ଭାରତର ଏହି ଗାଁର ଜନସଂଖ୍ୟା ୩୦୦୦, ୧୦୦୦ ଲୋକ ତିଆରି କରନ୍ତି ୟୁଟୁବ ଭିଡିଓ, ଅନେକ ହୋଇସାରିଛନ୍ତି ୟୁଟୁବ ଷ୍ଟାର

0

Get real time updates directly on you device, subscribe now.

ବଢୁଥିବା ସମୟ ସହିତ ଲୋକଙ୍କ ଆଗ୍ରହ ୟୁଟୁବ କିମ୍ବା ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଭିଡିଓ ତିଆରି କରି ଅପଲୋଡ କରିବା ଆଡକୁ ବଢୁଅଛି। ଆଜିର ସମୟରେ ପ୍ରତ୍ଯେକ ଇଣ୍ଟରନେଟରେ ଜଡିତ ଅଛନ୍ତି। ଲୋକ ଇଣ୍ଟରନେଟ ଓ ୟୁଟୁବକୁ ଆୟ କରିବାର ଜରିଆ କରିନେଇଛନ୍ତି। ଏମିତି ଲୋକଙ୍କର ସଂଖ୍ୟା ଲଗାତାର ବଢିଯାଉଛି।

ୟୁଟୁବରେ କୋଟି ଭିଡିଓ ଅପଲୋଡ ହେଉଅଛି। ପ୍ରତ୍ଯେକ ଦିନ ଅନେକ ଭିଡିଓ ୟୁଟୁବରେ ଅପଲୋଡ ହୁଏ। ଆଜି ଆମେ ଆପଣଙ୍କୁ ଭାରତର ଏକ ଏମିତି ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଜନସଂଖ୍ୟା ତିନି ହଜାର। ସବୁଠାରୁ ଖାସ କଥା ହେଉଛିକି ଏକ ହଜାର ଲୋକ କୌଣସି ନା କୌଣସି ୟୁଟୁବ ଚ୍ଯାନେଲ ସହିତ ଜଡିତ ଅଛନ୍ତି।

କୁହାଯାଏକି ରାୟପୁରର ଏକ ଗାଁରେ ପ୍ରତ୍ଯେକ ଘରେ କୃଷକଙ୍କ ସହିତ କଳାକାର ମଧ୍ୟ ଅଛନ୍ତି। ଯେତିକି ଲୋକ ୟୁଟୁବ ସହ ଯଦିର ଅଛନ୍ତି ସେମାନେ ସୋସିଆଲ ମିଡିଆ ମାଧ୍ୟମରେ ଭଲ ଆୟ ମଧ୍ୟ କରନ୍ତି। ତେବେ ଚାଲନ୍ତୁ ଜାଣିବାକି ଭାରତର ଏମିତି ଗାଁ ବିଷୟରେ। ଆପଣଙ୍କୁ ଜଣାଇଦେଉଛୁକି ଏହି ଗାଁ କେଉଁଠି ଅଛି।

ଭାରତରେ ଏହି ଗାଁ ଛତିଶଗଡର ରାଜଧାନୀ ରାୟପୁରରୁ ୪୫ କିଲୋମିଟର ଦୂରରେ ଅଛି। ଯାହାର ନାମ ତୁଲସୀ ଅଟେ। କୁହାଯାଏକ୍କି ଏହି ଗାଁରେ ପାଖାପାଖି ଗୋଟିଏ ଘରେ ଏକ ୟୁଟୁବର ଅଛନ୍ତି। ଅଧିକତର ୟୁଟୁବର କାମେଡି ଭିଡିଓ ମାଧ୍ୟମରେ ହାସ୍ୟ କଳାକାର ଭାବରେ ଜଡିତ। ଏହି ଗାଁକୁ ‘ଲାଫଟର ଚମ୍ପିୟାନ୍ସର ଗାଁ’ ମଧ୍ୟ କହିଲେ କୌଣସି ଭୁଲ ହେବ ନାହିଁ।

ଗାଁର ଅନେକ ଯୁବକଙ୍କର ନିଜର ଏକ ୟୁଟୁବ ଚ୍ଯାନେଲ ମଧ୍ୟ ଅଛି। ଏହି କଥା ଅଲଗାକି ଏଥିରେ ସଫଳ ଓ ଚର୍ଚ୍ଚିତ ବହୁତ କମ ଅଛନ୍ତି। ଯେଉଁମାନଙ୍କର ଅଧିକ ନାମ ନାହିଁ ସେମାନେ ମଧ୍ୟ ସଫଳତା ଓ ଲୋକପ୍ରିୟତା ପାଇବାରେ ଲାଗିଛନ୍ତି। ସମସ୍ତ କମେଡି ଚ୍ଯାନେଲ ଚଲାଉଥିବା କଳାକାର ଦେଶର ବହୁତ ସଫଳ ଓ ଲୋକପ୍ରିୟ କାମେଡିଆନ କପିଲ ଶର୍ମାଙ୍କୁ ବହୁତ ପସନ୍ଦ କରନ୍ତି।

୧୨ ୟୁଟୁବ ଚ୍ଯାନେଲରୁ ହୁଏ ଆୟ…:-

ୟୁଟୁବରେ ପାଖାପାଖି ଗାଁର ପ୍ରତ୍ଯେକ ଯୁବକ ଜଡିତ ଅଛନ୍ତି। ତୁଲସୀର ଅନେକ ଯୁବକଙ୍କର ୟୁଟୁବ ଚ୍ଯାନେଲ ଅଛି। ଏଥିରେ ୧୨ଜଣ ୟୁଟୁବ ଚ୍ଯାନେଲ ଏମିତି ଅଛି ଯାହାକି ମନିଟାଇଜ ହୋଇଛି। ଅର୍ଥାତ ୟୁଟୁବରେ ୧୨ ଚାନେଲର ଆୟ ହୁଏ। କଥାବାର୍ତ୍ତାରେ ଗାଁର ଯୁବକ ସୂଚନା ଦେଇ କହିଲେକି ଆମେ ୟୁଟୁବ ପାଇଁ ଭିଡିଓ ତିଆରି କରୁ ଏହା ସହିତ ଚାକିରି ମଧ୍ୟ କରୁ।

ଅଭିନୟରେ ମାହିର ଅଛନ୍ତି ‘ତୁଲସୀ’ ର ଲୋକ…:-

ଗାଁର ଲୋକ ଅଭିନୟରେ ଖାସ ରୁଚି ରଖନ୍ତି। ଗାଁର ଲୋକ ରାମଲୀଳା ଓ ନାଟକ ଆଦିରେ ଅଭିନୟ କରନ୍ତି। ଗାଁର ବିଙ୍ଗ ଛତିଶଗଡ ଚ୍ଯାନେଲ ବହୁତ ଲୋକପ୍ରିୟ ଅଟେ। ଏହହକୁ ଜୟ ବର୍ମା ଚଲାନ୍ତି। ଗାଁରେ ପିଙ୍କି ସାହୁ, ଜ୍ଞାନେନ୍ଦ୍ର ଶୁକ୍ଲା, ମନୋଜ ବର୍ମା ଲୋକପ୍ରିୟ ୟୁଟୁବର ଅଟନ୍ତି।

Leave A Reply

Your email address will not be published.