ଭଲ ରେଞ୍ଜ ସହିତ ବର୍ତ୍ତମାନ ବହୁତ୍ କମ ଦାମରେ ମିଳୁଛି Electric Hero HF Deluxe, ଦେଖନ୍ତୁ ଫିଚର କଣ୍ କଣ ରହିଛି

0

Get real time updates directly on you device, subscribe now.

ଆଜିର ସମୟରେ ଆମ ଦେଶ ଟେକ୍ନୋଲୋଜି ଦୃଷ୍ଟିରୁ ବହୁତ ଅଗ୍ରଗତି କରିଛି ଏବଂ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିରେ ଦେଶରେ ଉପଲବ୍ଧ ସବୁ ଜିନିଷର ମୂଲ୍ୟ ବହୁତ ମହଙ୍ଗା ହୋଇପଡ଼ିଛି । ଆଜିକାଲି ମୁଦ୍ରାସ୍ଫୀତି ହେତୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏତେ ବୃଦ୍ଧି ପାଇଛି ଯେ ଯେଉଁଥିପାଇଁ ଲୋକମାନେ ବର୍ତ୍ତମାନ ଏମିତି ଏକ ଅପ୍ସନ୍ ଖୋଜୁଛନ୍ତି, ଯାହା ଦ୍ଵାରା ସେମାନଙ୍କର କିଛି ଟଙ୍କା ବଞ୍ଚିଯିବ ।

ଆପଣଙ୍କୁ କହିରଖୁଛୁ ଯେ ଆଜିକାଲି ବଜାରରେ ଇଲେକ୍ଟ୍ରିକ ସ୍କୁଟରର ଡିମାଣ୍ଡ ବହୁତ ବୃଦ୍ଧି ପାଇଛି । କାରଣ ଏଥିରେ ପେଟ୍ରୋଲ ଏବଂ ଡିଜେଲ ପାଇଁ ପଇସା ଖର୍ଚ୍ଚ କରିବାକୁ ପଡିନଥାଏ । ଆପଣ ଏହି ସ୍କୁଟରକୁ କେବଳ ବିଦ୍ୟୁତ୍ ଦ୍ଵାରା ଚାର୍ଜ କରିପାରିବେ ଏବଂ ଏହାକୁ ବ୍ୟବହାର କରିପାରିବେ । ଯଦି ଆପଣ ଆଜିକାଲି ନିଜ ପାଇଁ ସର୍ବୋତ୍ତମ ଇଲେକ୍ଟ୍ରିକ ସ୍କୁଟର ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ୍ କାମରେ ଆସିବ ।

ଏଠାରେ ଆମେ କଥା ହେଉଛନ୍ତି Electric Hero HF Deluxe ବିଷୟରେ, ଯାହାକୁ ଆପଣ ବର୍ତ୍ତମାନ ମାତ୍ର 35000 ଟଙ୍କାରେ କିଣି ପାରିବେ । ଆପଣଙ୍କୁ କହିରଖୁଛୁ ଯେ ହିରୋ ନିଜର ସହାୟକ କମ୍ପାନୀ ‘Vida’ କୁ ଗୋଟିଏ ଭଲ ଇଲେକ୍ଟ୍ରିକ ସ୍କୁଟର ଡିଜାଇନ୍ଲ କରିବାକୁ କହିଛି । ଅବଶ୍ୟ, ଏହାପୂର୍ବରୁ ଦେଶରେ ଏଭଳି ଅନେକ ଷ୍ଟାର୍ଟଅପ୍ ଆସିଛି, ଯାହା ପୁରୁଣା ପେଟ୍ରୋଲ ବାଇକକୁ କନଭର୍ସନ କିଟ୍ ମାଧ୍ୟମରେ ଇଲେକ୍ଟ୍ରିକ୍ ବାଇକରେ କନଭର୍ଟ କରିଥାଏ ।

ଆପଣଙ୍କୁ କହିରଖୁଛୁ ଯେ Hero Splendor ପରେ ବର୍ତ୍ତମାନ ଆପଣ ହୋଣ୍ଡା ଆକ୍ଟିଭା ଏବଂ HF Deluxe କୁ ଇଲେକ୍ଟ୍ରିକ୍ ବାଇକରେ କନଭର୍ଟ କରାଯାଇପାରିବ । ଏହି କିଟ୍ ବିକ୍ରୟ କରିବାକୁ GoGoA1 ଦେଶର ପ୍ରାୟ ସମସ୍ତ ପ୍ରମୁଖ ମେଟ୍ରୋ ଏବଂ ସହରରେ ନିଜ ସେଣ୍ଟରକୁ ଓପନ କରିଦେଇଛି । ଯେଉଁଠାରେ ଯାଇ ଆପଣ ମଧ୍ୟ ନିଜ ପେଟ୍ରୋଲ୍ ବାଇକକୁ ଇଲେକ୍ଟ୍ରିକ୍ ବାଇକରେ କନଭର୍ଟ କରାଇପାରିବେ ।

