ଘରୁ ବାହାରକୁ ବାହାରୁଛନ୍ତି କି ? ତା ହେଲେ ହୋଇଯାଆନ୍ତୁ ସାବଧାନ,୧୩ ରୁ ୧୭ ସ୍ପେସିଆଲ ଡ୍ରାଇଭ…..

0

Get real time updates directly on you device, subscribe now.

ଯଦି ଆପଣ ଘରୁ ବାହାରକୁ ବାହାରୁଛନ୍ତି ତେବେ ନିଶ୍ଚୟ ପାଳନ କରନ୍ତୁ ଟ୍ରାଫିକ ନିୟମ। ମଙ୍ଗଳବାର ଠାରୁ ବଡ ଧରଣର ଧଡପଗଡ ହେବାକୁ ଯାଉଛି। ୧୩ ତାରିଖରୁ ୧୭ ତାରିଖ ପର୍ଯ୍ଯନ୍ତ ହେବ ସ୍ପେଶାଲ ଡ୍ରାଇଭ। ଏହି ତାରିଖ ମଧ୍ୟରେ ଆଉ ନିସ୍ତାର ନାହିଁ। ପୋଲିସ ଗୋଡେଇ ଗୋଡେଇ ଧରିବ। ଆରଟିଓ ତରଫରୁ ହେବ ତନାଘନା। ଏହି ସମୟରେ ଅନେକ ପ୍ରକାର ଜିନିଷର ଟଙଘନା କରାଯିବ, ତେବେ ଆସନ୍ତୁ ଜାଣିବା।

ସେପ୍ଟେମ୍ବର ୧୩ ରୁ ୧୭ ତାରିଖ ପର୍ଯ୍ଯନ୍ତ ହେବ ସ୍ପେଶାଲ ଡ୍ରାଇଭ। ଏହି ସମୟରେ ଆରଟିଓ ଗାଡିର ଅନେକ ଜିନିଷ ଯାଞ୍ଚ କରିବ। ସେହି ସାମୀରେ ବିନା ହେଲମେଟରେ ଗାଡି ଚଳାଇବା, ଆବଶ୍ୟକତା ଠାରୁ ଅଧିକ ଜୋରରେ ଗାଡି ଚଳାଇବା ଓ ସ୍କୁଲ ବସ କ୍ଷେତ୍ରରେ ଓଭରଲୋଡିଂ ଆଦି ଧଡପଗଡ ଅଧିକ ଜୋରରେ ହେବ। ଅତିରିକ୍ତ ପରିବହନ କମିଶନର ଏହି ପ୍ରତ୍ୟେକ ଜିଲ୍ଲାର ଆରଟିଓଙ୍କୁ ଚିଠି ଲେଖି ଏହି ବିଷୟରେ ଅବଗତ କରାଇଛନ୍ତି। ଏହା ଏସପିଙ୍କ ସହଯୋଗରେ ଆରଟିଓ ଅଧିକାରୀ ଏହି ଯାଞ୍ଚକୁ କରିବେ।

ବର୍ତ୍ତମାନ ସମୟରେ ବଢୁଥିବା ଦୁର୍ଘଟଣାକୁ ଦେଖି ଏହି କାର୍ଯ୍ୟକୁ ହାତକୁ ନିଆଯିବ। ବିନା ହେଲମେଟରେ ଗାଡି ଚଳାଇବା ଓ ଟ୍ରାଫିକ ନିୟମ ଆଦି ଭାଙ୍ଗିଲେ ସଙ୍ଗେସଙ୍ଗେ ଘରକୁ ଯିବ ଚାଲାଣ। ଅଧିକ ଲୋଡିଂ ଥିଲେ ସମ୍ପୃକ୍ତ ଗାଡିକୁ ସିଧାସଳଖ ଜବତ କରାଯିବ। ହେଲମେଟ ବ୍ୟବହାର ନ କରିବା ଓ ଅଧିକ ସ୍ପିଡରେ ଗାଡି ଚାଲିଲେ ୩ ମାସ ପାଇଁ ଲାଇସେନ୍ସ ବାତିଲ ହେବ। ଅଗଷ୍ଟ ୧୬ ରୁ ୩୦ ମଧ୍ୟରେ ହୋଇଥିବା ଧଡପଗଡରେ ୨୪୪୩୪ ଟି ମାମଲା ବିନା ହେଲମେଟରେ ଗାଡି ଚାଳନା ପାଇଁ ରହିଥିଲା। ୮୮୮ ଗାଡି ଜବତ ହେବା ସହିତ ୪୭୬୨ ଡ୍ରାଇଭିଙ୍ଗ ଲାଇସେନ୍ସ ବାତିଲ ହୋଇଥିଲା। ଏମାନଙ୍କ ଠାରୁ ୬୩ ଲକ୍ଷ ୯୮ ହଜାର ୬୦୦ ଟଙ୍କା ଫାଇନ ବାବରେ ଆଦାୟ କରାଯାଇଛି।

Leave A Reply

Your email address will not be published.