ଦୁନିଆରେ ଏପରି ଅନେକ ପିଲା ଅଛନ୍ତି, ଯେଉଁମାନେ ବର୍ତ୍ତମାନ ମଧ୍ୟ ପାଠ ପଢ଼ିନାହାନ୍ତି । ଗରିବ କାରଣରୁ ହିଁ ସେମାନଙ୍କର ଶିକ୍ଷାର ଅଭାବ ରହିଛି ଏବଂ କିଛି ପିଲା ନିଜ ବାପାମାଆଙ୍କ ଶିକ୍ଷାରେ ରୁଚିର ଅଭାବ କାରଣରୁ ବଞ୍ଚିତ ଅଟନ୍ତି । ତେବେ ଅଧିକାଂଶ ବାପାମାଆ ବହୁତ୍ ଚେଷ୍ଟା କରନ୍ତି, ଯେପରିକି ସେମାନଙ୍କ ପିଲାମାନଙ୍କ ଶିକ୍ଷାରେ କୌଣସି ଅଭାବ ନ ରହୁ । ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ସ୍କୁଲ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ବାପାମାଆଙ୍କ ପାଇଁ ନିଜ ପିଲାମାନଙ୍କର ଏଣ୍ଟ୍ରି କରାଇବା ପାଇଁ ଲମ୍ବା ଧାଡି ରହିଥାଏ, ତେବେ ଆସନ୍ତୁ ଜାଣିବା ଏଠି କଣ ଖାସ ରହିଛି ।
ଏହି ସ୍କୁଲ କେଉଁଠାରେ ରହିଛି ?
ପ୍ରତ୍ୟେକ ବାପାମାଆ ଚାହାଁନ୍ତି ଯେ ସେମାନଙ୍କ ପିଲା ଏହି ସ୍କୁଲରେ ପଢନ୍ତୁ, କିନ୍ତୁ ଏଠାରେ ପଢ଼ିବା ସମସ୍ତଙ୍କ ଦ୍ଵାରା ସମ୍ଭବ ନୁହେଁ । ବାସ୍ତବରେ ଆମେ ଯେଉଁ ସ୍କୁଲ ବିଷୟରେ କଥା ହେଉଛନ୍ତି, ତାହା ମୁମ୍ବାଇର ଧିରୁଭାଇ ଅମ୍ବାନୀ ଇଣ୍ଟରନେସନାଲ ସ୍କୁଲ ଅଟେ, ଯାହାକୁ ମୁକେଶ ଅମ୍ବାନୀ ନିଜ ବାପାଙ୍କ ସ୍ମୃତିରେ ଖୋଲିଥିଲେ ।
ଏହି ସ୍କୁଲରେ ଅଧିକାଂଶ ସେଲିବ୍ରିଟିଜଙ୍କ ପିଲାମାନେ ପଢିବାକୁ ଆସନ୍ତି । ଏହି ସ୍କୁଲରେ ସଚିନ ତେନ୍ଦୁଲକର, ଶାହରୁଖ ଖାନଙ୍କ ଠାରୁ ନେଇ ଶ୍ରୀଦେବୀଙ୍କ ପିଲା ପର୍ଯ୍ୟନ୍ତ ପଢନ୍ତି । କୁହାଯାଉଛି ଯେ ସ୍କୁଲର ଚେୟାରମେନ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ଅଟନ୍ତି । ନିତା ଅମ୍ବାନୀଙ୍କ ଭଉଣୀ ମମତା ଏହି ସ୍କୁଲରେ ଶିକ୍ଷୟତ୍ରୀ ଅଛନ୍ତି ।
ଏହି ସ୍କୁଲର ଗଣନା ଦେଶର ଟପ୍ 10 ସ୍କୁଲ୍ ମଧ୍ୟରେ ହୋଇଥାଏ । ଧିରୁଭାଇ ଅମ୍ବାନୀ ଇଣ୍ଟରନେସନାଲ ସ୍କୁଲକୁ ଦେଶର ଟପ୍ 10 ସ୍କୁଲ ମଧ୍ୟରେ ପ୍ରସିଦ୍ଧ ବୋଲି କୁହାଯାଏ । 2003 ମସିହାରେ ଆରମ୍ଭ ହୋଇଥିବା ଏହି ସ୍କୁଲ ପାଖରେ ନମ୍ବର ୱାନ ଇଣ୍ଟରନ୍ୟାସନାଲ ସ୍କୁଲର ଆଖ୍ୟା ମଧ୍ୟ ରହିଛି ।
ଲକ୍ଷ ଲକ୍ଷ ଟଙ୍କା ରହିଥାଏ ଫିସ :-
ମିଡ଼ିଆ ରିପୋର୍ଟ୍ ଅନୁଯାୟୀ, ଏହି ସାତ ମହଲା ସ୍କୁଲରେ ଏଲ କେଜିରୁ ସପ୍ତମ ପର୍ଯ୍ୟନ୍ତର ଫିସ 1 ଲକ୍ଷ 70 ହଜାର ଟଙ୍କା, ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତର ଫିସ 1 ଲକ୍ଷ 85 ହଜାର ଟଙ୍କା ଅଟେ । ଟୁ ଏକ୍ସ୍ (ଆଇଜିସିଏସଇ ବୋର୍ଡ) 4 ଲକ୍ଷ ଟଙ୍କା ଅଟେ । ଏହାବ୍ୟତୀତ ସ୍କୁଲ ଆନ୍ତର୍ଜାତୀୟ ସ୍ତରର (ଆଇବି) ପାଠ୍ୟକ୍ରମ ମଧ୍ୟ ପରିଚାଳନା କରିଥାଏ । ତେବେ ଏଠାରେ ପଢ଼ିବା ସମସ୍ତଙ୍କ ଦ୍ଵାରା ସମ୍ଭବ ନୁହେଁ, କାରଣ ଏଠାରେ ଫିସ ଲକ୍ଷ ଲକ୍ଷ ଟଙ୍କା ରହିଥାଏ ।