ହାଇୱେ ରାସ୍ତାକୁ ଆସିଥିବା ଦୁଇ ମହଲା ଘରକୁ କିପରି ଟାଣି ଟାଣି ଅଣାଯାଉଛି ଦେଖନ୍ତୁ

0

Get real time updates directly on you device, subscribe now.

ପଞ୍ଜାବର ସଂଗରୁରରେ ଦେଶୀ ଟେକ୍ନୋଲୋଜିର ଏକ ଅନନ୍ୟ କୌଶଳ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି । ବାସ୍ତବରେ, ଏହି କୌଶଳ ସାହାଯ୍ୟରେ ଦିଲ୍ଲୀ-କଟରା ଏକ୍ସପ୍ରେସୱେ ରାସ୍ତାରେ ଆସିଥିବା ଏକ ଦୁଇ ମହଲା ବିଶିଷ୍ଟ ଘରକୁ ମୂଳ ସ୍ଥାନଠାରୁ 500 ଫୁଟ ଦୂରକୁ ସ୍ଥାନାନ୍ତର କରାଯାଉଛି । ଏହାକୁ ଏପରି ସ୍ଥାନାନ୍ତରିତ କରାଯାଉଛି ଯେ ଏହା ଘର ଉପରେ କୌଣସି ପ୍ରଭାବ ପକାଉ ନାହିଁ ।

ବାସ୍ତବରେ ଦିଲ୍ଲୀରୁ ଜାମ୍ମୁ-କଟରା ପର୍ଯ୍ୟନ୍ତ ଏକ ଏକ୍ସପ୍ରେସୱେ ନିର୍ମାଣ କରାଯାଉଛି । ଏହି ଏକ୍ସପ୍ରେସୱେକୁ ଯିବା ବାଟରେ ସଙ୍ଗରୁରର ରୋଶାନୱାଲା ଗାଁର କୃଷକ ସୁଖବିନ୍ଦର ସିଂଙ୍କ ସ୍ୱପ୍ନର ଘର ଆସିଥିଲା, ଯାହାକୁ ସେ ନିକଟରେ ବହୁତ ଆଗ୍ରହର ସହିତ ନିର୍ମାଣ କରିଥିଲେ । ସୁଖବିନ୍ଦର ସିଂଙ୍କ ପାଇଁ ଏହା ସ୍ୱପ୍ନର ଘର ଅଟେ । ଦୁଇ ବର୍ଷରେ ନିର୍ମିତ ଏହି ଘରେ ସେ ତାଙ୍କର ସ୍ୱପ୍ନର ସବୁ ଜିନିଷ ରଖିଛନ୍ତି, ଯାହା ସେ ବର୍ଷ ବର୍ଷ ଧରି କଳ୍ପନା କରି ରଖିଥିଲେ ।

ଏହି ଘରେ ଦୁଇ ଭାଇଙ୍କ ସହିତ ନଅ ଜଣ ଲୋକଙ୍କର ପରିବାର ରହୁଥିଲେ । ସୁଖବିନ୍ଦର ସିଂ କୁହନ୍ତି, “2020 ରେ ଯେତେବେଳେ ଆମେ ଜାଣିବାକୁ ପାଇଲୁ ଯେ ଆମର ଏହି ଜମି ଏକ୍ସପ୍ରେସୱେ ରାସ୍ତାରେ ଆସିଛି, ସେତେବେଳେ ଆମେ ବହୁତ ନିରାଶ ହୋଇଗଲୁ । ସେହି ବର୍ଷ ଆମେ ଘରେ ଗୃହ ପ୍ରଵେଶ କରିଥିଲୁ । ଜମିର ସେହି ଅଂଶ, ଯାହା ଉପରେ ଆମେ ମଞ୍ଜି ତିଆରି କରିବାର ଫ୍ୟାକ୍ଟ୍ରି ଲଗାଇଥିଲୁ, ତାହା ମଧ୍ୟ ଚାଲିଗଲା । ତାକୁ ତ ହଟାଇ ଦିଆଗଲା, କିନ୍ତୁ ଆମେ ଆମର ସ୍ୱପ୍ନର ଏହି ଘରକୁ ଭାଙ୍ଗିବାକୁ ଚାହୁଁନଥିଲୁ । ”

ସେ ଆଗକୁ କହିଛନ୍ତି, “ଏହି ଘର ଆମ ହୃଦୟର ଅତି ନିକଟ ଅଟେ । ଆମେ ଶୁଣିଥିଲୁ ଯେ ଘରକୁ ଆଗ ପଛ କରାଯାଇପାରିବ । ତେଣୁ ଆମେ ଏହି ଘରକୁ ସ୍ଥାନାନ୍ତର କରିବାକୁ ଚିନ୍ତା କଲୁ । ତା’ପରେ ଆମେ ନିଷ୍ପତ୍ତି ନେଲୁ ଯେ ଘର ଭାଙ୍ଗିବୁନି ଏବଂ ଏଠାରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରି ନେଇଯିବୁ । କାରଣ ସେମାନଙ୍କର ଏହି ଘର କରିବାରେ 1.5 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ତେଣୁ ଯଦି ସେମାନେ ଘରକୁ ଭାଙ୍ଗିବେ, ତେବେ ନୂଆଁ ଘର କରିବାପାଇଁ ଦୁଇଗୁଣ ପଇସା ଲାଗିବ । ତେଣୁ ଆମେ ଏହି ନିଷ୍ପତ୍ତି ନେଲୁ ।”

ବର୍ତ୍ତମାନ୍ ଆହୁରି ଦୁଇମାସ ସମୟ ଲାଗିବ :-

ସବୁକିଛି ଜାଣିବା ପରେ ସୁଖବିନ୍ଦର୍ ସିଂହ ଟେକ୍ନିକାଲ ଏକ୍ସ୍ପର୍ଟ ଭାବରେ ମହମ୍ମଦ ସାହିଦଙ୍କ ସାହାଯ୍ୟ ନେଲୁ । ଏହା ତାଙ୍କ ପାଇଁ ମଧ୍ୟ ଚ୍ୟାଲେଞ୍ଜ ନେଲା ପରି କାମ ଥିଲା । ମହମ୍ମଦ ସାହିଦ ନିଜ ଲୋକଙ୍କ ସହ ମେ ମାସରୁ ଘରକୁ ସ୍ଥାନାନ୍ତର କରିବା କାମ ଆରମ୍ଭ କଲେ । ବର୍ତ୍ତମାନ୍ ସୁଦ୍ଧା କାରିଗର ମାନେ ଘରକୁ ପ୍ରାୟ 200 ଫୁଟ ପର୍ଯ୍ୟନ୍ତ ଘୁଞ୍ଚାଇ ପାରିଛନ୍ତି । ବର୍ତ୍ତମାନ୍ 300 ଫୁଟ ସ୍ଥାନାନ୍ତର କରିବା କାମ ବାକି ରହିଛି । ଏହି ଘରକୁ ପ୍ରତିଦିନ ପ୍ରାୟ 10 ଫୁଟ ସ୍ଥାନାନ୍ତର କରାଯାଉଛି । ତେବେ ବର୍ତ୍ତମାନ ଏହି ଘରକୁ ସ୍ଥାନାନ୍ତର କରିବାପାଇଁ ଦୁଇ ମାସରୁ ଅଧିକ ସମୟ ଲାଗିପାରେ ।

Leave A Reply

Your email address will not be published.