ଆଣ୍ଟି ଇଣ୍ଡିଆନ କଣ୍ଟେଣ୍ଟ ଦେଖାଉଥିଲେ ଏହି ୟୁଟ୍ୟୁବ ଚ୍ୟାନେଲ, ମୋଦି ସରକାର କରିଦେଲେ ଡିଜିଟାଲ ଷ୍ଟ୍ରାଇକ ଓ ହୋଇଗଲା ଚ୍ୟାନେଲ ବନ୍ଦ

0

Get real time updates directly on you device, subscribe now.

ଡିଜିଟାଲ ଇଣ୍ଡିଆ ଭାରତର ଏକ ନୂଆ ପରିଚୟ ଅଟେ। ଏଥିରେ କିଛି ଲୋକ ଭାରତର ଦେଶବାସୀଙ୍କ ପାଇଁ ଭଲ କାମ କରୁଥିବା ବେଳେ କିଛି ଅଳ୍ପ ଜାଣିଥିବା ଲୋକଙ୍କ ବ୍ରେନୱାଶ କରି ସେମାନଙ୍କୁ ଭଡ଼କାଉଛନ୍ତି ଓ ନିଜର ଏଜେଣ୍ଡା ହାସଲ କରୁଛନ୍ତି। ସୋସିଆଲ ମିଡ଼ିଆରେ ଏମିତି ସାଧାରଣତଃ ଦେଖାଯାଇଥାଏ।

8ଟି ୟୁଟ୍ୟୁବ ଚ୍ୟାନେଲ ଉପରେ ଡ଼ିଜିଟାଲ ଷ୍ଟ୍ରାଇକ:-

ସୋସିଆଲ ମିଡ଼ିଆର ଲୋକପ୍ରିୟତା ଯୋଗୁଁ ବହୁତସାରା ଲୋକଙ୍କୁ ଫାଇଦା ହେଉଛି ଓ କିଛି ଲୋକେ ଏହାର ଭୁଲ ଉପଯୋଗ କରି ଷଡ଼ଯନ୍ତ୍ର ରଚି ଥାଆନ୍ତି। ବେଳେବେଳେ କେନ୍ଦ୍ରସରକାରଙ୍କୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଥାଏ। ଏବେଏବେ କେନ୍ଦ୍ର ସରକାର ଏକ ଡ଼ିଜିଟାଲ ଷ୍ଟ୍ରାଇକ କରିଛନ୍ତି ଓ ଯେଉଁଥିରେ 8ଟି ୟୁଟ୍ୟୁବ ଚ୍ୟାନେଲ ଉପରେ ଷ୍ଟ୍ରାଇକ ଲାଗିଛି। ଏଥିରେ 7ଟି ଭାରତୀୟ ଚ୍ୟାନେଲେ ହୋଇଥିବା ବେଳେ ଗୋଟିଏ ପାକିସ୍ତାନୀ ଚ୍ୟାନେଲ ରହିଛି।

ସୂଚନା ଓ ପ୍ରଶାସନ ମନ୍ତ୍ରାଳୟ ଭାରତରେ 8ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଦେଇଛନ୍ତି। ଏହି ୟୁଟ୍ୟୁବ ଚ୍ୟାନେଲ ଗୁଡ଼ିକରେ 114 କୋଟି ଭିୟୁ ଥିଲା ଓ ଏହାକୁ 85 ଲକ୍ଷ ଲୋକଙ୍କ ଦ୍ୱାରା ସବସକ୍ରାଇବ ମଧ୍ୟ କରାଯାଇଥିଲା। ଏବେ ଭାରତରେ ଏହି ଚ୍ୟାନେଲକୁ ଦେଖାଯାଇ ପାରିବନାହିଁ ଓ ଭାରତରେ ଏହା ବ୍ୟାନ ହୋଇଯିବ।

