ଡେଲିଭରୀ ବୟ ଉପରେ ମହିଳା ଚଲାଇଲେ ଜୋତା,ଜୋମାଟୋ କହିଲା ହେବ ଯାଞ୍ଚ

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ଏକ ଜୋମାଟୋ ଡେଲିଭରି ବୟର ଭିଡିଓ ଭାଇରାଲ ହେଉଛି|ଭିଡିଓରେ ମହିଳା ଡେଲିଭରୀ ବୟକୁ ଜୋତାରେ ପିଟୁଥିବା ଦେଖାଯାଏ|ଏହାକୁ ଜଣେ ଟୁଇଟର ୟୁଜର ସେୟାର କରିଥିଲେ ଓ ଡେଲିଭରୀ ବୟ୍ ର ସାହାଯ୍ୟ ମାଗିଥିଲେ|ଏବେ ଜୋମାଟୋ ତରଫରୁ ଟୁଇଟ କରି କୁହାଯାଇଛି ଯେ କମ୍ପାନୀ ମାମଲାର ଯାଞ୍ଚ କରୁଛି|ମାମଲା ପାଇଁ କମ୍ପାନୀ ଡେଲିଭରୀ ବୟ ପାର୍ଟନର ସହ ଯୋଗାଯୋଗ କରିବ|

ଘଟଣାର ଭିଡିଓ @bogas04 ଟୁଇଟର ୟୁଜର ସେୟାର କରିଥିଲେ|ସେ @ ଜୋମାଟୋ ହ୍ୟାସ ଟ୍ୟାଗ କରି ଲେଖିଥିଲେ,”ମୋର ଅର୍ଡର ଡେଲିଭରୀ ବୟ କରୁଥିବା ସମୟରେ ଡେଲିଭରୀ ବୟ ଏକ୍ଜୂକେଟିଭ ଉପରେ ଆକ୍ରମଣ କରାଯାଇଥିଲା”|ଜଣେ ମହିଳା ମୋଠୁ ଅର୍ଡର ନେଲେ ଓ ଜୋତାରେ ପିଟିଲେ|ସେ କାନ୍ଦି କାନ୍ଦି ମୋ ପାଖକୁ ଆସିଲା|ତାକୁ ଡର ଥିଲା ଯେ ଚାକିରି ଚାଲିଯିବ|

ୟୁଜର ଏହି ଭିଡିଓକୁ ୧୬ ଅଗଷ୍ଟରେ ସେୟାର କରିଥିଲେ|ଯଦିଓ ଏହି ଭିଡିଓ କେଉଁଠାର ସ୍ପଷ୍ଟ ସୂଚନା ନାହିଁ|ପୋଷ୍ଟରେ ୟୁଜର ଆଗକୁ ଲେଖିଛନ୍ତି,”ଭାଗ୍ୟଭଲ ସେଠାରେ ମହଜୁଦ ଲୋକ ଭିଡିଓ ବନାଇଥିଲେ”|ମୋତେ ବିନା ଅଡିଓ ଵାଲା ଭିଡିଓ ମିଳିଲା|ମୁଁ କଷ୍ଟମର କେୟାରକୁ କଲ କଲି କିନ୍ତୁ ସଫଳ ସାବ୍ୟସ୍ତ ହେଲା ନାହିଁ|

ୟୁଜର ଆଗକୁ ଲେଖିଛନ୍ତି,”ମୁଁ ଏଥିପାଇଁ ଟୁଇଟ କରୁଛି ଯେ ଡେଲିଭରୀ ବୟକୁ ନ୍ୟାୟ ଓ ଚାକିରି ସିକ୍ୟୁରିଟି ମିଳୁ|ମୁଁ କଷ୍ଟମର ରିପ୍ରେଜେଣ୍ଟିଭ୍ ସହ କଥା ହେବା ପାଇଁ କହିଲି ଫଳରେ ସେ ସମ୍ପୁର୍ଣ ଘଟଣା ବତାଇ ପାରିବେ|ଦୟାକରି ଏହି ଘଟଣାର ତଦନ୍ତ କରି ନ୍ୟାୟ ଦିଅନ୍ତୁ|

ପୋଷ୍ଟରେ ଲୋକେ ଡେଲିଭରୀ ବୟକୁ ପିଟିଥିବା ମହିଳାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କହୁଛନ୍ତି|ପରେ ୟୁଜର ପୋଷ୍ଟରେ ଜମାଟୋ ତରଫରୁ କୁହାଯାଇଛି ଘଟଣା ସମ୍ପର୍କରେ ବତାଇବାରୁ ଧନ୍ୟବାଦ|ଏହି ମାମଲାର ଯାଞ୍ଚ ଚାଲିଛି|

Leave A Reply

Your email address will not be published.