Asia Cup 2022 : ଆଜିଠାରୁ ଆରମ୍ଭ ହେବ ସୁପର-4 ଲଢେ଼ଇ। ଜାଣନ୍ତୁ କେବେ କେଉଁ ଦଳ ସହିତ କାହାର ମ୍ୟାଚ ରହିଛି ?

0

Get real time updates directly on you device, subscribe now.

ଏସିଆ କପରେ ସୁପର-4 ରେ ଚାରୋଟି ଦଳ ପହଞ୍ଚି ସାରିଛନ୍ତି। ସୁପର 4 ରେ ଶେଷ ଦଳ ଭାବରେ ପାକିସ୍ତାନ ପ୍ରବେଶ କରିଛି। ଶୁକ୍ରବାର ଦିନ ଖେଳାଯାଇଥିବା ପାକିସ୍ତାନ ବନାମ ହଙ୍ଗକଙ୍ଗ ମ୍ୟାଚରେ ପାକିସ୍ତାନ 155 ରନରେ ବିପକ୍ଷ ଦଳକୁ ପରାସ୍ତ କରିଦେଇଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି 193 ରନ କରିଥିଲା ଜବାବରେ ହଙ୍ଗକଙ୍ଗ 38 ରନରେ ଅଲଆଉଟ ହୋଇଯାଇଥିଲା।

ଆଜି ହେବ ଆଫଗାନିସ୍ତାନ- ଶ୍ରୀଲଙ୍କା ମଧ୍ୟରେ ଟକ୍କର:-

ସୁପର-4 ରେ ପହଞ୍ଚିଥିବା ଚାରୋଟି ଦଳ ମାନଙ୍କ ମଧ୍ୟରେ ଶନିବାର ଦିନଠାରୁ ମୁକାବିଲା ଆରମ୍ଭ ହୋଇଯିବ। ସୁପର-4 ମୁକାବିଲାରେ ଯେଉଁ ଦଳ ଟପ-2 ରେ ଶେଷ କରିବ, ସେମାନଙ୍କ ମଧ୍ୟରେ ଫାଇନାଲ୍ ଖେଳାଯିବ। ଶନିବାର ଦିନ ପ୍ରଥମ ମ୍ୟାଚ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଅଛି ଓ ରବିବାର ଦିନ ହାଇ ଭୋଲ୍ଟେଜ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ରହିଛି।

11 ତାରିଖରେ ଖେଳାଯିବ ଫାଇନାଲ୍ ମୁକାବିଲା:-

ଭାରତ ନିଜର ଆଗାମୀ ମ୍ୟାଚ 4 ତାରିଖକୁ ଛାଡ଼ି ଦେଲାପରେ 6 ତାରିଖରେ ଶ୍ରୀଲଙ୍କା ସହିତ ଓ 8 ତାରିଖରେ ଆଫଗାନିସ୍ତାନ ସହିତ ଖେଳିବ। ସୁପର-4 ର ଶେଷ ମ୍ୟାଚ ସେପ୍ଟେମ୍ବର 9 ତାରିଖରେ ପାକିସ୍ତାନ ବନାମ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଏହାର ଦୁଇଦିନ ପରେ ମାନେ ସେପ୍ଟେମ୍ବର 11 ତାରିଖରେ ଫାଇନାଲ୍ ମ୍ୟାଚ ଉଦ୍ଘାଟିତ ହେବ।

ଗ୍ରୁପ ଏ ରେ ଏକନମ୍ବର ରହିଲା ଟିମ ଇଣ୍ଡିଆ:-

ଭାରତୀୟ ଦଳ ନିଜର ଦୁଇଟି ମ୍ୟାଚରେ ବିଜୟ ହାସଲ କରି ଗ୍ରୁପ ଏ ରେ ଏକନମ୍ବର ସ୍ଥାନରେ ଶେଷ କରିଛି। ଭାରତ ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନକୁ 5 ଉଇକେଟରେ ହରାଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ହଙ୍ଗକଙ୍ଗକୁ 40 ରନରେ। ପରାସ୍ତ କରିଥିଲା। ପାକିସ୍ତାନ ଟିମ ଗୋଟିଏ ବିଜୟ ସହିତ ଗ୍ରୁପ ଏ ରେ ଦ୍ଵିତୀୟ ସ୍ଥାନରେ ରହିଲା।

ଗ୍ରୁପ ବି ରେ ଆଫଗାନିସ୍ତାନର ଜଲୱା:-

ଗ୍ରୁପ ବି ରେ ଆଫଗାନିସ୍ତାନର ଜଲୱା ଦେଖିବାକୁ ମିଳିଥିଲା। ପ୍ରଥମେ ଆଫଗାନିସ୍ତାନ ଶ୍ରୀଲଙ୍କାକୁ 8 ଓ ବାଂଲାଦେଶକୁ 7 ଉଇକେଟରେ ହରାଇ ଗ୍ରୁପ ଏ ରେ ଏକନମ୍ବର ସ୍ଥାନ ହାସଲ କରିଥିଲା। ସେହିପରି ଶ୍ରୀଲଙ୍କା ନିଜର ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ହରାଇ ଦୁଇ ନମ୍ୱର ସ୍ଥାନ ହାସଲ କଲା।

ସୁପର-4 ସେଡ୍ୟୁଲ:-

ସେପ୍ଟେମ୍ବର 3: ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ, ଶାରଜା

ସେପ୍ଟେମ୍ବର 4: ଭାରତ ବନାମ ପାକିସ୍ତାନ, ଦୁବାଇ

ସେପ୍ଟେମ୍ବର 6: ଶ୍ରୀଲଙ୍କା ବନାମ ଭାରତ,ଦୁବାଇ

ସେପ୍ଟେମ୍ବର 7: ପାକିସ୍ତାନ ବନାମ ଆଫଗାନିସ୍ତାନ, ଶାରଜା

ସେପ୍ଟେମ୍ବର 8: ଭାରତ ବନାମ ଆଫଗାନିସ୍ତାନ, ଦୁବାଇ

ସେପ୍ଟେମ୍ବର 9: ଶ୍ରୀଲଙ୍କା ବନାମ ପାକିସ୍ତାନ, ଦୁବା

ସେପ୍ଟେମ୍ବର 11: ଫାଇନାଲ, ଦୁବାଇ

1984 ମସିହାରେ ହୋଇଥିଲା ପ୍ରଥମ ଟୁର୍ଣ୍ଣାମେଣ୍ଟ:-

1984 ମସିହାରୁ ଏସିଆ କପର ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏସିଆ କପର 15 ତମ ସଂସ୍କରଣ ଚାଲିଛି। ଭାରତ ସବୁଠାରୁ ସଫଳ ଟିମ ଭାବରେ 7 ଥର ଏସିଆ କପ ଜିତିବାର ନିଜ ନାମରେ କରିଛି। ସେହିପରି ଶ୍ରୀଲଙ୍କା 5 ଥର ଏସିଆ କପ ଜିତିଛି ଓ ପାକିସ୍ତାନ 2 ଥର ଏସିଆ କପ ଜିତିପାରିଛି। ବର୍ତ୍ତମାନ ଟିମ ଇଣ୍ଡିଆ ଏସିଆ କପର ଡିଫେଣ୍ଡିଂ ଚାମ୍ପିୟାନ ଅଟେ।

Leave A Reply

Your email address will not be published.