ଏକ କାର ପୋଖରୀ ଭିତରେ ପଶିଯିବାରୁ ସ୍ତ୍ରୀଙ୍କର ଜୀବନ ଚାଲିଯାଇଛି। କିନ୍ତୁ ସ୍ଵାମୀ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ସମ୍ବଲପୁରର ଜାତୀୟ ରାଜପଥ ୨୬ ଜାମଶୋରା ଛକ ଏହି ଘଟଣାଟି ଘଟିଛି। କାରଟି ଭାରସ୍ଯାମ ହରାଇ ପୋଖରୀ ଭିତରକୁ ପଶିଗଲା। ଏହି କାରରେ ଜଣେ ଦମ୍ପତି ଥିଲେ। କାରଟି ପୋଖରୀ ଭିତରେ ପଶିଯିବାରୁ ଉଭୟ ସ୍ଵାମୀ ଓ ସ୍ତ୍ରୀ କାର ସହିତ ପୋଖରୀ ଭିତରେ ବୁଡିଯାଇଥିଲେ। ତେବେ ଆସନ୍ତୁ ଏହି ଖବର ବିଷୟରେ ଜାଣିବା।
ଗତରାତିରେ ସମ୍ବଲପୁରର ଜାତୀୟ ରାଜପଥ ୨୬ ଜାମଶୋରା ଛକ ନିକଟରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ କାରଟି ଭାରସ୍ଯାମ ହରାଇ ରାସ୍ତା ପାର୍ଶ୍ଵରେ ଥିବା ପୋଖରୀରେ ପଶିଯାଇଥିଲା। ଯାହାଫଳରେ ଏହି କାର ଭିତରେ ଥିବା ଦମ୍ପତି ମଧ୍ୟ କାର ସହିତ ବୁଡିଯାଇଥିଲେ। ଏହି ଦୃଶ୍ୟ ଦେଖିବା ପରେ ଆଖପାଖରେ ଥିବା ଲୋକମାନେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ସେହି ସମୟରେ ସ୍ଵାମୀଜଣକ ବହୁ ଚେଷ୍ଟା କରି କାର ବାହାରକୁ ଆସିଯାଇଥିଲେ। କିନ୍ତୁ ସେ ତାଙ୍କର ସ୍ତ୍ରୀଙ୍କୁ ଉଦ୍ଧାର କରିପାରିନଥିଲେ।
ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ। ସେମାନେ ମଧ୍ୟ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ ଶେଷରେ ଅସଫଳ ହୋଇଥିଲେ। ଯାହାଫଳରେ ମହିଳାଜଣକ କାର ବାହାରକୁ ଆସିପାରିଲେ ନାହିଁ ଓ ତାଙ୍କର ଜୀବନ ଚାଲିଗଲା। କିନ୍ତୁ ସ୍ଵାମୀ ପହଁରା ଶିଖିଥିବାରୁ ସେ ନିଜକୁ ରକ୍ଷା କରିପାରିଲେ। ଏହି ଦୃଶ୍ୟକୁ ଦେଖିବା ପାଇଁ ଆଖପାଖରେ ଅନେକ ଲୋକଙ୍କର ଭିଡ ମଧ୍ୟ ଲାଗିଥିଲା।