T20 ୱାର୍ଲଡ କପ : ଭଲ ପ୍ରଦର୍ଶନ ପରେ ମଧ୍ୟ ଶିଖର ଧାୱନଙ୍କୁ ଦଳରେ ମିଳିଲା ନାହିଁ ସ୍ଥାନ,ଧାୱନଙ୍କୁ କଣ କେବଳ ବ୍ୟାକଅପ କ୍ୟାପଟେନ ହିସାବରେ ରଖା ଯାଇଛି କି ? ସିନିଅର ଖେଳାଳି ନଖେଳିଲେ କେବଳ ଦଳରେ ମିଳିବ ସ୍ଥାନ !

0

Get real time updates directly on you device, subscribe now.

ବିସିସିଆଇ ଦ୍ଵାରା ସୋମବାର ଦିନ ଟି-୨୦ ବିଶ୍ଵକପ ୨୦୨୨ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ଅକ୍ଟୋବରରେ ଭାରତୀୟ ଦଳ ବିଶ୍ଵକପ ଟ୍ରଫି ଜିତିବା ପାଇଁ ଉଲ୍ହାଇବ। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଗୋଟିଏ ଟି-୨୦ ବିଶ୍ଵକପ ଜିତିଛି। ଦଳର ଘୋଷଣା ସମୟରେ ଲୋକମାନଙ୍କୁ ଭରସା ଥିଲାକି କିଛି ଆଶ୍ଚର୍ଯ୍ୟକର ନାମ ଦେଖିବାକୁ ମିଳିପାରେ, କିନ୍ତୁ ଏମିତି ହେଲା ନାହିଁ। ବରଂ ଏସିଆ କପରେ ଥିବା ଦଳକୁ ଚୟନ କରିଦିଆଗଲା। ଯାହାଫଳରେ ଶିଖର ଧାୱନଙ୍କ ପ୍ରଶଂସକଙ୍କ କ୍ଷେତ୍ରରେ ନିରାଶାର ମାହୋଲ ଅଛି।

ଶିଖର ଧାୱନ ଏକ ଲମ୍ବା ସମୟ ପାଇଁ ଭାରତୀୟ ଦଳର ଓପନର ରହିଛନ୍ତି, ସେ ଲଗାତାର ପ୍ରଦର୍ଶନ ଦେଇଛନ୍ତି ଓ ଆଇସିସି ଇଭେଣ୍ଟରେ ତାଙ୍କର ରେକର୍ଡ ମଧ୍ୟ ଭଲ ଅଛି। କିନ୍ତୁ ଟି-୨୦ ଫର୍ମାଟରେ ବର୍ତ୍ତମାନ ତାଙ୍କର ପ୍ରତ୍ୟାବର୍ତ୍ତନ କରିବା ବହୁତ କଷ୍ଟ ଅଟେ, ଏହି କାରଣରୁ ଟି-୨୦ ବିଶ୍ଵକପ ପାଇଁ ତାଙ୍କୁ ଦେଖାଯାଇନଥିଲା ଓ କେଏଲ ରାହୁଲ ଓ ରୋହିତ ଶର୍ମାଙ୍କ ଓପନିଂ ଯୋଡି ଉପରେ ଅଧିକ ଭରସା ଦେଖାଗଲା।

ଅଧିନାୟକ ରୂପରେ ବ୍ୟାକଅପ ହୋଇ ରହିଗଲେ ଶିଖର ଧାୱନ!:-

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେକି ଗତ ୧-୨ ବର୍ଷରେ ଶିଖର ଧାୱନ ଭାରତୀୟ ଦଳ ପାଇଁ ଯେତିକି ମ୍ୟାଚ ଖେଳିଛନ୍ତି, ସେଥିରେ ସେ ଅଧିକାଂଶ ମ୍ୟାଚରେ ଅଧିନାୟକ ଭାବରେ ଅଂଶ ହୋଇଛନ୍ତି କିମ୍ବା ଉପ-ଅଧିନାୟକ ହୋଇଛନ୍ତି। କାରଣ ଶିଖର ଧାୱନଙ୍କୁ ସେତେବେଳେ ସୁଯୋଗ ଦିଆଯାଏ ଯେତେବେଳେ ସିନିୟର ଖେଳାଳି ଆରାମରେ ଥାନ୍ତି। କିମ୍ବା କୌଣସି କମଜୋର ଦଳ କିମ୍ବା ଘରୋଇ ସିରିଜରେ କମ ମଜବୁତ ଦଳ ବିପକ୍ଷରେ ତାଙ୍କୁ ସୁଯୋଗ ଦିଆଯାଏ।

ଏହାର ଆରମ୍ଭ ଶ୍ରୀଲଙ୍କା ସିରିଜରୁ ହୋଇଥିଲା, ସେତେବେଳେ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଖେଳୁଥିଲା। ଶିଖର ଧାୱନ ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଦଳର ଅଧିନାୟକତ୍ୱ କରିଥିଲେ, ଏହା ବ୍ୟତୀତ ତାଙ୍କୁ ଜିମ୍ବାୱେ ସିରିଜରେ ମଧ୍ୟ ଅଧିନାୟକ କରାଯାଇଥିଲା, କିନ୍ତୁ ଶେଷ ସମୟରେ କେ.ଏଲ ରାହୁଲ ଫେରିଥିଲେ ଏବଂ ଶିଖର ଧାୱନଙ୍କୁ ଉପ-ଅଧିନାୟକ କରାଯାଇଥିଲା।

