ଯଦି ଆପଣଙ୍କୁ ଡ୍ରାଇଭିଙ୍ଗ ଆସୁଛି ତା ହେଲେ ପ୍ରତିମାସରେ ରୋଜଗାର କରନ୍ତୁ 60-70 ହଜାର ଟଙ୍କା, ଜାଣନ୍ତୁ କେମିତି ?

0

Get real time updates directly on you device, subscribe now.

ଆଜିକାଲି ଲୋକମାନେ ନିଜର ବିଜନେସ କରିବା ବିଷୟରେ ଅଧିକ ଭାବନ୍ତି । ଲୋକମାନେ ଉଦ୍ୟୋଗୀ ଆଡ଼କୁ ଅଧିକ ବଢୁୁଛନ୍ତି । ଏହି କାରଣରୁ ଭାରତରେ ନୂତନ ରୋଜଗାର ସୃଷ୍ଟି ହେଉଛି । ଆଜି ଆମେ ଆପଣଙ୍କୁ ଏପରି ରୋଜଗାର ବିଷୟରେ କହିବାକୁ ଯାଉଛୁ, ଯେଉଁଥିପାଇଁ ଆପଣ ଡ୍ରାଇଭିଙ୍ଗ ଶିଖିଥିବା ଜରୁରୀ ଅଟେ । ଏହି ରୋଜଗାରରୁ ଆପଣ 60-70 ହଜାର ଟଙ୍କା ସହଜରେ ରୋଜଗାର କରିପାରିବେ ।

ଏହି ବିଜନେସରୁ ରୋଜଗାର କରିପାରିବେ ଭଲ ପଇସା :-

ଯେଉଁ ଲୋକମାନେ ଭଲ ଭାବେ କାର ଚଳାଇ ଜାଣିଛନ୍ତି, ସେମାନେ ନିଜର ଗୋଟିଏ ଡ୍ରାଇଭିଙ୍ଗ ସ୍କୁଲ ଖୋଲିପାରିବେ । ଏହି ସ୍କୁଲରେ ଆପଣ ଲୋକମାନଙ୍କୁ କାର ଚଳାଇବା ଶିଖାଇବେ । କିନ୍ତୁ ଏହି ବିଜନେସକୁ ଆପଣ କିପରି ଆରମ୍ଭ କରିବେ ଚାଲନ୍ତୁ ସେ ବିଷୟରେ ସବୁକିଛି ଜାଣିବା ।

କିପରି ଆରମ୍ଭ କରିବେ ଡ୍ରାଇଭିଙ୍ଗ ସ୍କୁଲ :-

ଏହି ବିଜନେସ ଆରମ୍ଭ କରିବାପାଇଁ ଆପଣଙ୍କ ପାଖରେ କିଛି କାର ଥିବା ଆବଶ୍ୟକ । ଏଥିପାଇଁ ଆପଣ ସେକେଣ୍ଡ ହ୍ୟାଣ୍ଡ କାରରେ ଇନଭେଷ୍ଟ କରିପାରିବେ । ଏହାବ୍ୟତୀତ ଗୋଟିଏ ଜାଗା ଥିବା ଜରୁରୀ, ଯେଉଁଠାରେ ଆପଣ ଲୋକମାନଙ୍କୁ କାର ଚଳାଇବା ପାଇଁ ପ୍ରାକଟିସ କରାଇ ପାରିବେ । ସେହି ସ୍ଥାନ କାର ଡ୍ରାଇଭିଙ୍ଗ ସ୍କୁଲ ରାସ୍ତା ପାଖ ହେବା ଉଚିତ୍ । ଏହାଦ୍ବାରା କାର ନେବା ଆଣିବା କରିବାରେ କମ୍ ଅସୁବିଧାର ସାମ୍ନା କରିବାକୁ ପଡ଼ିିବ ।

ଏହି ସମସ୍ୟା ପାଇଁ ରୁହନ୍ତୁ ପ୍ରସ୍ତୁତ :-

କାର ଡ୍ରାଇଭିଙ୍ଗ ସ୍କୁଲ ଆରମ୍ଭ କରିବାପାଇଁ ଆପଣଙ୍କୁ ଗୋଟିଏ ପ୍ରାରମ୍ଭିକ ଇନଭେଷ୍ଟମେଣ୍ଟ ଅମାଉଣ୍ଟ ପାଇଁ ବ୍ୟବସ୍ଥା କରିବାକୁ ପଡ଼ିିବ । ଯେଉଁଥିରେ କାର କିଣିବା ଠାରୁ ନେଇ ସ୍କୁଲ୍ ତିଆରି ହେବା ପର୍ଯ୍ୟନ୍ତର ଖର୍ଚ୍ଚ ସାମିଲ ହେବ । ଏହାବ୍ୟତୀତ ଆପଣଙ୍କୁ ଏପରି କିଛି ଲୋକଙ୍କୁ ମଧ୍ୟ ହାୟର କରିବାକୁ ପଡ଼ିବ, ଯାହାକୁ କାର ଚଳାଇବା ଆସୁଥିବ ଏବଂ ସେ ଲୋକମାନଙ୍କୁ କାର ଚଳାଇବା ଶିଖାଇ ପାରିବ । କାର ଶିଖାଇବା ସମୟରେ ଯଦି ଦୁର୍ଘଟଣା ହୁଏ, ତେବେ ଏଥିପାଇଁ ମଧ୍ୟ ଆପଣଙ୍କୁ କିଛି ଲିଗାଲ ଆଡଭାଇସ ନେବାକୁ ପଡିବ ।

ବଦଳୁଥିବା ସମୟ ସହିତ ଲୋକମାନେ କାର ଉପରେ ଅଧିକ ନିର୍ଭର କରୁଛନ୍ତି । ଏପରି ପରିସ୍ଥିତିରେ ବିଶେଷଜ୍ଞଙ୍କ ଅନୁଯାୟୀ ଡ୍ରାଇଭିଙ୍ଗ ସ୍କୁଲ ଗୋଟିଏ ଭଲ ବିଜନେସ ହୋଇପାରିବ । ଯଦି ଆପଣ ଏହି ବିଜନେସର ଆରମ୍ଭ ଚ୍ୟାଲେଞ୍ଜକୁ ସହି ଯାଆନ୍ତି, ତେବେ ଏହା ଗୋଟିଏ ଲାଭର ବିଜନେସ ହୋଇପାରେ ।

Leave A Reply

Your email address will not be published.