RTO ଦ୍ଵାରା ଅନୁମୋଦିତ :-

କମ୍ପାନୀ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀ RTOରୁ ଅନୁମୋଦିତ ସ୍ପ୍ଲେଣ୍ଡର ବାଇକର କିଟ ଜାରି କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା, HF Deluxe ର କନଭର୍ସନ କିଟ୍ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ, କିନ୍ତୁ ଏହାର କିଟ୍ ପ୍ରସ୍ତୁତ ହେବା ମାତ୍ରେ ଏହାକୁ ମଧ୍ୟ RTO ରୁ ଅନୁମୋଦନ ପାଇଁ ଆପ୍ଲାଇ କରି ଦିଆଯିବ ।

Hero HF Deluxe କୁ କନଭର୍ଟ କରିବାପାଇଁ କେତେ ଖର୍ଚ୍ଚ ଲାଗିବ :-

କମ୍ପାନୀ ବର୍ତ୍ତମାନ Hero Splendor ପାଇଁ ଇଲେକ୍ଟ୍ରିକ୍ ବାଇକ୍ କିଟ୍ ଜାରି କରୁଛି । ଏହାର ମୂଲ୍ୟ 35,000 ଟଙ୍କା ରଖାଯାଇଛି, ଏଥିରେ ଜିଏସ୍ଟି ଯୋଡିବା ପରେ ଏହାର ମୂଲ୍ୟ ଟିକେ ଅଧିକ ହୋଇଯିବ । ମିଡିଆ ରିପୋର୍ଟ ଅନୁଯାୟୀ, Hero HF Deluxe Bike କୁ ଇଲେକ୍ଟ୍ରିକ୍ ବାଇକରେ କନଭର୍ଟ କରିବା ପାଇଁ ମଧ୍ୟ ସମାନ ମୂଲ୍ୟ ରଖାଯାଇପାରେ ।

ଇଲେକ୍ଟ୍ରିକ୍ କିଟର ଫିଚର୍ :-

GoGoA1 ର ଏହି ବ୍ୟାଟେରୀ ମଡେଲରେ ଇଲେକ୍ଟ୍ରିକ୍ କିଟ୍ ସହିତ ଏକ ମୋଟର ମଧ୍ୟ ଦିଆଯାଉଛି, ଯାହାକୁ କମ୍ପାନୀ ଦ୍ୱାରା 3 ବର୍ଷର ରିପ୍ଲେସମେଣ୍ଟ ୱାରେଣ୍ଟି ମଧ୍ୟ ଦିଆଯିବ । ଯଦି ଆପଣ ଚାହାଁନ୍ତି, ତେବେ ଆପଣ ଏହି ବ୍ୟାଟେରୀକୁ ଭଡାରେ ମଧ୍ୟ ନେଇପାରିବେ । ଥରେ ଆପଣଙ୍କର ବାଇକ୍ ଇଲେକ୍ଟ୍ରିକ୍ ବାଇକରେ କନଭର୍ଟ ହେବା ପରେ, ଆପଣ RTO ରୁ ଗ୍ରୀନ ନମ୍ବର ପ୍ଲେଟ୍ ନେଇପାରିବେ । ଏହି ବାଇକକୁ ଥରେ ଫୁଲ ଚାର୍ଜ କରିବାପାଇଁ ପ୍ରାୟ 4 ରୁ 5 ଘଣ୍ଟା ଲାଗିଥାଏ । ଚାର୍ଜ ହେବା ପରେ ଏହି ବାଇକ୍ ପ୍ରାୟ 120 ରୁ 140 କିଲୋମିଟର ଦୂରତା ଅତିକ୍ରମ କରିଥାଏ । ଏହି କିଟକୁ ଲଗାଇବା ପରେ ବାଇକର ଟପ୍ ସ୍ପିଡ୍ ଘଣ୍ଟା ପ୍ରତି 70 କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ।

Leave A Reply

Your email address will not be published.