ଆଗାମୀ ସପ୍ତାହରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଯେଉଁ ଦିନକିଆ ସିରିଜ ଖେଳିବ ସେଥିରେ ଶିଖର ଧାୱନ ଅଧିନାୟକ ହୋଇପାରନ୍ତି। ଏହି ସିରିଜ ଟି -୨୦ ବିଶ୍ୱକପ ପୂର୍ବରୁ ହେଉଥିବା କାରଣରୁ ସିନିୟର ଖେଳାଳିମାନଙ୍କୁ ବିଶ୍ରାମ ଦିଆଯିବ। ଏଭଳି ସ୍ଥିତିରେ ପୁଣି ଥରେ ଶିଖର ଧାୱନ ଦଳର ଦାୟିତ୍ୱ ଗ୍ରହଣ କରିବେ।

ଆଇସିସି ଇଭେଣ୍ଟରେ ଶିଖରଙ୍କ ରେକର୍ଡ:-

ଶିଖର ଧାୱନ ଭାରତୀୟ ଦଳ ପାଇଁ ଆଇସିସି ଇଭେଣ୍ଟରେ ଭଲ ପ୍ରଦର୍ଶନ କରିଛନ୍ତି। ୨୦୧୩ ମସିହା ଚମ୍ପିୟାନ୍ସ ଟ୍ରଫିରେ ସେ ପ୍ଲେୟାର ଅଫ ଦ ସିରିଜ ହୋଇଥିଲେ। ସେ ଟୁର୍ଣ୍ଣାମେଣ୍ଟଟି ଭାରତ ଜିତିଥିଲା। ଏହାପରେ ୨୦୧୫, ୨୦୧୯ ବିଶ୍ଵକପରେ ତାଙ୍କର ବ୍ୟାଟରୁ ମଧ୍ୟ ଭଲ ରନ ମାଢି ଆସିଥିଲା। ଟି-୨୦ ବିଶ୍ଵକପରେ ସେ ସଫଳ ହୋଇପାରିଲେ ନାହିଁ। ସେ ଭାରତ ପାଇଁ ୨ଟି ଟି-୨୦ ବିଶ୍ଵକପ ଖେଳିଛନ୍ତି ଯେଉଁଥିରେ ତାଙ୍କର ଯୋଡିଦାର ବର୍ତ୍ତମାନ ସମୟର ଅଧିନାୟକ ରୋହିତ ଶର୍ମା ଅଟନ୍ତି।

ଦିନକିଆ ବିଶ୍ଵକପରେ ରେକର୍ଡ: ୧୦ଟି ମ୍ୟାଚ, ୫୩୭ ରନ, ୫୩.୭୦ ଔସତ, ୩ଟି ଶତକ, ୧ଟି ଅର୍ଦ୍ଧଶତକ
ଚମ୍ପିୟାନ୍ସ ଟ୍ରଫିରେ ରେକର୍ଡ: ୧୦ଟି ମ୍ୟାଚ, ୭୦୧ ରନ, ୭୭.୮୮ ଔସତ, ୩ଟି ଶତକ, ୩ଟି ଅର୍ଦ୍ଧଶତକ
ଟି-୨୦ ବିଶ୍ଵକପରେ ରେକର୍ଡ: ୭ଟି ମ୍ୟାଚ, ୭୪ ରନ, ୧୦.୫୭ ଔସତ

ବିଶ୍ଵକପ ୨୦୨୩ ମିଶନରେ ଅଛନ୍ତି ଶିଖର ଧାୱନ:-

ଗ୍ୟାପରେ ମିଳୁଥିବା ସୁଯୋଗ ଉପରେ ଶିଖର ଧାୱନ ନିକଟରେ କଥା ହୋଇଥିଲେ ଓ କହିଥିଲେକି ସେ ବର୍ତ୍ତମାନର ମୋମେଣ୍ଟକୁ ଉପଭୋଗ କରୁଛନ୍ତି। ତାଙ୍କୁ ଯେବେ ସୁଯୋଗ ଦିଆଯିବ, ସେହି ସୁଯୋଗର ଲାଭ ଉଠାଇବାକୁ ସେ ଚେଷ୍ଟା କରିବେ। ଏହା ବ୍ୟତୀତ କୌଣସି ଅନ୍ୟ କଥା ଉପରେ ସେ ଧ୍ୟାନ ଦେବେନାହିଁ। ଶିଖର ଧାୱନଙ୍କ ପାଇଁ ଟି-୨୦ ଦଳକୁ ଫେରିବା କଷ୍ଟ ଦେଖାଯାଉଛି, କିନ୍ତୁ ଦିନକିଆ ଦଳରେ ସେ ସ୍ଥାନ ପାଇପାରିବେ। ଆଗାମୀ ବର୍ଷ ଭାରତରେ ଦିନକିଆ ବିଶ୍ଵକପ ହେବ, ଏମିତିରେ ତାଙ୍କର ଟାର୍ଗେଟ ସେହି ବିଶ୍ଵକପ ଅଛି। ଓ ସେ ନିଶ୍ଚିତ ଖେଳିବେ।

Leave A Reply

Your email address will not be published.