ସାବଧାନ ! ରାଜଧାନୀରେ ବୁଲୁଛନ୍ତି ମୟାବିନି,ଅନ୍ଧାର ରାତିରେ….

0

Get real time updates directly on you device, subscribe now.

ଅନ୍ଧାର ରାତିରେ ଲୁଟ ପାଇଁ ଗର୍ଲଫ୍ରେଣ୍ଡ ଗ୍ୟାଙ୍ଗ ଛକି ବସିଛନ୍ତି । ଟାର୍ଗେଟରେ ରାତିର ରାଜଧାନୀ ଏବଂ ସଞ୍ଜ ନଇଁଲେ ଏମାନେ ଲୋକଙ୍କୁ ଟାର୍ଗେଟ କରିଥାନ୍ତି । ପାଲରେ ପକାଇବା ପାଇଁ ମାୟାବିନୀମାନେ ସେକ୍ସ୍ ଅଫର ଦେଇଥାନ୍ତି । ଆଉ ଯଦି କେହି ତାଙ୍କ ଜାଲରେ ପଡ଼ିଯାଏ, ତାପରେ ସେ ପୁରା ଖଲାସ ହୋଇଯାଏ । ଟିକେ ଭଲକରି ଏହି ଦୁଇଟି ଘଟଣାକୁ ଦେଖନ୍ତୁ ।

ପ୍ରଥମ ଘଟଣାରେ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ଛକ ରହିଛି ଏବଂ ଭୋର୍ 6 ଟା ସମୟରେ ଜଣେ ଯୁବକଙ୍କୁ ମାଡ ମାରି ଜୋର ଜବରଦସ୍ତ ବାଇକରେ ଉଠାଇ ନେଇଯିବା ପାଇଁ ଲାଗି ପଡିଛନ୍ତି । ଦ୍ୱିତୀୟ ଘଟଣାରେ ରହିଛି ରାଜମହଲ ଅଟୋ ଷ୍ଟାଣ୍ଡ ଏବଂ ଏଠାରେ ସାଧା ପୋଷାକରେ ପୋଲିସ ଜଣେ ଯୁବକଙ୍କୁ ଧରିବାପରେ ଯୁବତୀ ଜଣକ ମାରିଦେବେ, କେହି ଭିଡିଓ କର କହି ମିଛ ନାଟକ କରୁଛି । ଏଠାରେ ଦୁଇଟି ଜାଗାର ଚିତ୍ର ସମାନ ଏବଂ ଯୁବତୀ, ଯୁବକ ମଧ୍ୟ ସମାନ । କିନ୍ତୁ ଏମାନଙ୍କ କାରନାମା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ପୋଲିସର ସୂଚନା ଅନୁଯାୟୀ, ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ଲୁଟିବା ପାଇଁ ଏମାନେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରନ୍ତି । ଗ୍ୟାଙ୍ଗର ଅପରେସନ ଏରିଆ ସହରର ପ୍ରମୁଖ ଛକ ଅଟେ । ଫୋକସ ରେ ମାଷ୍ଟରକ୍ୟାଣ୍ଟିନର ରାଜମହଲ ରହିଛି । ସୁନ୍ଦରୀମାନେ ଲୋକଙ୍କୁ ଇଶରା ଦିଅନ୍ତି, ଆଉ ଯଦି କେହି ପାଲରେ ପଡ଼ିଯାଏ ସେତେବେଳେ ପୂର୍ବରୁ ଛକି ରହିଥିବା ଲୁଟେରା ଗ୍ୟାଙ୍ଗ ହୋହାଲ୍ଲା କରିବା ସହିତ ପୋଲିସକୁ ଜଣାଇବା ପାଇଁ କୁହନ୍ତି । ସମ୍ପୃକ୍ତ ଲୋକମାନେ ସାମାଜିକ ଲଜ୍ଜ୍ୟା ଏବଂ ଗିରଫ ଭୟରେ ପାଟି ଚୁପ୍ କରି ସବୁ ଜିନିଷ ଦେଇ କାନ ମୁଣ୍ଡ ଆଉଁସି ଚାଲିଯାଆନ୍ତି । କିନ୍ତୁ ଯଦି କେହି ଖସିଯିବାକୁ ଚେଷ୍ଟା କରନ୍ତି, ତାହେଲେ ଗ୍ୟାଙ୍ଗର ସଦସ୍ୟ ଆକ୍ରମଣ କରନ୍ତି ।

କିନ୍ତୁ ଗତକାଲି ଲୁଟ ମାମଲାରେ ଅଭିଯୁକ୍ତ ଗୋପୀକୁ ପୋଲିସ ଉଠାଇବା ବେଳେ ରାଜମହଲ ଛକରେ ହାଇ ଡ୍ରାମା ଦେଖିବାକୁ ମିଳିଥିଲା । ଲୁଟ ଏବଂ ମାରପିଟ ମାମଲାରେ ଗ୍ୟାଙ୍ଗର ଏକାଧିକ ସଦସ୍ୟଙ୍କୁ ଗିରଫ କରିଥିବାବେଳେ କାଲି ଗୋପିଙ୍କୁ ସ୍ପେସଲ ସ୍କ୍ୱାର୍ଡ ଉଠାଇନେଇ ଜେରା କରୁଛି ।

ସେପଟେ ପାର୍ବଣର ବାତାବରଣରେ ଅପରାଧ ଓ ଅପରାଧୀଙ୍କୁ ସାବାଡ କରିବାପାଇଁ ରାତିରେ ଟିମ୍ 60 ଏବଂ ଟ୍ରାଫିକ ପୋଲିସକୁ ନେଇ କମ୍ବାଇନ ବାଇକ୍ ପେଟ୍ରୋଲିଙ୍ଗ କରାଯାଉଛି । ଅପରାଧିକ କାର୍ଯ୍ୟକଳାପ, ଖଟି ଏବଂ ଖୋଲା ଜାଗାରେ ମଦ୍ୟପାନ କରୁଥିବା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି ।

Leave A Reply

Your email address will not be published.