ଭାରତର ଟି-୨୦ ବିଶ୍ଵକପ ୨୦୨୨ ପାଇଁ ଦଳ:-
ଆଗାମୀ ମାସରେ ଅଷ୍ଟ୍ରେଲିଆରେ ହେବାକୁ ଯାଉଛି ଟି-୨୦ ବିଶ୍ଵକପ, ଏଥିପାଇଁ ଭାରତୀୟ ଦଳ ବର୍ତ୍ତମାନ ସମ୍ପୂର୍ଣ ରୂପରେ ପ୍ରସ୍ତୁତ ଦେଖାଯାଉଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତରଫରୁ ସୋମବାର ଦିନ ୧୨ ସେପ୍ଟେମ୍ବରରେ ବିଶ୍ଵକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇସାରିଛି।
ଏଥର ବିସିସିଆଇ ଭାରତୀୟ ଦଳରେ ବ୍ୟାଟିଂ ଓ ବୋଲିଂ ମଧ୍ୟରେ ସନ୍ତୁଳନ ରଖିବାକୁ ସମ୍ପୂର୍ଣ ଚେଷ୍ଟା କରିଛି। ସେଥିପାଇଁ ୧୫ଜଣିଆ ଥିବା ଏକ ଦଳରେ ୭ଜଣ ବ୍ୟାଟିଂ ସ୍ପେଶାଲିଷ୍ଟ, ୫ଜଣ ବୋଲିଂ ସ୍ପେଶାଲିଷ୍ଟ ଓ ୩ଜଣ ଅଲରାଉଣ୍ଡରଙ୍କୁ ସ୍ଥାନ ଦେଇଛି।
ଭାରତୀୟ ଦଳର ଶକ୍ତି:-
ଆପଣ ଭାରତୀୟ ଦଳର ୧୫ଜଣିଆ ସ୍କ୍ବାଡ ଦେଖିଥିବେ। ଏଥିରେ ଭାରତୀୟ ଦଳର ସବୁଠାରୁ ବଡ ଶକ୍ତି ହେଉଛି ଟପ-୩ ବ୍ୟାଟ୍ସମ୍ୟାନ ରୋହିତ, ରାହୁଲ ଓ କୋହଲି। ଯଦି ପ୍ଲେଇଙ୍ଗ-୧୧ ରେ ସୁଯୋଗ ମିଳେ, ତେବେ କାର୍ତ୍ତିକ ବେଷ୍ଟ ଫିନିଶର ପରି ମ୍ଯାଚ ଶେଷ କରିପାରିବେ।
ବୋଲିଂରେ ଜସପ୍ରୀତ ବୁମରାହ ଓ ଭୁବନେଶ୍ବର କୁମାରଙ୍କ କମ୍ବିନେଶନ ଧମାଲ କରୁଅଛି। ସହଯୋଗ ପାଇଁ ହର୍ଷଲ ଓ ଅର୍ଶଦୀପଙ୍କ ସହିତ ପାଣ୍ଡ୍ୟା ମଧ୍ୟ ରହିବେ। ସ୍ପିନରରେ ଚହଲ ରହିବେ, ଯିଏକି ଅକ୍ଷରଙ୍କ ସହିତ ମିଶି କମାଲ ଦେଖାଇବେ।
ବିଶ୍ଵକପ ପାଇଁ ଘୋଷଣା ହୋଇଥିବା ଭାରତୀୟ ଦଳ ଏହି ପ୍ରକାରର…:-
୭ଜଣ ବ୍ୟାଟ୍ସମ୍ୟାନ:
ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ(ୱିକେଟକିପର) ଓ ଦିନେଶ କାର୍ତ୍ତିକ(ୱିକେଟକିପର)
୨ଜଣ ସ୍ପିନର ଅଲରାଉଣ୍ଡର:
ଆର. ଅଶ୍ଵିନୀ ଓ ଅକ୍ଷର ପଟେଲ
ଜଣେ ଫାଷ୍ଟ ବୋଲର ଅଲରାଉଣ୍ଡର:
ହାର୍ଦ୍ଦିକ ପାଣ୍ଡ୍ୟା
ଜଣେ ସ୍ପିନର:
One title 🏆
One goal 🎯
Our squad 💪🏻#TeamIndia | #T20WorldCup pic.twitter.com/Dw9fWinHYQ— BCCI (@BCCI) September 12, 2022
