ଦେଖନ୍ତୁ ଭିଡ଼ିଓ : ହସ୍ପିଟାଲ ଭିତରେ ପଶିଗଲା ହାତୀ,ଆଉ ତା ପରେ ରୋଗୀମାନେ ଏପଟ ସେପଟ ହୋଇ ଦୌଡିବାକୁ ଲାଗିଲେ

0

Get real time updates directly on you device, subscribe now.

Elephant In The Hospital: ଯଦି ଆପଣ କୌଣସି ହସପିଟାଲକୁ ଯାଆନ୍ତି ଏବଂ ସେଠାରେ ହାତୀ ବୁଲୁଥିବାର ଦେଖାଯାଏ, ତେବେ ଆପଣ କଣ କରିବେ ? ସର୍ବପ୍ରଥମେ ଆପଣ ସେଠାରୁ ପଳାଇ ଯିବାପାଇଁ ଭାବିବେ କିମ୍ବା ତା ଠାରୁ ଦୂରରେ ରହି ତାକୁ ଯିବାକୁ ଦେବେ । ବର୍ତ୍ତମାନ୍ ଆପଣ ଭାବୁଥିବେ ଯେ ଏପରି ଅଜବ କଥା କାହିଁକି କୁହାଯାଉଛି । ଆଜ୍ଞା ହଁ, ପଶ୍ଚିମ ବଙ୍ଗର ଜଳପାଇଗୁଡ଼ି ଆର୍ମି ହସ୍ପିଟାଲରେ ରୋଗୀ ଏବଂ ଡାକ୍ତରଙ୍କୁ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । IFS ଅଧିକାରୀ ସୁଶାନ୍ତ ନନ୍ଦା ବିନାଗୁରି ଆର୍ମି କ୍ୟାମ୍ପ ହସ୍ପିଟାଲ ଭିତରର ଚିତ୍ର ସେୟାର କରିଛନ୍ତି । ଏହି ଫଟୋରେ ଆପଣ ହସ୍ପିଟାଲରେ ଗୋଟିଏ ହାତୀ ବୁଲୁଥିବାର ଦେଖିପାରିବେ ।

ଅଚାନକ ହସ୍ପିଟାଲ୍ ଭିତରେ ପଶିଗଲା ହାତୀ :-

ମିଳିଥିବା ସୂଚନା ଅନୁଯାୟୀ, ହସ୍ପିଟାଲରେ ଦୁଇଟି ଜଙ୍ଗଲି ହାତୀ ପଶିଗଲେ ଏବଂ ତାପରେ ଭିତରେ ଚଲାବୁଲା କରିବା ଆରମ୍ଭ କରିଦେଲେ । IFS ଅଧିକାରୀ ସୁଶାନ୍ତ ନନ୍ଦା କିଛି ଫଟୋ ନିଜ ଅଫିସିଆଲ୍ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି, ଯେଉଁଥିରେ ଗୋଟିଏ ହାତୀ ହସ୍ପିଟାଲ୍ ଭିତରେ ବୁଲୁଥିବାର ଦେଖାଯାଉଛି । ଫଟୋ ସେୟାର କରି ସେ ଲେଖିଛନ୍ତି, ” ରୁମରେ ହାତୀ ” । ହସ୍ପିଟାଲ୍ ଭିତରେ ଦୁଇ ହାତୀ ଖୋଲା ଖୋଲି ବୁଲୁଥିବାର ଗୋଟିଏ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡ଼ିଓରେ ଗୋଟିଏ ହାତୀ କବାଟ ଦେଇ ଆସୁଥିବାର ଦେଖାଯାଉଛି, ଯିଏକି ନିଜର ବଡ ଶରୀରକୁ ଭିତରେ ପଶାଇବା ପାଇଁ ଚେଷ୍ଟା କରୁଛି ।

ହସ୍ପିଟାଲରେ ହାତୀମାନଙ୍କୁ ଦେଖି ଲୋକମାନେ ହେଲେ ଆଶ୍ଚର୍ଯ୍ୟ :-

ହାତୀ କିଛି ସମୟ ପାଇଁ ଭିତରେ ନୀରବ ହୋଇ ଠିଆ ହୋଇଥିବା ମଧ୍ୟ ଦେଖାଯାଉଛି ଏବଂ ଆଶ୍ଚର୍ଯ୍ୟ ହୋଇଥିବା କର୍ମଚାରୀମାନେ ଫଟୋ ଉଠାନ୍ତି । ପୋଷ୍ଟ କରାଯାଇଥିବା ଫଟୋକୁ ଖବର ଲେଖାଯିବା ବେଳକୁ 1,600 ରୁ ଅଧିକ ଲାଇକ ଏବଂ 143 ରିଟୁଇଟ ମିଳିଛି । ହସ୍ପିଟାଲରେ ହାତୀମାନଙ୍କୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି, ” ମତେ ଲାଗୁଛି ଯେ ଏପରି ସେତେବେଳେ ହୋଇଥାଏ, ଯେତେବେଳେ ଆପଣ ସେମାନଙ୍କ ବାସସ୍ଥଳୀ ଉପରେ କବଜା କରନ୍ତି ଏବଂ ସେଠାରେ ନିଜ ପାଇଁ ଘର କରନ୍ତି । ଏହା ସେମାନଙ୍କ ଜମି ଅଟେ ଏବଂ ଏହାକୁ ସେମାନେ ଫେରି ପାଇବାକୁ ଚାହାଁନ୍ତି ।” ଆଉ ଜଣେ ଲେଖିଛନ୍ତି, ” ସେ ଏଠାକୁ ମେଡିକାଲ୍ ଚେକ୍ ଅପ୍ ପାଇଁ ଆସିଛି ।”

Leave A Reply

Your email address will not be published.