ସ୍ତ୍ରୀକୁ ଛାଡପତ୍ର ଦେଇ କାନ୍ଦିଛନ୍ତି ଏହି ଆକ୍ଟର, କାହାକୁ 380 କୋଟି ଦେବାକୁ ପଡ଼ିଲା ତ ଆଉ କେହି ସୁଝିଲେ 50 କୋଟି,ଜାଣନ୍ତୁ କେଉଁ କେଉଁ ଅଭିନେତା !
ବଲିଉଡରେ ଆଜିକାଲି ସେଲିବ୍ରେଟିମାନଙ୍କ ଭିତରେ ସମ୍ପର୍କ ତିଆରି ହେବା ଏବଂ ବିଗିଡ଼ିଯିବା ଲଗାତାର ଚାଲିଛି । ପ୍ରସିଦ୍ଧ ଗାୟକ ଏବଂ ରାପର ହନି ସିଂହ ନିଜ ସ୍ତ୍ରୀକୁ ଛାଡପତ୍ର ଦେଇଛନ୍ତି । ତା ବଦଳରେ ତାଙ୍କ ସ୍ତ୍ରୀ ଶାଲିନି ତଲବାର୍ ତାଙ୍କ ଠାରୁ 10 କୋଟି ଟଙ୍କା ଚଳିବା ପାଇଁ ଭତ୍ତା ମାଗିଥିଲେ, କିନ୍ତୁ ହନି ତାଙ୍କୁ 1 କୋଟି ଟଙ୍କାର ଚେକ୍ ଦେଇଥିଲେ । ଏମିତିରେ ଅନେକ ଅଭିନେତା ଛାଡପତ୍ର ବଦଳରେ ନିଜ ସ୍ତ୍ରୀଙ୍କୁ ଭାରି ରକମ୍ ଦେଇଛନ୍ତି । ଆସନ୍ତୁ ବଲିଉଡର କିଛି ମହଙ୍ଗା ଛାଡପତ୍ର ବିଷୟରେ ଜାଣିବା ।
ହ୍ରିତିକ ରୋଶନ-ସୂଜେଇନ ଖାନ :-
2000 ମସିହାରେ ସୁପରଷ୍ଟାର ହ୍ରିତିକ ରୋଶନ ସୂଜେଇନ ଖାନଙ୍କୁ ବିବାହ କରିଥିଲେ । ତେବେ 14 ବର୍ଷ ପରେ ଦୁହେଁ ଅଲଗା ହୋଇ ଯାଇଥିଲେ । 2000 ମସିହାରେ ହୋଇଥିବା ବିବାହ 2014 ମସିହାରେ ଛାଡପତ୍ର ସହିତ ଶେଷ ହୋଇଯାଇଥିଲା । ଚଳିବା ପାଇଁ ଭତ୍ତା ଭାବରେ ହ୍ରିତିକଙ୍କଠାରୁ ସୂଜେଇନ 400 କୋଟି ଟଙ୍କା ମାଗିଥିଲେ । ଏହାର ପ୍ରତିବଦଳରେ ହ୍ରିତିକ ତାଙ୍କୁ 380 କୋଟି ଟଙ୍କା ଦେଇଥିଲେ । ହ୍ରିତିକ ଏବଂ ସୂଜେଇନଙ୍କ ଛାଡପତ୍ର କେବଳ ବଲିଉଡ ଇଣ୍ଡଷ୍ଟ୍ରି ଏବଂ ଦେଶରେ ନୁହେଁ, ବରଂ ସାରା ବିଶ୍ବରେ ସବୁଠାରୁ ମହଙ୍ଗା ଛାଡ଼ପତ୍ର ମଧ୍ୟରୁ ଗୋଟିଏ ଅଟେ ।
ମଲାଇକା ଅରୋରା-ଅରବାଜ ଖାନ :-
ମଲାଇକା ଏବଂ ଅରବାଜ ଖାନ ପରସ୍ପରକୁ ପାଞ୍ଚ ବର୍ଷ ପାଇଁ ଡେଟ କରିଥିଲେ । ତା’ପରେ 1998 ମସିହାରେ ମୁସଲମାନ ଏବଂ ଖ୍ରୀଷ୍ଟିଆନ ଶୈଳୀରେ ବିବାହ କରିଥିଲେ । କିନ୍ତୁ 2017 ମସିହାରେ ଦୁହେଁ ସେମାନଙ୍କର 19 ବର୍ଷର ବିବାହକୁ ଭାଙ୍ଗିଦେଇଥିଲେ । କୁହାଯାଏ ଯେ ମଲାଇକା ଚଳିବା ପାଇଁ ଭତ୍ତା ଭାବରେ ଅରବାଜ ଖାନଙ୍କ ଠାରୁ 15 କୋଟି ଟଙ୍କା ମାଗିଥିଲେ ଏବଂ ମଲାଇକାଙ୍କ ଏହି ଡିମାଣ୍ଡକୁ ଅରବାଜ ପୂରଣ କରିଦେଇଥିଲେ ।
ଆମୀର ଖାନ-ରିନା ଦତ୍ତା :-
ବଲିଉଡର ଜଣାଶୁଣା ଅଭିନେତା ଆମୀର ଖାନ ଦୁଇଟି ବିବାହ କରିଛନ୍ତି । ତାଙ୍କର ଦୁଇଟି ଯାକ ବିବାହ ବିଫଳ ହୋଇଥିଲା । ଆମିରଙ୍କ ପ୍ରଥମ ବିବାହ ବଲିଉଡରେ ହିରୋ ଭାବରେ କାମ କରିବା ପୂର୍ବରୁ 1986 ମସିହାରେ ରିନା ଦତ୍ତାଙ୍କ ସହ ହୋଇଥିଲା । କିନ୍ତୁ ବିବାହର 16 ବର୍ଷ ପରେ 2002 ମସିହାରେ ଆମୀର ଏବଂ ରିନା ଦତ୍ତଙ୍କୁ ଛାଡପତ୍ର ନେବାକୁ ପଡ଼ିଥିଲା । ଏହାର ପ୍ରତିବଦଳରେ ଆମୀର ତାଙ୍କ ସ୍ତ୍ରୀକୁ 50 କୋଟି ଟଙ୍କା ଦେଇଥିଲେ ।
ସେଫ ଅଲି ଖାନ- ଅମୃତା ସିଂହ :-
ସେଫ ଅଲି ଖାନ 32 ବର୍ଷୀୟ ଅମୃତା ସିଂଙ୍କୁ 1991 ମସିହାରେ ମାତ୍ର 20 ବର୍ଷ ବୟସରେ ପ୍ରେମ ବିବାହ କରିଥିଲେ । ସେହି ସମୟରେ ଉଭୟ 2004 ମସିହାରେ ଛାଡପତ୍ର ଦେଇଥିଲେ ଏବଂ ଅଲଗା ହୋଇଥିଲେ । ଛାଡପତ୍ର ପରେ ସେଫ ଅମୃତାଙ୍କୁ 2.5 କୋଟି ଟଙ୍କା ଦେଇଥିଲେ । ବର୍ତ୍ତମାନ ସେ ଅମୃତାଙ୍କୁ ପ୍ରତି ମାସରେ 1 ଲକ୍ଷ ଟଙ୍କା ଦେଉଛନ୍ତି ।