ପାକିସ୍ତାନ ବନାମ ଶ୍ରୀଲଙ୍କା ଏସିଆ କପ ଫାଇନାଲ: ନିଜର ଭୁଲ ପାଇଁ ହାରିଲା ପାକିସ୍ତାନ, ପ୍ରଥମେ କ୍ୟାଚ ଛାଡିଲେ…ପୁଣି କ୍ରିଜରେ ବ୍ୟାଟ୍ସମ୍ୟାନ ବେଶୀ ସମୟ ରହିପାରିଲେ ନାହିଁ,ଜାଣନ୍ତୁ ମ୍ୟାଚରେ ଘଟିଥିବା ସମସ୍ତ ଘଟଣା
ପାକିସ୍ତାନକୁ ଏସିଆ କପ ୨୦୨୨ ଫାଇନାଲ ମୁକାବିଲାରେ ପରାଜୟର ସାମ୍ନା କରିବାକୁ ପଡିଛି। ରବିବାର ଦିନ ଅର୍ଥାତ ୧୧ ସେପ୍ଟେମ୍ବରରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଲାଯାଉଥିବା ଫାଇନାଲ ମୁକାବିଲାରେ ଶ୍ରୀଲଙ୍କା ପାକିସ୍ତାନକୁ ୨୩ ରନରେ ଅଲଆଉଟ କରିଦେଲା। ଏହା ଶ୍ରୀଲଙ୍କା ୬ଷ୍ଠ ଥର ପାଇଁ ଏସିଆ କପ ଉପରେ କବଜା କରିଲା। ସେହିପରି ପାକିସ୍ତାନ ଦଳ ତୃତୀୟ ଥର ଟ୍ରଫି ଜିତିବାରେ ସଫଳ ହୋଇପାରିଲା ନାହିଁ।
ପାକିସ୍ତାନ ଦଳ ମୁକାବିଲାରେ ଦମଦାର ଆରମ୍ଭ କରିଥିଲା ଓ ଶ୍ରୀଲଙ୍କା ୫୮ ରନରେ ୫ଟି ୱିକେଟ ଯାଇସାରିଥିଲା। ଏଠାରେ ଶ୍ରୀଲଙ୍କା ଉପରେ ବାବର ସେନା ଚାପ ସୃଷ୍ଟି କରିଥିଲେ। କିନ୍ତୁ ହେଲା ଏହାର ବିପରୀତ। ଭାନୁକା ରାଜପକ୍ଷେ ଓ ୱାନିନ୍ଦୁ ହସରଙ୍ଗା କାଉଣ୍ଟର ଆଟାକ ଆରମ୍ଭ କରିଦେଲେ। ପାକିସ୍ତାନ ଦଳର ବୋଲରଙ୍କ ପାଖରେ କୌଣସି ସମାଧାନ ନଥିଲା। ଓ ଶ୍ରୀଲଙ୍କା ଏକ ଭଲ ସ୍କୋର ମଧ୍ୟ କରିଦେଲା। ଏହି ସମୟରେ ପାକିସ୍ତାନୀ ଫିଲଡ଼ର୍ସ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନଙ୍କୁ ରନ କରିବାରେ ବହୁତ ସହଯୋଗ ମଧ୍ୟ କରିଲେ।
ଖରାପ ଫିଲଡିଙ୍ଗ କରିଲା ଅସୁବିଧା:-
ଏହି କଡିରେ ଶାଦବ ଖାନ ଇନିଂସର ୧୮ ଓ ୧୯ ତମ ଓଭରରେ ଭାନୁକା ରାଜପକ୍ଷେଙ୍କ କ୍ୟାଚ ଛାଡିଥିଲେ। କେତେକ ସମୟରେ ପାକିସ୍ତାନୀ ଖେଳାଳିଙ୍କ ଠାରୁ ମିସଫିଲ୍ଡ ମଧ୍ୟ ଦେଖିବାକୁ ମିଳିଥିଲା। ଯଦି ରାଜପକ୍ଷେଙ୍କ କ୍ୟାଚ୍ ନିଆଯାଇଥାନ୍ତା, ତେବେ ପାକିସ୍ତାନକୁ ମୁକାବିଲାରେ ୨୦-୨୫ ରନ କମ କରିବାକୁ ପଡିଥାନ୍ତା। ଦେଖିବାକୁ ଗଲେ ପାକିସ୍ତାନର ଫିଲ୍ଡିଂକୁ ଅନେକ ବର୍ଷ ଧରି ସମାଲୋଚନା କରାଯାଇଆସୁଛି। ଏଭଳି ଫାଇନାଲ ମ୍ୟାଚରେ ଖରାପ ପ୍ରଦର୍ଶନ ପରେ ପୁଣି ଥରେ ପାକିସ୍ତାନୀ ଖେଳାଳି ଫିଲ୍ଡିଂ ପାଇଁ ସମାଲୋଚକଙ୍କ ଟାର୍ଗେଟରେ ଆସିଛନ୍ତି।
ପୁଣି ଖରାପ ବ୍ୟାଟିଂ ହେଲା କାଳ:-
C H A M P I O N S !
