‘ତୁମକୁ ଟପ ହିରୋଇନ କରିଦେବି’ କହି ଡାକିଲେ ହୋଟେଲକୁ, ପୁଣି ମଦ ପିଇ ରାତିସାରା ଲୁଟିଲେ ଇଜ୍ଜତ

0

Get real time updates directly on you device, subscribe now.

ସୋସିଆଲ ମିଡିଆ ମାଧ୍ୟମରେ ଆଜିକାଲି ଅନେକ ଅଜଣା ଲୋକ ପରସ୍ପରଙ୍କୁ ଦେଖାକରନ୍ତି। ସୋସିଆଲ ମିଡିଆର ଏହି ମିତ୍ରତା କେବେ ଲାଭଦାୟକ ହୋଇଥାଏ ତୋ କେବେ ବହୁତ ମହଙ୍ଗା ଓ କ୍ଷତିକାରକ ମଧ୍ୟ ହୋଇଥାଏ। ବର୍ତ୍ତମାନ ରାଜସ୍ଥାନର ଏହି ମାମଲାକୁ ନେଇନିଅନ୍ତୁ। ଏଠାରେ ମଡେଲ ଓ ଅଭିନେତ୍ରୀ ହେବାର ସ୍ଵପ୍ନ ଦେଖୁଥିବା ଜଣେ ଝିଅ ଫେସବୁକରେ ଏକ ସାଙ୍ଗ କରିଲେ। ଏହି ସାଙ୍ଗ ଝିଅକୁ ଅଭିନେତ୍ରୀ କରିବାର ସ୍ଵପ୍ନ ଦେଖାଇଲେ। ଅଡିସନ ବାହାନାରେ ଏକ ହୋଟେଲକୁ ଡାକିଲେ। ପୁଣି ମଦ ପିଇ ତାଙ୍କ ସହିତ ଖରାପ ହରକତ କରିବାକୁ ଲାଗିଲେ, ବାସ୍ତବରେ ତାହା ବହୁତ ଲଜ୍ଜାଜନକ ଥିଲା।

ଫେସବୁକରେ ସାଙ୍ଗ କରିବା ପଡିଲା ମହଙ୍ଗା:-

ପୀଡିତ ଝିଅ ଅଲବରରେ ରୁହନ୍ତି। ସେ ଜୟପୁରରେ ରହି ପଢୁଥିଲେ। ଗୋଟେ ଦିନ ତାଙ୍କୁ ଫେସବୁକରେ ବଳ କିରଣ ସିଂ ନାମକ ଜଣେ ବ୍ୟକ୍ତି ଫ୍ରେଣ୍ଡ ଋକ୍ଵେଷ୍ଟ ଆସିଲା। ଝିଅଜଣକ ତାକୁ ସ୍ଵୀକାର କରିଲେ। ପୁଣି ଦୁଇଜଣ ଫେସବୁକରେ ଚାଟିଙ୍ଗ ଓ ଫୋନରେ କଥା ହେବାକୁ ଲାଗିଲେ। ବଳ କିରଣ ସିଂ ଝିଅଜଣଙ୍କୁ କହିଲେକି ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଅଟନ୍ତି। ତାଙ୍କର ବହୁତ ପରିଚୟ ଅଛି। ତାଙ୍କୁ ସୁପର ମଡେଲ ଓ ଅଭିନେତ୍ରୀ କରିଦେବେ। ଝିଅ ମଧ୍ୟ ତାଙ୍କର କଥାରେ ଆସିଗଲେ।

