ଗଣେଶ ପଣ୍ଡାଲ ରେ ନାଚୁଥିବା ବେଳେ ଜଣେ କଳାକାରଙ୍କର ମୃତ୍ୟୁ ହୋଇଛି । ଘଟଣା ସମୟରେ ସେଠାରେ ଶହ ଶହ ଲୋକ ଉପସ୍ଥିତ ଥିଲେ। ହନୁମାନଙ୍କ ପୋଷାକ ପିନ୍ଧିଥିବା କଳାକାର ହଠାତ୍ ମଞ୍ଚ ଉପରେ ପଡ଼ିଗଲେ । ଲୋକମାନେ ଭାବୁଥିଲେ ଯେ ସେ ଅଭିନୟ କରୁଛନ୍ତି । ତାଙ୍କ ଶରୀରରେ କିଛି ସମୟ ପାଇଁ କୌଣସି ଗତି ନଥିଲା, ତା’ପରେ ଲୋକମାନେ ଯାଇ ତାଙ୍କୁ ଦେଖିଲେ । ଲୋକମାନେ ଶୀଘ୍ର ଚେତାଶୂନ୍ୟ କଳାକାରଙ୍କୁ ଡାକ୍ତରଖାନାକୁ ନେଇଗଲେ ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଘଟଣା ଉତ୍ତରପ୍ରଦେଶର ମେନପୁରୀ ରୁ ଆସିଛି । ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁସାରେ ଗଣେଶ ଉତ୍ସଵ ଯୋଗୁଁ ଦେଶର ପ୍ରତ୍ୟେକ ସ୍ଥାନରେ ତଥା ଏଠାରେ ଗଣେଶ ମୂର୍ତ୍ତି ସ୍ଥାପନ କରା ଯାଇଥିଲା । ମେନପୁରୀ କୋଟୱାଲୀ ଅଞ୍ଚଳର ବଂଶୀଗୌରା ଠାରେ ଅବସ୍ଥିତ ଶିବ ମନ୍ଦିରରେ ଗଣେଶ ପ୍ରତିମା ମଧ୍ୟ ସ୍ଥାପନ କରାଯାଇ ଥିଲା ଏବଂ ପୂଜାପାଠ ସହିତ ଏଠାରେ ପ୍ରତିଦିନ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଶନିବାର ସନ୍ଧ୍ୟାରେ ମଧ୍ୟ ଏଠାରେ ଏକ ଭଜନ ଗ୍ରୁପ ଡକା ଯାଉଥିଲା ଏବଂ ଏକ ଭଜନ କାର୍ଯ୍ୟକ୍ରମ ଆୟୋଜନ କରା ଯାଉଥିଲା ।
#UP: मैनपुरी में अभिनय के दौरान एक्टर की मौत @ramm_sharma pic.twitter.com/hutpnpkpH8
— Zee News (@ZeeNews) September 4, 2022
ଭଜନ ଗ୍ରୁପ ସହିତ ରବି ଶର୍ମା ନାମକ ଜଣେ କଳାକାର ମଧ୍ୟ ଥିଲେ ଯିଏ ଭଗବାନ ହନୁମାନଙ୍କ ପୋଷାକରେ କୌଣସି ଏକ ଭଜନରେ ନାଚୁଥିଲେ । ତେବେ ନାଚୁଥିବା ବେଳେ କଳାକାର ରବି ଶର୍ମା ଜଣକ ହଠାତ୍ ତାଙ୍କ ମୁହଁ ମାଡି ମଞ୍ଚ ଉପରେ ପଡ଼ି ଯାଇଥିଲେ । ଭଜନରେ ଉପସ୍ଥିତ ଥିବା ଭକ୍ତମାନେ ପ୍ରଥମେ ଅନୁଭବ କରିଥିଲେ ଯେ ରବି ଶର୍ମା ବୋଧ ହୁଏ ଅଭିନୟ କରୁଛନ୍ତି । ସେଥିପାଇଁ ଲୋକମାନେ କରତାଳି ମଧ୍ୟ ଦେଇଥିଲେ ଏବଂ ଭଜନ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଲା ।
ହେଲେ ରବିଙ୍କ ଶରୀରରେ କିଛି ସମୟ ପାଇଁ କୌଣସି ଗତି ନଥିଲା । ତା’ପରେ ଲୋକମାନେ ତାଙ୍କୁ ଉଠାଇବାକୁ ଚେଷ୍ଟା କରି ଥିଲେ କିନ୍ତୁ ସେ ଉଠିଲେ ନାହିଁ । ରବି ଶର୍ମାଙ୍କୁ ଶୀଘ୍ର ଚେତାଶୂନ୍ୟ ଅବସ୍ଥାରେ ମେନପୁରୀ ଜିଲ୍ଲା ଡାକ୍ତରଖାନାକୁ ନିଆ ଯାଇଥିଲା । ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରବି ଶର୍ମା ନାଚୁଥିବା ସମୟରେ ହଠାତ୍ ମଞ୍ଚ ଉପରେ ପଡ଼ିଥିବାର ନଜର ଆସିଛନ୍ତି । ଏଥି ସହିତ ରବିଙ୍କ ମୃତ୍ୟୁ ହୋଇଥିବା ସବୁଠି ନିରବତା ରହିଛି । ଲୋକମାନେ କୁହନ୍ତି ରବି ଜଣେ ବହୁତ ଭଲ କଳାକାର ଥିଲେ ।