67 ବର୍ଷୀୟ ପୁରୁଷ କଲେ ଏମିତି କାମ ଯେ, ଯୁବତୀ ଜଣକ ହୃଦୟ ଦେଇବସିଲେ,ଜାଣନ୍ତୁ ପୁରା ମାମଲା….

0

Get real time updates directly on you device, subscribe now.

ଜଣେ ବ୍ୟକ୍ତି ମହିଳାଙ୍କୁ ପ୍ରାୟ 3 କୋଟି ଟଙ୍କାର ଘର ଏବଂ ପ୍ରାୟ 37 ଲକ୍ଷ ଟଙ୍କାର ଗାଡ଼ି ଗିଫ୍ଟ କଲେ । ଏହାପରେ ମହିଳା ସେହି ବ୍ୟକ୍ତିଙ୍କୁ ଭଲପାଇ ବସିଲେ । ମହିଳାଙ୍କ ଠାରୁ ବ୍ୟକ୍ତିଜଣକ 36 ବର୍ଷ ବଡ ଅଟନ୍ତି । ଏହା ସତ୍ତ୍ବେ ମଧ୍ୟ ଦୁହେଁ ନିର୍ବନ୍ଧ କରିଛନ୍ତି ।

ଏହି ସମ୍ପର୍କର ଆରମ୍ଭ 2017 ମସିହାରେ ଆରମ୍ଭ ହୋଇଥିଲା । 31 ବର୍ଷୀୟ ଦେମିୟା ବିଲିୟମ୍ସଙ୍କୁ 67 ବର୍ଷୀୟ ଜେମ୍ସ ପାର୍କର ଫେସବୁକରେ ମେସେଜ କରିଥିଲେ । ଜେମ୍ସଙ୍କ ମେସେଜ ଦେମିୟାଙ୍କ ସେହି ପୋଷ୍ଟ ପରେ ଆସିଥିଲା, ଯେଉଁଥିରେ ସେ ଲେଖିଥିଲେ ଯେ ସେ 50 ବର୍ଷରୁ ଅଧିକ ବୟସର ଧନୀ ବ୍ୟକ୍ତିଙ୍କୁ ଡେଟ୍ କରିବାକୁ ଚାହୁଁଛନ୍ତି । ଯେପରିକି ତାଙ୍କୁ ଆର୍ଥିକ ସାହାଯ୍ୟ ମିଳିପାରିବ ।

ଦେମିୟା କହିଛନ୍ତି ଯେ ସେ ନିଜ ବୟସର ଯୁବକଙ୍କ ଡ୍ରାମା ଦ୍ଵାରା ଥକି ସାରିଛନ୍ତି । ସେତେବେଳେ ଜେମ୍ସଙ୍କ ବୟସ 62 ବର୍ଷ ଥିଲା । ସେ ମରିନ ଚାକିରିରୁ ରିଟାୟାର ହୋଇ ସାରିଥିଲେ । ତାଙ୍କର ଛାଡ଼ପତ୍ର ମଧ୍ୟ ହୋଇସାରିଥିଲା । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଗଲା ।

ଯେତେବେଳେ ଦେମିୟାଙ୍କ କାର ଚୋରି ହେଲା, ସେତେବେଳେ ଜେମ୍ସ ତାଙ୍କ ପାଇଁ ପ୍ରାୟ 37 ଲକ୍ଷ ଟଙ୍କାର ଜିପ୍ ନେଇଆସିଲେ । ଜେମ୍ସ ଦେମିୟାଙ୍କୁ ପ୍ରତି ସପ୍ତାହରେ ଡେଟରେ ନେଇଯାଉଥିଲେ । ଡେଟିଂ ଦିନ ଯଦି ଜେମ୍ସଙ୍କୁ ବାହାରକୁ ଯିବାକୁ ପଡ଼େ, ତେବେ ସେ ଦେମୀୟାଙ୍କୁ ପଇସା ପଠାଇ ଦିଅନ୍ତି । ସେମାନେ ଦୁହେଁ ସବୁ ସପ୍ତାହରେ ସପିଙ୍ଗ ପାଇଁ ଯାଆନ୍ତି ।

ଧୀରେ ଧୀରେ ଦେମୀୟା ଜେମ୍ସଙ୍କୁ ଭଲପାଇ ବସିଲେ । ନଭେମ୍ବର 2017 ମସିହାରେ ଦୁହେଁ ଡେଟିଂ ଆରମ୍ଭ କରିଦେଲେ । 2019 ମସିହାରେ ଜେମ୍ସ ଦେମୀୟାଙ୍କ ପାଇଁ ଗୋଟିଏ ଘର କିଣିଦେଲେ । ଏଥିରେ ଦେମୀୟା ଏକୁଟିଆ ରହୁଥିଲେ । କିନ୍ତୁ ପରେ କପଲ୍ ନିକଟତର ହେବାକୁ ଲାଗିଲେ ଏବଂ ଦୁହେଁ ଏକାଠି ରହିବାକୁ ଲାଗିଲେ ।

କପଲ୍ ମାର୍ଚ୍ଚ 2018 ମସିହାରେ ନିର୍ବନ୍ଧ କଲେ ଏବଂ ସେମାନେ ଦୁହେଁ ବର୍ତ୍ତମାନ୍ ଆମେରିକାର ଲାସ ବେଗାସରେ ରହିବାକୁ ପ୍ଲାନ୍ କରୁଛନ୍ତି । ଜର୍ଜିଆର ବାସିନ୍ଦା ଦେମୀୟା ଗୋଟିଏ ହେୟାର କମ୍ପାନୀର ମାଲିକାଣୀ ଅଟନ୍ତି ।

Leave A Reply

Your email address will not be published.