କାମୁଡିବା ତ ଦୂରର କଥା ପାଖକୁ ମଧ୍ୟ ଆସିବେ ନାହିଁ କୁକୁର, ଏହି ଛୋଟ ଡିଭାଇସ୍ କୁକୁର ଘଉଡ଼ାଇବାରେ ଆସିବ କାମ, ମୂଲ୍ୟ ମଧ୍ୟ ବହୁତ୍ କମ୍
ଆଜିକାଲି କୁକୁର କାମୁଡ଼ିବାର ମାମଲା ବୃଦ୍ଧି ପାଇବାରେ ଲାଗିଛି । ଯାହା ଦ୍ଵାରା ସାଧାରଣ ଲୋକମାନେ କୁକୁରକୁ ଡରି ସତର୍କ ହୋଇ ଚାଲୁଛନ୍ତି । କିନ୍ତୁ ଆପଣଙ୍କୁ କୁକୁର କାମୁଡ଼ାରୁ ଗୋଟିଏ ଡିଭାଇସ୍ ବଞ୍ଚାଇପାରିବ । ଏଠାରେ ଆମେ Dog Repellent ଡିଭାଇସ ବିଷୟରେ କହୁଛୁ ।
ଆପଣଙ୍କୁ ବହୁତ୍ ସହଜରେ ଅନଲାଇନ୍ କିମ୍ବା ଅଫଲାଇନ୍ Dog Repellent ଡିଭାଇସ୍ ମାର୍କେଟରେ ମିଳିଯିବ । ଏହାର ମୂଲ୍ୟ ମଧ୍ୟ ଅଧିକ ନୁହେଁ । ଏହାକୁ ନେଇ କମ୍ପାନୀ ଦାବି କରିଥାଏ ଯେ ଏହା ଦ୍ଵାରା କୁକୁର ଆପଣଙ୍କୁ କାମୁଡିବା ତ ଦୂରର କଥା, ଭୁକିବ ମଧ୍ୟ ନାହିଁ ।
ମୂଲ୍ୟ ବିଷୟରେ କହିବାକୁ ଗଲେ, ଏହାର ମୂଲ୍ୟ 300 ଟଙ୍କାରୁ ନେଇ 3000 ଟଙ୍କା ପର୍ଯ୍ୟନ୍ତ ରହିଛି । ଏହାକୁ ତିଆରି କରିଥିବା କମ୍ପାନୀ ଦାବି କରିଛି ଯେ ଏହାଦ୍ବାରା ଆପଣ ନିଜ କୁକୁରକୁ ଟ୍ରେନିଂ ମଧ୍ୟ ଦେଇପାରିବେ । ଅର୍ଥାତ୍ ଏହାର ବ୍ୟବହାର ପୋଷା କୁକୁରକୁ ଟ୍ରେନିଂ ଦେବାପାଇଁ ମଧ୍ୟ କରାଯାଇପାରେ ।
ଏହାକୁ ଅପରେଟ କରିବାପାଇଁ ଏଥିରେ ଆପଣଙ୍କୁ 9 – ୱାଲ୍ଟର ବ୍ୟାଟେରୀ ୟୁଜ କରିବାକୁ ପଡ଼ିବ । ତେବେ ଡିଭାଇସ୍ ସହିତ ବ୍ୟାଟେରୀ ଆସେ ନାହିଁ । ଏହି କାରଣରୁ ଆପଣଙ୍କୁ ଏହାକୁ ଅଲଗା କିଣିବାକୁ ପଡିବ । ଏହାର ସାଇଜ ବହୁତ୍ ଛୋଟ ଅଟେ । ଏହି କାରଣରୁ ଆପଣ ନିଜ ହାତରେ ଏହାକୁ ସହଜରେ ହୋଲ୍ଡ କରିପାରିବେ । ଏହାର ୱର୍କିଂ ମେଥଡକୁ ନେଇ କୁହାଯାଇଛି ଯେ ଏଥିରୁ ଅଲଟ୍ରାସୋନିକ ସାଉଣ୍ଡ ବାହାରିଥାଏ, ଯେଉଁଥିପାଇଁ କୁକୁରମାନେ ପାଖକୁ ଆସନ୍ତି ନାହିଁ ।
Amazon ରେ ମଧ୍ୟ ଉପଲବ୍ଧ :-
ଏପରି ଏକ ଡିଭାଇସ୍ ଇ- କମର୍ସ ସାଇଟ୍ ଆମାଜନରେ ମଧ୍ୟ ଉପଲବ୍ଧ । ଏଥିରେ ଏହି ଡିଭାଇସର ସାଇଜ 12.8 x 4 x 2.8 cm ଅଟେ । ଏହାକୁ ନେଇ ପ୍ରଡକ୍ଟର ଡେଷ୍କ୍ରିପସନରେ ଲେଖାଯାଇଛି ଯେ ଏହାର ରେଞ୍ଜ 9.8 ଫୁଟ କିମ୍ବା 3 ମିଟର ପର୍ଯ୍ୟନ୍ତ ଅଟେ ।