ୍କ ଫୋନ୍ କଲଠାରୁ ଦୂରେଇ ରହୁଥିଲେ । ତେବେ ସେହି ବ୍ୟକ୍ତି ବର୍ତ୍ତମାନ ଠିକ୍ ହେଉଛନ୍ତି । ଶ୍ରୀନାଥ ଶ୍ରୀକାନ୍ତ ନାମକ ସ୍ୱିଗୀ ଡେଲିଭରି ଏଯେଣ୍ଟ ସେହି ଜିନିଷ ମଧ୍ୟ ଦେଇଦେଲେ, ଯାହା ମହିଳା ଆରମ୍ଭରୁ ମିଷ୍ଟର୍ ଏକ୍ସଙ୍କ ପାଇଁ କିଣିଥିଲେ । ତାଙ୍କ ମା ତାଙ୍କ ଚେଷ୍ଟା ପାଇଁ ଏଯେଣ୍ଟଙ୍କ GPay ଖାତାକୁ କିଛି ରାଶି ଟ୍ରାନ୍ସଫର୍ କଲେ ।

Leave A Reply

Your email address will not be published.