ଅର୍ଶଦୀପ ସିଂହଙ୍କ କ୍ୟାଚ ଛାଡ଼ିବା ଭାରତକୁ ପଡ଼ିଗଲା ମହଙ୍ଗା,ମାତ୍ର 2 ଓଭରରେ ପାକିସ୍ତାନ ବନାଇଲା 26 ରନ, ଏମିତି ହାରିଲା ଭାରତ
ଏସିଆ କପ ସୁପର-4 ମୁକାବିଲାରେ ଭାରତକୁ ପାଞ୍ଚ ଉଇକେଟର ପରାଜୟର ସାମ୍ନା କରିବାକୁ ପଡ଼ିଛି। ଭାରତ ପ୍ରଥମେ ବ୍ୟାଟିଂ କରି 181 ରନ କରିଥିଲା ଓ ଜବାବରେ ପାକିସ୍ତାନ ଏହାକୁ ଶେଷ ଓଭରରେ ହିଁ ହାସଲ କରିନେଇଥିଲା। ଏକ ସପ୍ତାହ ପୂର୍ବରୁ ଭାରତ ମଧ୍ୟ ପାକିସ୍ତାନକୁ ପାଞ୍ଚ ଉଇକେଟରେ ହରାଇଥିଲା କିନ୍ତୁ ରବିବାର ଦିନ ମ୍ୟାଚ ଜିତି ପାକିସ୍ତାନ ଏହାକୁ ବରାବର କରି ନେଇଥିଲା।
ପାକିସ୍ତାନକୁ ଶେଷ ଦୁଇ ଓଭରରେ ମ୍ୟାଚ ଜିତିବାପାଇଁ 26 ରନର ଆବଶ୍ୟକତା ଥିଲା ଓ ଦଳପାଇଁ 19ତମ ଓଭର ଭୁବନେଶ୍ୱର କୁମାର ନେଇ ଆସିଥିଲେ ଯାହାକି ଦଳକୁ ଭାରି ପଡ଼ିଗଲା। ଭୁବନେଶ୍ୱର କୁମାର ଏହି ଓଭରରେ 19 ରନ ଦେଇଥିଲେ ଓ ଭାରତକୁ ଏଠାରୁ ପ୍ରତ୍ୟାବର୍ତ୍ତନ କରିବା ମୁସ୍କିଲ ହୋଇଯାଇଥିଲା।
ଭୁବନେଶ୍ୱର କୁମାରଙ୍କ ଓଭର:-
ୱାଇଡ଼, 1, 6, ୱାଇଡ଼, 1, 4, 1, 4
ଶେଷ ଓଭରରେ ଭାରତକୁ 7 ରନର ଆବଶ୍ୟକତା ଥିଲା ଓ ଅର୍ଶଦୀପ ସିଂହଙ୍କୁ ବୋଲିଂ ଦିଆଯାଇଥିଲା। ସେ ଗୋଟିଏ ଉଇକେଟ ନେଇଥିଲେ ତ ସତ କିନ୍ତୁ ଏଥିରେ କୌଣସି ଫରକ ପଡ଼ିଲାନାହିଁ।
ଅର୍ଶଦୀପଙ୍କ ଏହି କ୍ୟାଚ ଭାରତ ଉପରେ ଭାରି ପଡ଼ିଲା:-
18 ତମ ଓଭରରେ ରବି ବିସ୍ନୋଇଙ୍କ ବଲରେ ଆସିଫ ଅଲ୍ଲୀ ଏକ ଶର୍ଟ ମାରିଥିଲେ ଓ ସିଧା ଉପରକୁ ଚାଲି ଯାଇଥିଲା। ପଏଣ୍ଟରେ ଛିଡ଼ା ହୋଇଥିବା ଅର୍ଶଦୀପ ସିଂହ ଏହାକୁ ବହୁତ ସହଜରେ ଧରିନେବେ ବୋଲି ଭାବିଥିଲେ କିନ୍ତୁ ଏହା ଖସି ଯାଇଥିଲା। କ୍ୟାଚ ଖସିବା ପରେ ଆସିଫ ଗୋଟିଏ ଛକା ଓ ଏକ ଚୌକା ମାରିଥିଲେ। କ୍ୟାଚ ଖସିବା ପରେ ଅଧିନାୟକ ରୋହିତ ଶର୍ମାଙ୍କ କ୍ରୋଧ ମଧ୍ୟ ଦେଖିବାର ଥିଲା।
ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ 182 ରନର ଟାର୍ଗେଟ ପ୍ରଦାନ କରିଥିଲା। ଏହି ଟାର୍ଗେଟକୁ ହାସଲ କରିବାକୁ ଆସିଥିବା ଅଧିନାୟକ ବାବର ଆଜାମ ପୁଣିଥରେ ଫେଲ ମାରିଥିଲେ ସେ 14 ରନ ବନାଇ ରବି ବିସ୍ନୋଇଙ୍କ ଶିକାର ହୋଇଥିଲେ। ପରେ ବ୍ୟାଟିଂ ପାଇଁ ଆସିଥିବା ଫାକର ଜମାନ ମଧ୍ୟ 15 ରନ କରି ଆଉଟ ହୋଇଗଲେ।
