ରେଳଷ୍ଟେସନରେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଲା କଥା କଟାକଟି। ଦୁହିଙ୍କ ମଧ୍ୟରେ ହେଲା ମାରପିଟ। ତାପରେ ସ୍ଵାମୀଜଣକ ରାଗିଯାଇ ନିଜର ସ୍ତ୍ରୀଙ୍କୁ ଟ୍ରେନ ଆଗକୁ ଠେଲିଦେଲେ। କ୍ଷଣିକମଧ୍ୟରେ ସବୁକିଛି ବଦଳି ଯାଇଥିଲା। ସାତ ଜନ୍ମର ସାଥି ହେବା ପାଇଁ ସ୍ଵାମୀ ଆଜି ସ୍ତ୍ରୀ ହନ୍ତା ପାଲଟିଛି। ପ୍ରଚଣ୍ଡ ରାଗରେ ସ୍ଵାମୀ ପାଲଟିଗଲା ପିଶାଚ। ଏମିତି ମଧ୍ୟ ମଣିଷ ଥାନ୍ତି ଯେଉଁମାନେ ଏମିତି ନାରକୀୟ କାଣ୍ଡ ଘଟାଇବାକୁ ମଧ୍ୟ ପଛାନ୍ତି ନାହିଁ। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓ ଦେଖନ୍ତୁ:-
ତେବେ ଏହି ଭିଡିଓଟି ହେଉଛି ମୁମ୍ବାଇର ଭସାଇ ରେଳ ଷ୍ଟେସନର। ସୋମବାର ଦିନ ସକାଳ ୪ଟା ପାଖାପାଖି ଏହି ଘଟଣାଟି ଘଟିଛି। ଭିଡିଓଟି ଦେଖିଲେ ଜଣାପଡୁଛିକି ରେଳ ଟ୍ରାକ ପାଖରେ ଜଣେ ବ୍ୟକ୍ତି ଓ ମହିଳା କଥା ହେଉଛନ୍ତି। ହଠାତ ବ୍ୟକ୍ତିଜଣକ ଦୃତଗତିରେ ଆସୁଥିବା ଏକ ଟ୍ରେନ ଆଗକୁ ଠେଲିଦେଲେ। ତାପରେ ପାଖରେ ବସିଥିବା ଦୁଇ ଶିଶୁଙ୍କୁ ଧରି ସେଠାରୁ ଦୌଡି ପଳାଉଛନ୍ତି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ରେଳବାଇ ପୋଲିସ ତରଫରୁ ମିଳିଥିବା ସୂଚନା ଅନୁସାରେ, ଉଭୟ ମହିଳା ଓ ପୁରୁଷ ସମ୍ପର୍କରେ ସ୍ଵାମୀ-ସ୍ତ୍ରୀ। ଓ ଉକ୍ତ କୁନି ଛୁଆ ଦୁଇଜଣ ତାଙ୍କର ଛୁଆ। ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟିକୁ ନେଇ ବଚସା ହୋଇଥିଲା, ଯାହାକୁ ନେଇ ସ୍ଵାମୀ ଜଣକ ରାଗି ଯାଇଥିଲେ ଓ ନିଜର ସ୍ତ୍ରୀଙ୍କୁ ଆସୁଥିବା ଦୃତଗତିର ଟ୍ରେନ ଆଗକୁ ଠେଲି ଦେଇଥିଲେ।