ଭାଣିଜୀକୁ ହେଲା ଦୁଇଗୁଣ ବୟସର ମାମୁଁଙ୍କ ସହ ପ୍ରେମ, ମା ମଝିରେ କଣ୍ଟା ସାଜିବାରୁ ଜଙ୍ଗଲକୁ ନେଇ କଲା ଏପରି କାମ,ଜାଣନ୍ତୁ ପୁରା ମାମଲା
ପ୍ରେମ ଯେତିକି ଭଲ ଜିନିଷ, ସେତେ ଖରାପ ଏବଂ ଖତରନାକ ମଧ୍ୟ ଅଟେ | କୁହନ୍ତି ପ୍ରେମରେ ମଣିଷ ଅନ୍ଧ ହୋଇଯାଏ | ତାପରେ ସେହି ପ୍ରେମକୁ ପାଇବାପାଇଁ ଯେକୌଣସି ସୀମାକୁ ଚାଲିଯାଇପାରେ | ବର୍ତ୍ତମାନ ମଧ୍ୟପ୍ରଦେଶର ଏହି ଝିଅକୁ ହିଁ ଦେଖିନିଅନ୍ତୁ | ସେ ନିଜର ୫୦ ବର୍ଷୀୟ ମାମୁଁଙ୍କୁ ଭଲପାଇ ବସିଲା | ଯେତେବେଳେ ଏ ବିଷୟରେ ତା ମା ଜାଣିଲେ, ସେତେବେଳେ ସେ ଝିଅକୁ ଏସବୁ ବନ୍ଦ କରିବାକୁ ଲାଗିଲେ | କିନ୍ତୁ ପ୍ରେମରେ ଅନ୍ଧ ହୋଇଥିବା ଝିଅ ନିଜ ମା ସହ ଭୟାନକ କାମ କଲା |
ଏହି ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟପ୍ରଦେଶର ଅନୁପପୁରର ଅଟେ | ଏଠାରେ ଭାଲୁମାଡା ଥାନାର ପୋଲିସକୁ ଅଗଷ୍ଟ ୨୧ ତାରିଖ ୨୦୨୨ରେ ଜଙ୍ଗଲରୁ ଜଣେ ମହିଳାଙ୍କ ଶବ ମିଳିଥିଲା | ଏହି ଶବର ଚିହ୍ନଟ ୪୫ ବର୍ଷୀୟ ମଞ୍ଜୁ ବିଶ୍ୱକର୍ମା ଭାବେ ହୋଇଥିଲା | ପୋଲିସ ଯେତେବେଳେ ଏହି ମାମଲାରେ ଯାଞ୍ଚ କଲା, ସେତେବେଳେ ମଞ୍ଜୁଙ୍କ ୨୫ ବର୍ଷୀୟ ଝିଅ ବିନୀତା ବିଶ୍ୱକର୍ମା ଉପରେ ସନ୍ଦେହ ହେଲା | ପ୍ରଥମେ ତ ବିନୀତା କଥା ବୁଲାଇବାକୁ ଲାଗିଲା, କିନ୍ତୁ ପରେ ପୋଲିସ କଠୋର ହେବାରୁ ସେ ସବୁକିଛି ବାନ୍ତି କରିଦେଲା |
ଦୁଇଗୁଣ ବୟସର ମାମୁଁଙ୍କ ସହିତ ଥିଲା ଭାଣିଜୀର ସମ୍ପର୍କ :-
ପଚରାଉଚରା କରିବାପରେ ପୋଲିସ ଜାଣିବାକୁ ପାଇଲା ଯେ ୨୫ ବର୍ଷୀୟ ବିନୀତାଙ୍କ ଲଭ ଅଫେୟର ତାଙ୍କ ୫୦ ବର୍ଷୀୟ ମାମୁଁ ଲାଲ ବାହାଦୂରଙ୍କ ସହ ଚାଲିଥିଲା | ଭାଇ ଏବଂ ଝିଅର ଏହି ସମ୍ପର୍କକୁ ନେଇ ମୃତ ମଞ୍ଜୁ ଆପତ୍ତି କରୁଥିଲେ | ସେ ଏହି ସମ୍ପର୍କ ଉପରେ ଆପତ୍ତି କରିବାକୁ ଲାଗିଲେ | କିନ୍ତୁ ତାଙ୍କ ଝିଅ ଏବଂ ଭାଇ ପ୍ରେମରେ ଅନ୍ଧ ହୋଇସାରିଥିଲେ | ସେମାନେ ମଞ୍ଜୁଙ୍କ ମୃତ୍ୟୁର କାହାଣୀ ତିଆରି କରିବା ଆରମ୍ଭ କରିଦେଲେ |
ଅଗଷ୍ଟ ୨୦ ତାରିଖ ଦିନ ମାମୁଁ ଭାଣିଜୀ ଝଡ଼ାଫୁଙ୍କା ବାହାନାରେ କୁସିଆରା ମରଘାଟି ଜଙ୍ଗଲକୁ ନେଇଆସିଲେ | ଏଠାରେ ଉଭୟେ ମଞ୍ଜୁଙ୍କର ଗଳା ଦବାଇ ମର୍ଡର କରିଦେଲେ | ତାପରେ ଝିଅ ମା ହଜିଯାଇଥିବାକୁ ନେଇ ଥାନାରେ ଅଭିଯୋଗ କରାଇଲା | ସେ ଭାବିଲା ଯେ ସେ ଯଦି ନିଜେ ଅଭିଯୋଗ କରିବେ, ତେବେ ପୋଲିସ ତା ଉପରେ ସନ୍ଦେହ କରିବନାହିଁ | କିନ୍ତୁ ପୋଲିସ ମଧ୍ୟ ଚାଲାକ ବାହାରିଲା | ବିନୀତାଠାରୁ ପଚରାଉଚରା କରିବାପରେ ସେ ବୁଝିଗଲା ଯେ କିଛି ତ ଗଡ଼ବଡ଼ ନିଶ୍ଚୟ ଅଛି |
ଝିଅ ସ୍ୱୀକାର କଲା ମାକୁ ହତ୍ୟା କରିଥିବା କଥା :-
ପୋଲିସର କଠୋରତା ଦେଖି ବିନୀତା ନିଜର ଦୋଷ ସ୍ୱୀକାର କରିଦେଲା | ତାପରେ ଏହି ବୟାନକୁ ଆଧାର କରି ପୋଲିସ ମାମୁଁ ଲାଲ ବାହାଦୂରଙ୍କୁ ମଧ୍ୟ ଗିରଫ କରିନେଲା | ବର୍ତ୍ତମାନ ପୋଲିସ ପ୍ରମାଣ ଏବଂ ବୟାନକୁ ଆଧାର କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି |