ଭାରତ ବନାମ ପାକିସ୍ତାନ ଏସିଆ କପ:- ମିଡ଼ିଲ ଅର୍ଡର ଫେଲ,Yuzvendra Chahal ଙ୍କ ସ୍ପେଲ,ଏସବୁ କାରଣ ପାଇଁ ହାରିଲା ଭାରତୀୟ ଦଳ

0

Get real time updates directly on you device, subscribe now.

ଏସିଆ କପ 2022 ରେ ଭାରତକୁ ପ୍ରଥମଥର ପରାଜୟର ସାମ୍ନା କରିବାକୁ ପଡ଼ିଛି। ରବିବାର ଦିନ ଖେଳାଯାଇଥିବା ମ୍ୟାଚରେ ଭାରତ ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା ଓ ଦଳ ତରଫରୁ ବିରାଟ କୋହଲି 60 ରନର ଶାନଦାର ପାଳି ଖେଳିଥିଲେ। ଜବାବରେ ଭାରତୀୟ ଦଳ ପାକିସ୍ତାନ ସାମ୍ନାରେ 182 ରନ ଟାର୍ଗେଟ ସେଟ କରିଥିଲା। କିନ୍ତୁ ପାକିସ୍ତାନ ଶେଷ ଓଭରରେ ଏହି ମ୍ୟାଚକୁ ଜିତି ନେଇଥିଲା।

ଏହି ଧମାକାଦାର ବିଜୟ ସହିତ ପାକିସ୍ତାନ ଗ୍ରୁପ ଷ୍ଟେଜ ପରାଜୟର ବଦଲା ମଧ୍ୟ ନେଇଯାଇଥିଲା। ଦେଖାଯାଏ ତ ଏହି ପରାଜୟ ପଛରେ ବହୁତ ସାରା କାରଣ ରହିଛି। ଆସନ୍ତୁ ଜାଣିବା ଏହିପରି କିଛି କାରଣ ବିଷୟରେ ଯାହାପାଇଁ ଭାରତ ପରାଜୟ ଭୋଗିଥିଲା।

ପାଣ୍ଡ୍ୟା ଓ ଭୁବନେଶ୍ୱରଙ୍କ ଫିକା ପ୍ରଦର୍ଶନ:-

ପାକିସ୍ତାନ ବିପକ୍ଷରେ ପୂର୍ବ ମ୍ୟାଚରେ ହିରୋ ଭୁବନେଶ୍ୱର କୁମାର ଓ ହାର୍ଦିକ ପାଣ୍ଡ୍ୟା ରହିଥିଲେ। ଉଭୟଙ୍କ ଦିନ ବହୁତ ଖରାପ ସାବ୍ୟସ୍ତ ହୋଇଥିଲା। ହାର୍ଦିକ ବ୍ୟାଟିଂ ଓ ବୋଲିଂରେ ଫେଲ ମାରିଥିଲେ। ସେ 4 ଓଭରରେ 44 ରନଦେଇ ଗୋଟିଏ ଉଇକେଟ ଓ ଭୁବନେଶ୍ୱର 4 ଓଭରରେ 40 ରନଦେଇ ଗୋଟିଏ ଉଇକେଟ ପାଇଥିଲେ। ଭୁବନେଶ୍ୱରଙ୍କ ଶେଷ ଓଭରରେ 19 ରନ ଆସିବା ଭାରତକୁ ଭାରି ପଡ଼ିଲା।

ମିଡ଼ିଲ ଅର୍ଡର ସରେଣ୍ଡର:-

ଭାରତୀୟ ଟିମ 5 ଓଭରରେ ଯେତେବେଳେ 54 ରନ କରିଥିଲା ସେତେବେଳେ ଲାଗୁଥିଲା ଆଜି ଦଳ 200 ରନ କରିବାକୁ ଯାଉଛି। କିନ୍ତୁ ଯେମିତି ରୋହିତ ଓ ରାହୁଲ ଆଉଟ ହେଲେ ମିଡ଼ିଲ ଅର୍ଡର ବ୍ୟାଟ୍ସମ୍ୟାନ କିଛି କରି ପାରିନଥିଲେ। କୋହଲି ତ ଗୋଟିଏ ପଟରେ ପାଳି ସମ୍ଭାଳି ଚାଲିଲେ କିନ୍ତୁ ସୂର୍ଯ୍ୟକୁମାର ଯାଦବ 13, ଋଷଭ ପନ୍ତ 14, ହାର୍ଦିକ ପାଣ୍ଡ୍ୟା 0 ଓ ଦୀପକ ହୁଡ଼ା 16 ବନାଇଥିଲେ ଯାହାକି ନିରାଶଜନକ ଥିଲା। ଯଦି ଟିମ ଇଣ୍ଡିଆ 15-20 ରନ ଅଧିକ ବନାଇଥାନ୍ତା ତାହେଲେ ମ୍ୟାଚର ଫଳାଫଳ ଆଉକିଛି ହୋଇଥାନ୍ତା।

