ଲଜ୍ଜ୍ୟା ଲଜ୍ୟା ….ଏପଟେ ଘରର ବୋହୁ ନଦୀରେ ବୁଡ଼ିଯାଇଛନ୍ତି ବୋଲି ଘଣ୍ଟା ଘଣ୍ଟା ଖୋଜୁଛି ପୋଲିସ,କିନ୍ତୁ ସେପଟେ ବୋହୁ ପ୍ରେମିକ ସହ ବିତାଉଛି ରାତି,ଜାଣନ୍ତୁ ପୁରା ମାମଲା
ମଧ୍ୟପ୍ରଦେଶର ରତଲାମ୍ ସହରରେ ଗୋଟିଏ ବଡ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ପୋଲିସ ଏକ ନଦୀରେ ଯେଉଁ ମହିଳାଙ୍କୁ ଘଣ୍ଟା ଘଣ୍ଟା ଧରି ଖୋଜୁଥିଲା, ସେ ନିଜ ପ୍ରେମିକ ସହିତ ରାତି ବିତାଉଥିଲା । ମହିଳା ବିବାହିତ ଅଟନ୍ତି । ତାର ଦୁଇଟି ପିଲା ମଧ୍ୟ ଅଛନ୍ତି । କିନ୍ତୁ ସେ ଶାଶୂଘର ଲୋକଙ୍କୁ ଏପରି ବୋକା ବନାଇଲା ଯେ ନିଜେ ପୋଲିସର ମୁଣ୍ଡ ମଧ୍ୟ ବୁଲାଇଦେଲା ।
ମହିଳାଙ୍କୁ ନଦୀରେ ଖୋଜିଚାଲିଲା ପୋଲିସ :-
ବାସ୍ତବରେ ବିଷ୍ଣୁ ବାଇ ନାମକ ମହିଳା ନାରାୟଣୀ ଗାଁର ବାସିନ୍ଦା ଅଟନ୍ତି । ଦୁଇଦିନ ପୂର୍ବରୁ ସେ ନିଜର ଦୁଇ ପିଲାଙ୍କୁ ନେଇ କୁଆଡେ ଚାଲି ଯାଇଥିଲେ । ଆଉ ଫେରିନଥିଲେ । ଯେତେବେଳେ ଶାଶୂଘର ଲୋକେ ବୋହୂକୁ ଖୋଜିଲେ, ସେତେବେଳେ ଗାଁ ପାଖରେ ଲୁଣୀ ନଦୀ କୂଳରେ ତାଙ୍କ ଚପଲ ମିଳିଲା । ଶାଶୂଘର ଲୋକଙ୍କୁ ଲାଗିଲା ଯେ ତାଙ୍କ ବୋହୂ ନଦୀରେ ବୁଡିଯାଇଛି । ଏପରି ପରିସ୍ଥିତିରେ ସେମାନେ ଆଲୋଟ ପୋଲିସକୁ ସୂଚନା ଦେଇ ଡକାଇଲେ ।
ବୟଫ୍ରେଣ୍ଡ ସହିତ ରାତି କଟେଇବା ସମୟରେ ମିଳିଲା :-
ଏହାପରେ ପୋଲିସ ଘଟଣାସ୍ଥଳକୁ ଆସିଲା ଏବଂ NDRF ଟିମ୍ ସହିତ ସାରା ଦିନ ନଦୀରେ ମହିଳାଙ୍କୁ ଖୋଜିବାର ଅଭିଯାନ ଚଳାଇଲେ । ତେବେ ବହୁତ୍ ଖୋଜିବା ପରେ ମଧ୍ୟ ମହିଳାଙ୍କର କୌଣସି ଖବର ମିଳିଲା ନାହିଁ । କେମିତି ବା ମିଳିବ, ସେ ମହିଳା ତ ନିଜ ବୟଫ୍ରେଣ୍ଡ ସହିତ ରାତି କଟେଇବାରେ ବ୍ୟସ୍ତ ଥିଲା । ବାସ୍ତବରେ ସେ ଜାଣିଶୁଣି ନଦୀ କୂଳରେ ନିଜ ଚପଲ ଛାଡ଼ି ଯାଇଥିଲା । ଯେପରିକି ଶାଶୂଘର ଲୋକେ ତାର ପିଛା କରିବେ ନାହିଁ ।
ଏହିପରି ହେଲା ଖୁଲାସା :-
ତେବେ କିଛି ଗ୍ରାମବାସୀ ପରେ କହିଲେ ଯେ ସେମାନେ ମହିଳାଙ୍କୁ କୌଣସି ଗାଡ଼ିରେ ବସୁଥିବାର ଦେଖିଥିଲେ । ଏଥିରୁ ପୋଲିସ ସନ୍ଦେହ କଲା ଯେ ମହିଳା କାହା ସହ ପଳାଇ ଯାଇଥିବେ । ସେମାନେ ମହିଳାଙ୍କ ମୋବାଇଲ ନମ୍ୱର୍ ଟ୍ରେସ କଲେ । ଏଥିରେ ତାଙ୍କର ରାଜସ୍ଥାନର ଦାବଲା ଗାଁର ଘନଶ୍ୟାମ ରାଠୌର ସହିତ ଯୋଗାଯୋଗ ଥିବା ଜଣାପଡ଼ିଲା । ତେବେ ଦୁଇଦିନ ପରେ ନିଜେ ମହିଳା ଅଲୋଟ ଥାନାକୁ ଆସିଗଲେ । ସେ ପୋଲିସକୁ କହିଲେ ଯେ ସେ ନିଜ ପ୍ରେମିକକୁ ବହୁତ୍ ଭଲପାଏ । ତା ସହ ବିବାହ କରି ସାରିଛନ୍ତି । ବର୍ତ୍ତମାନ୍ ତାଙ୍କ ସହ ହିଁ ରହିବାକୁ ଚାହୁଁଛନ୍ତି । ସେ ତାଙ୍କୁ ଗତ 8 ବର୍ଷ ଧରି ଭଲ ପାଉଛନ୍ତି ।
ମହିଳାଙ୍କ ଏହି କଥା ଶୁଣି ତାଙ୍କ ଶାଶୁଘର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ସେପଟେ ପୋଲିସ ମହିଳାଙ୍କୁ ରତଲାମର ନାରୀ ନିକେତନ ପଠାଇଦେଲା । ବର୍ତ୍ତମାନ୍ ପୋଲିସ ଏହି ମାମଲାର ସବୁ ଦିଗରୁ ଯାଞ୍ଚ୍ କରୁଛି । ଏହାପରେ ହିଁ ଆଗକୁ କୌଣସି ଆକ୍ସନ ନିଆଯିବ । ତେବେ ଏହି ପୁରା ମାମଲାରେ ଆପଣଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।