ଭୟଙ୍କର ଦୁର୍ଘଟଣା : ଡ଼ିଭାଇଡ଼ର ପିଟି ହୋଇ 30 ଫୁଟ୍ ଉପରକୁ ଉଠିଲା କାର

0

Get real time updates directly on you device, subscribe now.

ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ହାଇ ସିକ୍ୟୁରିଟି ଜୋନରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଏକ କାରଟି ଦ୍ରୁତ ଗତିରେ ଆସିଥିଲା, ତାପରେ ପ୍ରଥମେ ଯାଇ ଡିଭାଇଡରରେ ପିଟି ହୋଇଥିଲା। ତାପରେ ଏକ ଗଛରେ ପିଟି ହୋଇଥିଲା ଓ ଏୟାରପୋର୍ଟର ପାଚେରିକୁ ଭାଙ୍ଗି ବିମାନବନ୍ଦର ଭିତରକୁ ପଶିଯାଇଥିଲା। ଏହି କାରରେ ସେତେବେଳେ ୪ ଜଣ ଯାତ୍ରୀ ଥିଲେ। କିନ୍ତୁ ତାଙ୍କର କିଛି ହୋଇ ନାହିଁ ବୋଲି ସୂଚନା ମିଳିଛି। ଓ ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡିଛି।

ତେବେ ବର୍ତ୍ତମାନ ପ୍ରଶ୍ନ ଆସୁଛିକି କାରଟି କେତେ ଗତିରେ ଆସୁଥିଲା। ଓ ଏୟାରପୋର୍ଟର ଏହି ପାଚେରୀର ପ୍ରସ୍ତୁତି କେମିତି ହୋଇଥିଲାକି ଏକ କାରର ଧକ୍କାରେ ପାଚେରୀଟି ଭାଙ୍ଗିଗଲା। ସେତେବେଳେ ଗାଡିର ଗତି ଏତେ ଅଧିକ ଥିଲାକି ଗାଡିଟି ବିମାନବନ୍ଦରର ସିକ୍ୟୁରିଟି କେବିନ ନମ୍ବର ୧ ଡିଭାଇଡରରେ ବାଜି ୩୦ ଫୁଟ ଉପରକୁ ଉଠିଯାଇଥିଲା। ତାପରେ ସିଧାସଳଖ ଯାଇ ଏୟାରପୋର୍ଟ ପାଚେରୀ ଭାଙ୍ଗି ଭିତରକୁ ପଶି ଯାଇଥିଲା।

ସେ ସମୟରେ ଏହି କାରରେ ୪ଜଣ ଯାତ୍ରୀ ଥିଲେ। ଭାଗ୍ୟବଶତଃ କୌଣସି ଯାତ୍ରୀଙ୍କର କିଛି ହୋଇ ନାହିଁ। କିନ୍ତୁ କାରର ସମ୍ମୁଖ ଅଂଶଟି ସମ୍ପୂର୍ଣ ରୂପରେ ନଷ୍ଟ ହୋଇଯାଇଛି। ପୋଲିସ ଉକ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଅଛି। କାରରେ ଥିବା ୪ଜଣ ବ୍ୟକ୍ତିଙ୍କୁ ବର୍ତ୍ତମାନ ପଚରାଉଚରା କରୁଅଛି।

Leave A Reply

Your email address will not be published.