କିନ୍ତୁ ଓପନର ମହମ୍ମଦ ରିଜୱାନ ପୁଣିଥରେ ପାକିସ୍ତାନ ପାଇଁ ଭଲ ଖେଳି ଦେଖାଇଲେ ସେ ଗୋଟିଏ ପଟରୁ ପାଳି ସମ୍ଭାଳିଥିଲେ ଓ ଦ୍ରୁତ ଗତିରେ ରନ ବନାଇ ଚାଲିଲେ। ତାଙ୍କ ସାଥ ଦେବାକୁ ଆସିଥିବା ମହମ୍ମଦ ନବାଜ ମଧ୍ୟ 20 ବଲରୁ 42 ରନ ବନାଇଥିଲେ। ରିଜୱାନ ଓ ନବାଜଙ୍କ ମଧ୍ୟରେ 41 ବଲରେ 73 ରନର ପାର୍ଟନରଶିପ ହୋଇଥିଲା।
That's that from another close game against Pakistan.
Pakistan win by 5 wickets.
Up next, #TeamIndia play Sri Lanka on Tuesday.
Scorecard – https://t.co/xhki2AW6ro #INDvPAK #AsiaCup2022 pic.twitter.com/Ou1n4rJxHu
— BCCI (@BCCI) September 4, 2022
ମହମ୍ମଦ ରିଜୱାନ ଏହି ମ୍ୟାଚରେ 51 ବଲରୁ 73 ରନ ବନାଇଥିଲେ ଯେଉଁଥିରେ 6 ଚୌକା ଓ 2ଟି ଛକା ସାମିଲ ଥିଲା। ରିଜୱାନ 17 ତମ ଓଭରରେ ଆଉଟ ହୋଇଥିଲେ ଓ ହାର୍ଦିକ ତାଙ୍କ ଉଇକେଟ ନେଇଥିଲେ।
ଭାରତର ସିନିୟର ପ୍ଲେୟାର କମାଲ କଲେ:-
ଟସ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା ଭାରତୀୟ ଦଳର ଷ୍ଟାର୍ଟିଂ ବହୁତ ଶାନଦାର ହୋଇଥିଲା। ପ୍ରଥମ ଓଭରରୁ ଟିମ ଇଣ୍ଡିଆ ଛକା ଓ ଚୌକା ମାରିବା ଆରମ୍ଭ କରିଥିଲା। ପାୱାରପ୍ଲେରେ ଟିମ ଇଣ୍ଡିଆ 62 ରନ ବନାଇଥିଲା ଯାହାକି ପାକିସ୍ତାନ ବିପକ୍ଷରେ ବହୁତ ଅଧିକ ଥିଲା।
ରୋହିତ ଓ ରାହୁଲ 28-28 ରନ ବନାଇଲେ ଓ ଆଉଟ ହୋଇଯାଇଥିଲେ। ଏହାପରେ ବିରାଟ କୋହଲି 44 ବଲରୁ 60 ରନ ବନାଇଲେ ଓ ପାଳି ସମ୍ଭାଳିଥିଲେ।
ଏଥର ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ ଓ ହାର୍ଦିକ ପାଣ୍ଡ୍ୟା ଫେଲ ମାରିଥିଲେ। ତିନିଜଣ କମ ଅନ୍ତରାଳରେ ଉଇକେଟ ହରାଇଥିଲେ। ସେମାନେ ବହୁତ ଜଲଦି ଆଉଟ ହୋଇଯିବାରୁ ଭାରତକୁ ଝଟକା ଲାଗିଲା ଓ ଦୀନେଶ କାର୍ତ୍ତିକଙ୍କ ଅନୁପସ୍ଥିତି ଭାରତକୁ ଅନୁଭବ ହୋଇଥିଲା। କିନ୍ତୁ ଶେଷ ଦୁଇଟି ବଲରେ ଭାରତକୁ ଚୌକା ମିଳିବାରୁ ଦଳ 181 ରନରେ ପହଞ୍ଚିଥିଲା।