ଯୁଜୁବେନ୍ଦ୍ର ଚହଲ
୪ଜଣ ସ୍ପେଶାଲିଷ୍ଟ ଦୃତ ବୋଲର:
ଜସପ୍ରୀତ ବୁମରାହ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ
ଷ୍ଟାଣ୍ଡବାଏ ଖେଳାଳୀ:
ମହମ୍ମଦ ଶାମୀ, ଶ୍ରେୟସ ଅୟର, ରବି ବିଶ୍ନୋଇ, ଦୀପକ ଚହର
ଭାରତୀୟ ଦଳର କମଜୋରି:-
ବର୍ତ୍ତମାନ ଋଷଭ ପନ୍ତ ଭଲ ଫର୍ମରେ ନାହାଁନ୍ତି। ସୂର୍ଯ୍ୟକୁମାରଙ୍କ ଉପରେ ମଧ୍ୟ ବିଶ୍ୱାସ କରିବା କଷ୍ଟକର। ଏପରି ପରିସ୍ଥିତିରେ, ଯଦି କାର୍ତ୍ତିକଙ୍କ ବଦଳରେ ପନ୍ତଙ୍କୁ ପ୍ଲେଇଙ୍ଗ-୧୧ରେ ସ୍ଥାନ ମିଳେ, ତେବେ ମିଡିଲ ଅର୍ଡର ସାମାନ୍ୟ ଦୁର୍ବଳ ହୋଇପାରେ। ଟପ- ୩ଜଣ ବ୍ୟାଟ୍ସମ୍ୟାନଙ୍କୁ ଶୀଘ୍ର ଆଉଟ କରିବା ପରେ ସୁର୍ଯ୍ୟକୁମାର, ହାର୍ଦ୍ଦିକ, ପନ୍ତ ଏବଂ ଅକ୍ଷରଙ୍କ ପାଇଁ ମିଡିଲ ଅର୍ଡରରେ ଇନିଂସ ଖେଳିବା ବହୁତ କଷ୍ଟ ହେବ।
ବୋଲିଂରେ ବୁମରାହ ଏବଂ ହର୍ଷଲ ଆଘାତ ପରେ ଦଳକୁ ଫେରିଛନ୍ତି। ଏଭଳି ସ୍ଥିତିରେ ତାଙ୍କର ପ୍ରଦର୍ଶନ କିପରି ହେବ, ବିଶ୍ୱକପ ପୂର୍ବରୁ ଏହା କେବଳ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ସିରିଜରେ ଜଣାପଡିବ। ଆଘାତ ହୋଇଥିବା ରବିନ୍ଦ୍ର ଜଡେଜାଙ୍କ ସ୍ଥାନରେ ସ୍ପିନ ଅଲରାଉଣ୍ଡର ଅକ୍ଷରକୁ ସୁଯୋଗ ମିଳିଛି। ଏଭଳି ସ୍ଥିତିରେ ତାଙ୍କ ଉପରେ ବହୁତ ଚାପ ରହିବ। କିନ୍ତୁ ତାଙ୍କର ପୂର୍ବ ରେକର୍ଡକୁ ଦେଖିଲେ ତାଙ୍କଠାରୁ ଏହା ଆଶା କରିବା ବେଇମାନି ହେବ।
ବିଶ୍ଵକପ ପୂର୍ବରୁ ଦଳକୁ ଦୁଇଟି ସିରିଜ ଖେଳିବାର ଅଛି:-
ଜଣାଇଦେଉଛୁକି ଟି-୨୦ ବିଶ୍ଵକପ ୧୬ ଅକ୍ଟୋବରରେ ଆରମ୍ଭ ହେବ। ୧୩ ନଭେମ୍ବରରେ ଫାଇନାଲ ଖେଳାଯିବ। ଭାରତୀୟ ଦଳକୁ ନିଜର ପ୍ରଥମ ମ୍ୟାଚ ପାକିସ୍ତାନ ବିରୁଦ୍ଧରେ ୨୩ ଅକ୍ଟୋବରରେ ଖେଳିବାକୁ ହେବ। ବିଶ୍ଵକପ ପୂର୍ବରୁ ଭାରତୀୟ ଦଳକୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଘରୋଇ ସିରିଜ ଖେଳିବାକୁ ହେବ। ଏମିତିରେ ଦଳ ନିକଟରେ ନିଜର ସ୍କ୍ବାଡର ଶକ୍ତି ଓ କମଜୋରି ଦେଖିବାର ସମ୍ପୂର୍ଣ ରୂପରେ ସୁଯୋଗ ଅଛି।