ବନ୍ଧୁଗଣ ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘଟଣା ଘଟୁଛି ତାହା ବିଷୟରେ ଜାଣିଥିବେ । ଆଉ ଆଜିକା ଦୁନିଆରେ ପରକୀୟା ପ୍ରୀତି ସତେ ଯେପରି ସବୁଆଡ଼େ ଚାଲିଛି । ଆଉ ଲୋକମାନେ ବହୁତ ଜଲଦି ଏହାକୁ ଆପଣେଇ ନେଉଛନ୍ତି । ପରକୀୟା ପ୍ରୀତି ପାଇଁ ସ୍ବାମୀ ସ୍ତ୍ରୀକୁ କିମ୍ବା ସ୍ତ୍ରୀ ସ୍ୱାମୀକୁ ଛାଡ଼ି ଦେଉଛନ୍ତି ।ଏହି ପରକୀୟା ପ୍ରୀତି ପାଇଁ କେତେ ଯେ ସମ୍ପର୍କ ଭାଙ୍ଗୁଛି ତାହାର କିଛି ହିସାବ ନାହିଁ । ଆଉ ଏହି ପରକୀୟା ପ୍ରୀତି ନିଜ ସ୍ବାମୀ ଆଉ ସ୍ତ୍ରୀ ଠାରୁ ବି ଅଧିକ ହେଇଯାଉଛି ।
ଏମିତି କିଛି କରିବା ପୂର୍ବରୁ ସ୍ତ୍ରୀ ହେଉ ବା ପୁରୁଷ ଟିକେ ନିଜ ଇଜ୍ଜତ ଆଉ ପରିବାରର ଇଜ୍ଜତ କଥା ଭାବୁ ନାହାଁନ୍ତି । ପରକୀୟା ପ୍ରୀତି ଏମିତି ଏକ ନିଶା କରିଛି ଯେ ନିଜ ସ୍ଵାମୀ ଆଉ ଛୁଆକୁ ଛାଡି ଆଜି ଜଣେ ମହିଳା ଅନ୍ୟ ପରପୁରୁଷ ସହିତ ପଳାଇଛି । ବିବାହ ଗୋଟିଏ ପବିତ୍ର ବନ୍ଧନ । ଦୁଇ ମନର ସ୍ୱଚ୍ଛ ମିଳନ । କିନ୍ତୁ ଆଜିକାର କିଛି ଦମ୍ପତ୍ତି ଏହି ପରକୀୟା ପ୍ରୀତି ପାଇଁ ଏତେ ତଳକୁ ଖସି ଯାଉଛନ୍ତି ଯାହାର ତୁଳନା କରିବା ଅସମ୍ଭବ ଅଟେ ।
ବିବାହ କରିଲା ପରେ ଦିଅର ସହିତ ସମ୍ପର୍କ ରଖିବା ଟା ଅତ୍ୟନ୍ତ ନିନ୍ଦନୀୟ । କୁହାଯାଏ ଝିଅ ବିବାହ ପରେ ଦିଅର ହିଁ ଭାଉଜର ସବୁଠାରୁ ଭଲ ସାଙ୍ଗ ପାଲଟି ଯାଇଥାଏ । ଦୁହିଁଙ୍କ ସମ୍ପର୍କ ମା ପୁଅ ଭଳିଆ ମଧ୍ୟ ହୋଇଥାଏ । କିନ୍ତୁ କେତେକ ନୀଚ ମାନସିକତା ଓ ବ୍ୟକ୍ତିତ୍ଵ ଥିବା ଲୋକ ଅଛନ୍ତି ଯେଉଁମାନେ ଏହି ସମ୍ପର୍କକୁ କଳଙ୍କିତ କରି ସବୁ ଲକ୍ଷ୍ମଣ ରେଖା ପାର କରିଯାଆନ୍ତି । ସେମାନଙ୍କ ପାଇଁ ଏବେ ଭାଉଜ ଓ ଦିଅରର ସମ୍ପର୍କ ବଦନାମ ହୋଇଗଲାଣି ।
ଏବେ ସେମିତି ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି ସୁନ୍ଦରଗଡ଼ ଜିଲ୍ଲା ବଡ଼ ଗାଆଁ ଥାନା ଅନ୍ତର୍ଗତ ବାମ୍ହନା ଚଟୁବୁଡ଼ ଗାଁରେ । ଭାଉଜ ଓ ଦିଅର ମଧ୍ୟରେ ଥିଲା ଅନୈତିକ ସମ୍ପର୍କ । ଆଉ ଭାଉଜ ଦିଅରକୁ କେବେ ବିବାହ କରିବାକୁ ପ୍ରସ୍ତୁତ ହେଉ ନଥିଲେ କି ଦିଅରକୁ ଅନ୍ୟ କେଉଁଠି ମଧ୍ୟ ବିବାହ କରିବାକୁ ଦେଉ ନଥିଲା ଭାଉଜ । ଯାହା ଫଳରେ ଦିଅର ରାଗିଯାଇ ଜୀବନରୁ ମାରିଦେଲା ଭାଉଜକୁ । ଆଉ ତାପରେ ଭାଉଜର ମୃତ ଦେହକୁ ମାଟି ତଳେ ପୋତି ଦେଇଥିଲା ।