ଅଡିସନ ବାହାନାରେ କରିଲେ ରେପ:-

ଗୋଟିଏ ଦିନ ବଳ କିରଣ ସିଂ ଝିଅକୁ ଅଡିସନ ବାହାନାରେ ଗଙ୍ଗାନଗରର ଏକ ହୋଟେଲକୁ ଡାକିଲେ। ଝିଅ ଯେତେବେଳେ ହୋଟେଲ ଆସିଲେ ତୋ ସେଠାରେ ବଳ କିରଣ ସିଂଙ୍କ ସାଙ୍ଗ ନିର୍ମଲ ସିଂ ଓ ଏକ ଅନ୍ୟ ବ୍ୟକ୍ତି ମଧ୍ୟ ଥିଲେ। ତିନିଜଣ ମଦ ପିଇ ଅଡିସନ ବାହାନାରେ ଝିଅସହିତ ବଦମାସୀ କରିବାକୁ ଲାଗିଲେ। ଯେତେବେଳେ ସେ ଏହାର ବିରୋଧ କରିଲେ ସେତେବେଳେ ତାଙ୍କ ସହିତ ମାରପିଟ କରିବାକୁ ଲଫିଲେ ଓ ତାଙ୍କୁ ବନ୍ଧକ ମଧ୍ୟ କରିଦେଲେ। ପୁଣି ତିନିଜଣ ଝିଅଙ୍କୁ ଜବରଦସ୍ତ ନଚାଇଲେ ଓ ସାରା ରାତି ଟଙ୍କା ସହିତ ରେପ କରିଲେ।

ପୋଲିସ କରୁଅଛି ଆରୋପୀଙ୍କ ସନ୍ଧାନ:-

ଯେତେବେଳେ ତିନିଜଣ ସକାଳେ ମଦ୍ୟପାନର ନିଶା ଛାଡିଲା, ସେମାନେ ଖସି ପଳାଇ ଗଲେ। ଝିଅଟି ହୋଟେଲରୁ ବାହାରକୁ ଆସିଲା। ସେ କୌଣସି ପ୍ରକାରେ ଜୟପୁରରେ ପହଞ୍ଚି ପରିବାର ସଦସ୍ୟଙ୍କୁ ପୁରା କାହାଣୀ କହିଲା। ତା’ପରେ ପରିବାରର ସମସ୍ତ ସଦସ୍ୟ ଝିଅ ସହିତ ଗଙ୍ଗାନଗରକୁ ଆସି ମହିଳା ପୋଲିସ ଷ୍ଟେସନରେ ତିନି ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରିଥିଲେ। ବର୍ତ୍ତମାନ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପଚରା ଉଚୁରା କରୁଛି।

ପୂର୍ବରୁ ମଧ୍ୟ ଆସିସାରିଛି ଏମିତି ଅନେକ ମାମଲା:-

ଏହା କୌଣସି ନୂଆ ଘଟଣା ନୁହେଁକି, ଯେତେବେଳେ ଅଡିସନ ନାମରେ କୌଣସି ଝିଅର ଇଜ୍ଜତ ସହ ଖେଲାଯାଇଛି। ଅନେକ ଲୋକ ଫେକ ଅଡିସନ ନାମରେ ଝିଅଙ୍କର ଯୌନ ଶୋଷଣ କରନ୍ତି। ବଲିଉଡରେ ମଧ୍ୟ କାଷ୍ଟିଙ୍ଗ କାଉଚର ଅନେକ ମାମଲା ସାମ୍ନାକୁ ଆସିଛି। ନୂଆ ଓ ଷ୍ଟ୍ରଗଲ କରୁଥିବା ଅଭିନେତ୍ରୀ ବଡ ବଡ ଲୋକଙ୍କ ଉପରେ ଫିଲ୍ମରେ କାମ ଦେବା ବଦଳରେ ଯୌନ ଶୋଷଣ କରିବାର ଆରୋପ ଲାଗିଥାଏ। ସେଥିପାଇଁ ଅଡିସନ ଦେବା ପାଇଁ କୌଣସି ଷ୍ଟୂଡିଓକୁ ଯାଆନ୍ତୁ। ଯେଉଁଠି ବହୁତ ଲୋକ ଓ ଅନ୍ୟ ଅଡିସନ ଦେବା ପାଇଁ ଅଭିନେତ୍ରୀ-ଅଭିନେତା ଉପସ୍ଥିତ ଥିବେ।

Leave A Reply

Your email address will not be published.