Rules To Hoist National Flag, Independence Day Special: ଅଗଷ୍ଟ 15 ତାରିଖ 2022 ରେ ଭାରତର ସ୍ଵାଧୀନତାକୁ 75 ବର୍ଷ ପୁରା ହେଉଛି । ସ୍ୱାଧୀନତା ଦିବସକୁ ନେଇ ସବୁଆଡେ ଉତ୍ସାହ ଦେଖାଯାଉଛି । ସରକାର ମଧ୍ୟ ସ୍ଵାଧୀନତାର 75 ବର୍ଷ ପୁରା ହେବାରୁ ଅମୃତ ମହୋତ୍ସବ ମନାଉଛନ୍ତି । ସ୍ବାଧୀନତାର 75 ବର୍ଷ ପୁରା ହେବା ଅବସରରେ ସରକାର ଘରେ ଘରେ ତ୍ରିରଙ୍ଗା ଅଭିଯାନ ଚଳାଇଛନ୍ତି । ଏହା ଅନୁସାରେ ସରକାର ଲୋକଙ୍କ ଠାରେ ନିବେଦନ କରିଛନ୍ତି ଯେ ସେମାନେ 13 ଠାରୁ 15 ଅଗଷ୍ଟ ମଧ୍ୟରେ ନିଜ ଘରେ ତ୍ରିରଙ୍ଗା ଉଡ଼ାନ୍ତୁ । ପ୍ରତ୍ୟେକ ସ୍ଵାଧୀନତା ଦେଶର ନିଜର ଜାତୀୟ ପତାକା ହୋଇଥାଏ । ଭାରତର ଜାତୀୟ ପତାକାକୁ ତ୍ରିରଙ୍ଗା କୁହାଯାଏ । ଆମେ ଆଜି ଆପଣଙ୍କୁ କହୁଛୁ ତ୍ରିରଙ୍ଗା ସହ କିଛି ରୋଚକ ତଥ୍ୟ ।
କଣ ଏହି ଘରେ ଘରେ ତ୍ରିରଙ୍ଗା ଅଭିଯାନ ?
ତ୍ରିରଙ୍ଗା ଅଭିଯାନ ମାଧ୍ୟମରେ ସରକାରଙ୍କ ଯୋଜନା ରହିଛି ଯେ ଭାରତର ସବୁ ଘରେ ତ୍ରିରଙ୍ଗା ଉଡିବ । ଏଥିପାଇଁ ସରକାର 20 କୋଟି ଘରର ଲକ୍ଷ୍ୟ ସ୍ଥିର କରିଛନ୍ତି । ଅଗଷ୍ଟ 13 ରୁ 15 ତାରିଖ ମଧ୍ୟରେ ଜନ ଭାରତ ସହିତ ଏହି ଲକ୍ଷ୍ୟକୁ ପାଇବାକୁ ସରକାରଙ୍କ ପ୍ଲାନ୍ ରହିଛି ।
ଆଜି ଘରେ ଘରେ ତ୍ରିରଙ୍ଗା ଅଭିଯାନ ଚଲାଯାଉଛି, କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ପ୍ରତ୍ୟେକ ଘରେ ତ୍ରିରଙ୍ଗାକୁ ଉଡାଯାଇପାରୁ ନଥିଲା । ଏପରି ବହୁତ୍ ପରିବର୍ତ୍ତନ ହେଲା, ଯାହା ପରେ ସାଧାରଣ ଘରେ, କାର୍ଯ୍ୟାଳୟ ଏବଂ ସ୍କୁଲରେ ତ୍ରିରଙ୍ଗା ଉଡି ପାରିଲା । 2002 ରେ ଫ୍ଲାଗ କୋଡ଼ରେ ପରିବର୍ତ୍ତନ ପରେ ସାଧାରଣ ବ୍ୟକ୍ତିକୁ ଏହି ଅଧିକାର ମିଳିଲା । ଆଜି ଯେତେବେଳେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡ଼ିବା କଥା କୁହାଯାଉଛି, ସେତେବେଳେ ଏହାର ନିୟମ ମଧ୍ୟ ଜାଣିବା ଆବଶ୍ୟକ ।
କଣ ରହିଛି ତ୍ରିରଙ୍ଗା ଉଡାଇବାର ନିୟମ ?
– ତ୍ରିରଙ୍ଗା ଉଡ଼ାଇବା ସମୟରେ ଆପଣ ଧ୍ୟାନ ରଖିବା ଉଚିତ୍ ଯେ ତ୍ରିରଙ୍ଗା ସମ୍ମାନର ଉଚ୍ଚରେ ରହିବ । କେବେ ବି ମଇଳା କିମ୍ବା ଫାଟି ଯାଇଥିବା ପତାକା ଉଡ଼ାଇବା ଉଚିତ୍ ନୁହେଁ ।
– ତ୍ରିରଙ୍ଗାକୁ କେବେ ବି ଓଲଟା ଉଡାଯିବା ଉଚିତ୍ ନୁହେଁ । ଯେତେବେଳେ ବି ଆପଣ ତ୍ରିରଙ୍ଗା ଉଡ଼ାଇବେ, ସେତେବେଳେ ସବୁଠାରୁ ଉପରେ କମଳା ରଙ୍ଗ ଦେଖାଯିବା ଉଚିତ୍ ।
– ପତାକାକୁ କାହା ସହ ସମାନ ଭାବେ ତଳକୁ କରନ୍ତୁ ନାହିଁ ଏବଂ ତ୍ରିରଙ୍ଗା ପାଖରେ ଅନ୍ୟ କୌଣସି ପତାକା ତା ଠାରୁ ଉଚ୍ଚା ନ ହେବା ଉଚିତ୍ ।
– ତ୍ରିରଙ୍ଗା ପୋଲରେ ଯେପରି ଅନ୍ୟ କୌଣସି ଜିନିଷ ରଖା ନ ଯିବ । ଏଥିରେ ଫୁଲମାଳ ଏବଂ ପ୍ରତୀକ ଚିହ୍ନ ସାମିଲ ରହିଛି ।
– ତ୍ରିରଙ୍ଗା ଉଡ଼ିବା ସମୟରେ ତାହା ତଳେ କିମ୍ବା ପାଣିରେ ଯେମିତି ନ ଲାଗେ ।
– ତ୍ରିରଙ୍ଗାକୁ କେହି ପିନ୍ଧିବା ଭାବରେ ବ୍ୟବହାର କରିବା ଉଚିତ୍ ନୁହେଁ । ଆପଣ ନିଜ ଜିନିଷରେ ତ୍ରିରଙ୍ଗାର ବ୍ୟବହାର କରିପାରିବେ ନାହିଁ । ଏହାସହିତ ତ୍ରିରଙ୍ଗାରେ କିଛି ଲେଖାଯିବା ମଧ୍ୟ ଉଚିତ୍ ନୁହେଁ ।