ତିନୋଟି ଝିଅ ହେଲା ପରେ ପୁଅଟିଏ ଚାହୁଁଥିଲେ କିନ୍ତୁ ଏବେ ଏକାବେଳେ ଜନ୍ମନେଲେ ଆଉ ତିନି ଝିଅ,ବାପା କହିଲେ- ଭଗବାନଙ୍କ ଆଶୀର୍ବାଦ
ବାପା ମାଆ ହେବା କୈାଣସି ଦମ୍ପତି ପାଇଁ ସୈାଭାଗ୍ୟର ବିଷୟ|କିଛି ଯୋଡି ସହମତି ସହ ବିବାହର କିଛି ବର୍ଷ ପରେ ମାତା ପିତା ବନି ଯାଇଥାନ୍ତି|କିଛି ଲୋକ ଚାହିଁ କରି ମଧ୍ୟ ମାତା ପିତା ବନି ପାରନ୍ତି ନାହିଁ ଫଳରେ ନିରାଶ ହୋଇ ଥାନ୍ତି|ଏମିତିରେ ଦେଖାଯାଏ ତ ଆଜିବି ଅଧିକାଂଶ ଲୋକ ପୁଅ ଚାହାନ୍ତି|ଆଜିର ସମୟରେ ପୁଅ ଝିଅ ସମାନ ହୋଇଥିଲା ବେଳେ ଏବେବି ଲୋକଙ୍କ ମାନସିକତା ପରିବର୍ତ୍ତନ ହୋଇନାହିଁ|
ସମାଜର ଏକ ବଡ ଅଂଶ ଯିଏ ପୁଅକୁ ଝିଅଠାରୁ ଶ୍ରେଷ୍ଠ ମାନୁଛନ୍ତି|କିଛି ଲୋକ ଝିଅ ଜନ୍ମକୁ ଅଭିଶାପ ବୋଲି ଭାବୁଛନ୍ତି|ଏହା ମଧ୍ୟରେ ମଧ୍ୟପ୍ରଦେଶର ରାଜଗଡରେ ଏଭଳି ଏକ ମାମଲା ଦେଖାଯାଏ|ଏଠାରେ ବାପା ତିନି ଝିଅ ପରେ ପୁଅ ଚାହୁଁଥିଲେ କିନ୍ତୁ ପୁଣି ତିନି ଝିଅ ଜନ୍ମହେଲେ|ଏକାସାଙ୍ଗରେ ଜନ୍ମିତ ଏହି ତିନି ଝିଅର ନାଁ ଗଙ୍ଗା, ଯମୁନା ଓ ସରସ୍ଵତୀ ରହିଛି|
ନରସିଂହ ଗଡ ପିଛୋଡି ଗାଁରେ ସୀମା ତିୱାରୀ ୨୦୧୩ ରେ ରାକେଶ ତିୱାରୀ ସହ ବିବାହ କରିଥିଲେ|ବିବାହର ୨୦୨୦ ପର୍ଯ୍ୟନ୍ତ ତାଙ୍କର ତିନି ଝିଅ ଜନ୍ମହେଲେ|ସେ ଚାହୁଁଥିଲେ ତାଙ୍କର ଗୋଟିଏ ପୁଅ ହେଉ|ଗୁରୁବାର ପ୍ରସବ ଯନ୍ତ୍ରଣା ଫଳରୃ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ|ସେଠାରେ ସେ ତିନି ଝିଅକୁ ଜନ୍ମଦେଲେ|
ରାକେଶ କହିଛନ୍ତି ଆମେ ପୁଅ ଚାହୁଁଥିଲୁ ଫଳରେ ପରିବାର ସମ୍ପୁର୍ଣ୍ଣ ହୋଇଥାନ୍ତା କିନ୍ତୁ ତିନି ଝିଅ ହେଲା,ଏହା ଭଗବାନଙ୍କ ଆର୍ଶୀବାଦ, ମୁଁ ଖୁସି ଅଟେ|ଏମାନଙ୍କୁ ଖୁସିରେ ରଖିବି ଓ ପାଳିବି|
ଆପଣଙ୍କୁ କହିରଖେ ଏହା ପୂର୍ବରୁ ଏଭଳି ଏକ ମାମଲା ଆସିଥିଲା|ବାଲାଘାଟ ଜିଲ୍ଲା ହସ୍ପିଟାଲରେ କିରନାପୁର ତହସିଲର ଜରାହି ଗାଁର ୬ ବର୍ଷୀୟ ପ୍ରୀତି ୪ ଛୁଆ ଜନ୍ମ ଦେଇଥିଲା|ସେଥିରେ ୩ ପୁଅଓ ଗୋଟିଏ ଝିଅ ଥିଲେ|ଛୁଆମାନେ କମଜୋର ଥିଲେ ଫଳରେ ତାକୁ ୫୩ ଦିନ ହସ୍ପିଟାଲରେ ରଖାଯାଇଥିଲା|ସୁସ୍ଥ ହେବାପରେ ଘରକୁ ପଠାଇ ଦିଆଯାଇଥିଲା|