ଫେକ ଆଣ୍ଟି ଇଣ୍ଡିଆନ କଣ୍ଟେଣ୍ଟ ଚଳାଉଥିଲେ। ଏହି ଚ୍ୟାନେଲ:-

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏହି ପଦକ୍ଷେପ ଭାରତର ରାଷ୍ଟ୍ରୀୟ ସୁରକ୍ଷା, ବିଦେଶ ସମ୍ଵନ୍ଧ ଓ ସାର୍ବଜନିକ ବ୍ୟବସ୍ଥାକୁ ଧ୍ୟାନରେ ରଖି ଏହି ପଦକ୍ଷେପ ଉଠାଯାଇଥିଲା। ଏହି ୟୁଟ୍ୟୁବ ଚ୍ୟାନେଲ ଗୁଡ଼ିକ ଭୁଲ ଓ ମିଥ୍ୟା ସୂଚନା ଦେଉଥିବା ସହିତ କେତେକ କ୍ଷେତ୍ରରେ ଦେଶ ବିରୋଧୀ କଣ୍ଟେଣ୍ଟ ଆଣୁଥିଲେ। ଏମିତିରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଆଇଟି ଆକ୍ଟ 2021 ଅନ୍ତର୍ଗତ ଏହି ଚ୍ୟାନେଲ ଗୁଡିକୁ ବ୍ୟାନ କରିଦେଇଛନ୍ତି।

ବ୍ଲକ କରାଯାଇଥିବା ୟୁଟ୍ୟୁବ ଚ୍ୟାନେଲ ଗୁଡ଼ିକ ଦେଶ ବିରୋଧରେ ମିଥ୍ୟା ପ୍ରଚାର କରି ଚ୍ୟାନେଲକୁ ମନିଟାଇଜ କରି ଟଙ୍କା ରୋଜଗାର କରୁଥିଲେ। ଭାରତ ସରକାର ସେଗୁଡ଼ିକୁ ବ୍ୟାନ କରିବାପରେ ବହୁତସାରା ଲୋକ ଖୁସି ହୋଇଛନ୍ତି।

1. ଲୋକତନ୍ତ୍ର ଟିଭି: ଏହାର 12.90 ଲକ୍ଷ ସବସକ୍ରାଇବର ଅଛନ୍ତି। ଏପର୍ଯ୍ୟନ୍ତ 23,72,27,221 ମିଳିଛି।

2. U&V TV: ଏହା 10.20 ଲକ୍ଷ ଲୋକଙ୍କ ଦ୍ୱାରା ସବସ୍କ୍ରାଇବ କରାଯାଇଛି। ଏଥିରେ ଭିୟୁ ହେଉଛି 14,40,03,291।

3. AM Razvi : ଏହି ଚ୍ୟାନେଲର 95,900 ଲୋକ ଏବଂ 1,22,78,194 ଭ୍ୟୁ ରହିଛି।

4. ଗୌରଭିଶାଳୀ ପୱନ ମିଥିଲାଞ୍ଚଳ: ଏହି ଚ୍ୟାନେଲକୁ 7 ଲକ୍ଷ ଲୋକ ସବସ୍କ୍ରାଇବ କରିଛନ୍ତି। ଏଥିରେ 5,99,32,594 ଭିୟୁ ରହିଛି।

5. SeeTop5TH : ଏହି ଚ୍ୟାନେଲରେ 33.50 ଲକ୍ଷ ଲୋକ ଏବଂ 24,83,64,997 ଭ୍ୟୁ ରହିଛି।

6. Sarkari Update: ଏହି ଚ୍ୟାନେଲରେ 80,900 ଲୋକ ଏବଂ 70,41,723 ଭ୍ୟୁ ରହିଛି।

7. Sab kuch dekho: ଏହି ଚ୍ୟାନେଲକୁ 19.40 ଲକ୍ଷ ଲୋକ ସବସକ୍ରାଇବ କରିଛନ୍ତି। ଏଥିରେ 32,86,03,227 ଭ୍ୟୁ ରହିଛି।

8. ନ୍ୟୁଜ୍ କି ଦୁନିୟା: ଏହା ଏକ ପାକିସ୍ତାନୀ ଚ୍ୟାନେଲ୍ ଅଟେ। ଏଥିରେ 97,000 ଲୋକ ଏବଂ 61,69,439 ଭ୍ୟୁ ରହିଛି।

Leave A Reply

Your email address will not be published.