Men's Asia Cup Champions for the 6️⃣th time! 🏆#RoaringForGlory #SLvPAK pic.twitter.com/t3RmkBan4t
— Sri Lanka Cricket 🇱🇰 (@OfficialSLC) September 11, 2022
ପାକିସ୍ତାନକୁ ଜିତିବା ପାଇଁ ଯେତେବେଳେ ୧୭୧ ରନର ଟାର୍ଗେଟ ମିଳିଥିଲା ସେତେବେଳେ ମୁକାବିଲା ବରାବର ଥିଲା। ଆଉ ପାକିସ୍ତାନ ପକ୍ଷରେ ମଧ୍ୟ ମ୍ୟାଚ ଥିଲା କାରଣ ଦୁବାଇରେ ଦ୍ଵିତୀୟ ବୋଲିଂ କରୁଥିବା ଦଳ ପାଇଁ ସାମାନ୍ୟ କଷ୍ଟ ଅଟେ। ପାକିସ୍ତାନୀ ପ୍ରଶଂସକ ଦଳ ପାଖରୁ ବିଜୟ ଆଶା କରୁଥିଲେ। କିନ୍ତୁ ବ୍ୟାଟ୍ସମ୍ୟାନ ଆଶା ଭାଙ୍ଗିଦେଲେ। ପ୍ରଥମେ ବାବର ଆଜମ ୫ ରନ ତାପରେ ଫକର ଜମାନ ୦ କରି ଆଉଟ ହୋଇଗଲେ। ଯାହାପରେ ଦଳ ଉପରେ ଚାପ ଆସିଲା। ଦୁଇଟି ୱିକେଟ ଯିବା ପରେ ପାକିସ୍ତାନର ମହମ୍ମଦ ରିଜୱାନ ୫୫ ରନ ଓ ଇଫ୍ତିକାର ମହମ୍ମଦ ୩୨ ରନ କରି ୭୧ ରନର ଏକ ପାର୍ଟନର କରିଲେ ଓ ପାକିସ୍ତାନକୁ ଏକ ମଜବୁତ ସ୍ଥିତିରେ ରଖିଲେ।
ଇଫ୍ତିକାର ଅହମ୍ମଦ ଆଉଟ ହେବା ପରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନରେ “ତୁ ଚାଲେ ମୁଁ ଆସୁଛି” ରୂଢିକୁ ଚରିତାର୍ଥ କରିଦେଲେ। ଫଳରେ ୧୪୭ ରନରେ ପାକିଷ୍ଟ୍ରନୀ ଦଳ ଅଲଆଉଟ ହୋଇଗଲେ। ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଏମିତି ସରେଣ୍ଡର କରିଲେକି ଗୋଟିଏ ଓଭରରେ ୱାନିନ୍ଦୁ ହସରଙ୍ଗା ତିନୋଟି ୱିକେଟ ନେଇଗଲେ। ମହମ୍ମଦ ନବାଜ ୬ ରନ, ଖୁସଦିଲ ଶାହ ୨ ରନ ଓ ଆସିଫ ଅଲ୍ଲୀ ୦ ଓ ଶାଦାବ ଖାନ ୮ ରନ ଦେଇ ଏକ ଖରାପ ସଟ ଖେଳି ଶ୍ରୀଲଙ୍କାକୁ ଜିତାଇବାରେ ସାହାଯ୍ୟ କରିଲେ। ପାକିସ୍ତାନର ୪୭ ରନ ମଧ୍ୟରେ ୫ଟି ୱିକେଟ ଯାଇଛି।