ଯଦି ଶରୀରରେ ଦେଖାଯାଏ ଏହି ୧୫ ସଙ୍କେତ ତେବେ ବୁଝି ନିଅନ୍ତୁ ହେଉଛି ବ୍ରେନ ଟ୍ୟୁମର, ଜାଣନ୍ତୁ ଏହାର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ କଣ କଣ ?

0

Get real time updates directly on you device, subscribe now.

କ୍ୟାନ୍ସର ଭଳି ବ୍ରେନ ଟ୍ୟୁମର ମଧ୍ୟ ଏକ ଘାତକ ରୋଗ|ସମୟାନୁସାରେ ଏହି ରୋଗର ଚିକିତ୍ସା କଲେ ଜୀବନ ବଞ୍ଚାଯାଇ ପାରିଵ|କିନ୍ତୁ ଗମ୍ଭୀର ବେମାରର ଲକ୍ଷଣଗୁଡ଼ିକ ଜଣା ନପଡିବାରୁ ସମୟ ହାତରୁ ଚାଲିଯାଏ|ବ୍ରେନ୍ ଟ୍ୟୁମର ଶାରିରୀକ ଓ ମାନସିକ ଲକ୍ଷଣ ସୃଷ୍ଟି କରିଥାଏ|ଏହା ସ୍ଥାନ ,ଆକାର ଓ ଅବସ୍ଥା ଅନୁସାରେ ଅଲଗା ଅଲଗା ପ୍ରକାରର ହୋଇଥାଏ|

ବ୍ରେନ୍ ଟ୍ୟୁମରର କିଛି ସାମାନ୍ୟ ଲକ୍ଷଣଗୁଡ଼ିକ:

୧: ମୁଣ୍ଡବ୍ୟଥା ଲାଗି ରହିବା

୨:ବ୍ୟକ୍ତିତ୍ୱରେ ପରିବର୍ତ୍ତନ

୩: ନଜର ସମସ୍ୟା

୪:ବିସ୍ମରଣ

୫:ମନଦଶାରେ ପରିବର୍ତ୍ତନ

୬:ସନ୍ତୁଳନ କ୍ଷତି

୭:ଥକ୍କାପଣ

୮:ଚିଡଚିଡା

୯:ଚିନ୍ତା ବା ଦୁଃଖିତ

୧୦: ଧ୍ୟାନ କେନ୍ଦ୍ରିତ ସମସ୍ୟା

୧୧:ଭ୍ରମିତ ବା ବିଚଳିତ ଲାଗିବା

୧୨:ସନ୍ତୁଳନ ବିଗଡିବା

୧୩: ମାଂସପେଶୀ କମଜୋର

୧୪:ଶରୀରର ଅବସାଦ ଓ ଝିମ୍ ଝିମ୍

ବ୍ରେନ ଟ୍ୟୁମର ପ୍ରକାର ଓ ଲକ୍ଷଣଗୁଡ଼ିକ:

୧: ମେନିଙ୍ଗୟୋମା:

ଏହାକୁ ପ୍ରାଥମିକ ବ୍ରେନ ଟ୍ୟୁମର ମାନାଯାଏ|ଏହା ସାଧାରଣତଃ ଛୋଟରୁ ଧିରେଧିରେ ବଢ଼ିଥାଏ|ଏହା ମସ୍ତିଷ୍କ ଓ ଖପୁରୀ ମଧ୍ୟରେ ବଢେ ଓ ଧିରେଧିରେ ସେ କ୍ଷେତ୍ରକୁ ଦବାଇଥାଏ|ଏହା ମହିଳାଙ୍କ କ୍ଷେତ୍ରରେ ସାଧାରଣତଃ ୬୦ ରୁ ଉର୍ଦ୍ଧ୍ବ ବୟସରେ ଦେଖାଯାଏ|ଏଥିରେ ମୁଣ୍ଡବ୍ୟଥା, ଗୋଡହାତ କମଜୋର ଲାଗିବା, ବ୍ୟକ୍ତିତ୍ଵ ପରିବର୍ତ୍ତନ ଭଳି ଲକ୍ଷଣ ଦେଖାଯାଏ|

୨:ଗ୍ଲୋବ୍ଲାଷ୍ଟୋମା:

ଏହା ବହୁ ଘାତକ ଟ୍ୟୁମର ଯାହା ବହୁ ଜୋରରେ ବଢେ|ଏଥିରେ ଗଭୀର ଚିକିତ୍ସା ଆବଶ୍ୟକ|ଏଥିରେ ମୁଣ୍ଡ ବୁଲେଇବା, ସକାଳୁ ଅଧିକ ମୁଣ୍ଡ ବ୍ୟଥା ଲାଗିରହିବା,ଶରୀରରେ କମଜୋର,ସନ୍ତୁଳନରେ କଠିନତା ଭଳି ଲକ୍ଷଣ ଦେଖାଯାଏ|

୩:ଏଷ୍ଟ୍ରୋସାଇଟୋମାସ୍;

ଏଷ୍ଟ୍ରୋସାଆଟ ନାମକ କୋଷିକା ଦ୍ୱାରା ଏହା ହୋଇଥାଏ|ଏହା ଗ୍ରେଡ୍୧-୪ ପର୍ଯ୍ୟନ୍ତ ଟ୍ୟୁମର ତୁଳନାରେ ଶିଘ୍ର ବଢେ|ଏଥିରେ ମୁଣ୍ଡବ୍ୟଥା,ବିସ୍ମୃତି, ବ୍ୟବହାରେ ପରିବର୍ତ୍ତନ ଭଳି ଲକ୍ଷଣ ଦେଖାଯାଏ|

୪:କ୍ରାନିଓଫେରେଞ୍ଜିଓମା:

ଏହା ପିଟୁଇଟାରୀ ଗ୍ରନ୍ଥି ପାଖାପାଖି ବିକଶିତ ହୋଇଥାଏ|ଏହା ପିଟୁଇଟାରୀ ଓ ଓପ୍ଟିକ ପଥକୁ ଦବାଇ ରଖିଥାଏ|ଏହା ଛୁଆ ମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ|ଏହାର ଲକ୍ଷଣ ହେଲା ବୃଦ୍ଧି ବିଳମ୍ବିତ,ମୋଟାପଣ, ଦୃଷ୍ଟି ସମସ୍ୟା,ହରମୋନ ସମସ୍ୟା|

୫:ପିଟୁଇଟାରୀ ଟ୍ୟୁମର:

ଏହା ପିଟୁଇଟାରୀ ଗ୍ରନ୍ଥିରେ ବିକଶିତ ହୋଇଥାଏ|ଏହା ହରମୋନ କ୍ଷରଣକୁ ପ୍ରଭାବିତ କରିଥାଏ ଓ ଅତିରିକ୍ତ ଲକ୍ଷଣ ସୃଷ୍ଟି କରେ|ଏହା ମହିଳାଙ୍କ କ୍ଷେତ୍ରରେ ସାମାନ୍ୟ ଓ ସମସ୍ତ ପ୍ରାଥମିକ ବ୍ରେନ ଟ୍ୟୁମର ୯-୧୨% ବଢ଼ିଥାଏ|ଏଥିରେ ମୁଣ୍ଡବ୍ୟଥା ଲାଗିରହିବା,ନଜର ସମସ୍ୟା, ବ୍ୟବହାର ପରିବର୍ତ୍ତନ,ହରମୋନ ସ୍ତର ପରିବର୍ତ୍ତନ ଭଳି ଲକ୍ଷଣ ରହିଥାଏ|

Leave A Reply

Your email address will not be published.