ରୋହିତଙ୍କ ଟସ ହାରିବା:-

ଟସ ହାରିବା ମଧ୍ୟ ପରାଜୟର ଏକ ଫ୍ୟାକ୍ଟର କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ଗ୍ରୁପ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଦୁବାଇରେ ପ୍ରଥମେ ଟସ ଜିତି ବୋଲିଂ କରିଥିବା ଟିମ ଇଣ୍ଡିଆ ବିଜୟୀ ହୋଇଥିଲା। ଯଦି ଦଳ ରବିବାର ଦିନ ମଧ୍ୟ ଟସ ଜିତିଥାନ୍ତା ତାହେଲେ ବୋଧହୁଏ ଦଳ ଜିତି ଯାଇଥାନ୍ତା। ଆଜି ରୋହିତ ଶର୍ମାଙ୍କ ଭାଗ୍ୟ ତାଙ୍କ ସାଥ ଦେଲାନାହିଁ ଓ ଦଳ ଟସ ହାରି ମ୍ୟାଚ ମଧ୍ୟ ହାରିଗଲା।

ଚହଲଙ୍କ ମହଙ୍ଗା ଓଭର:-

ନିଜ ବୋଲିଂରେ ବିପକ୍ଷ ଦଳକୁ ଫସାଉଥିବା ୟୁଜବେନ୍ଦ୍ର ଚହଲ ପାକିସ୍ତାନ ବିପକ୍ଷ ମ୍ୟାଚରେ ଆଉଟ ଅଫ ଫର୍ମ ନଜର ଆସିଥିଲେ। 15 ତମ ଓଭରରେ 16 ରନ ଦେବାପରେ ଏହିଠାରୁ ହିଁ ପ୍ରତିପକ୍ଷ ଟିମକୁ ମୋମେଣ୍ଟମ ପ୍ରାପ୍ତ ହୋଇଥିଲା। ଚହଲ ନିଜ ସ୍ପେଲରେ 43 ରନ ବ୍ୟୟ କରିଥିଲେ ଓ ଗୋଟିଏ ଉଇକେଟ ହାସିଲ କରିଥିଲେ।

ଅର୍ଶଦୀପଙ୍କ କ୍ୟାଚ ଛାଡ଼ିବା:-

ଖେଳରେ କ୍ୟାଚ କାହା ହାତରୁ ମଧ୍ୟ ଖସିପାରେ। ଏହାମଧ୍ୟରେ ଅର୍ଶଦୀପ ସିଂହ ନିଜ ପାଳିର 18 ତମ ଓଭରରେ ଏକ କ୍ୟାଚ ଛାଡ଼ିଥିଲେ ଯାହାକି ଭାରତକୁ ଭାରି ପଡ଼ିଲା। ରବି ବିସ୍ନୋଇଙ୍କ ଏହି ଓଭରର ତୃତୀୟ ବଲରେ ଅର୍ଶଦୀପ ଏକ ସହଜ କ୍ୟାଚ ଛାଡ଼ିଥିଲେ ଯାହାକି ଦଳକୁ ଏହା ଭୋଗିବାକୁ ପଡ଼ିଥିଲା। ଏହାପରେ ଆସିଫ ଭୁବିଙ୍କ ଓଭରରେ ଏକ ଛକା ଓ ଚୌକା ମାରି ସମ୍ପୂର୍ଣ୍ଣ ଭାବରେ ମ୍ୟାଚକୁ ନିଜ ଆଡ଼କୁ କରି ଦେଇଥିଲେ।

Leave A Reply

Your email address will not be published.