ଆସୁଛି ଲଘୁଚାପ, ପାର୍ଶ୍ଵବର୍ତ୍ତି ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ, 14 ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣୀଙ୍ଗ

0

Get real time updates directly on you device, subscribe now.

ବର୍ତ୍ତମାନ୍ ଆଉ ଏକ ଲଘୁଚାପ ଆସୁଛି । ପଶ୍ଚିମ ମିଆଁମାର ଓ ପାର୍ଶ୍ଵବର୍ତ୍ତି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଗାମୀ 24 ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଓ ଏହାର ପାର୍ଶ୍ଵବର୍ତ୍ତି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ 24 ଘଣ୍ଟାରେ ଘନୀଭୂତ ହୋଇ ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗରେ ଗତି କରିବ ।

ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ । ସାରା ଓଡ଼ିଶାରେ 2 ଦିନ ଧରି ବର୍ଷା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଅତି ପ୍ରବଳ ବର୍ଷା ପାଇଁ 14ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣୀଙ୍ଗ ଜାରି ହୋଇଥିବା ବେଳେ ପ୍ରବଳ ବର୍ଷା ପାଇଁ 16 ଟି ଜିଲ୍ଲାକୁ ୟେଲୋ ୱାର୍ଣୀଙ୍ଗର ଚେତାବନୀ ଦିଆଯାଇଛି । ସେହିପରି ଆସନ୍ତା କାଲି ପାଇଁ ପାଣିପାଗ ବିଭାଗ 16 ଟି ଜିଲ୍ଲାକୁ ଅରେଞ୍ଜ ଏବଂ 14 ଟି ଜିଲ୍ଲାକୁ ୟେଲୋ ୱାର୍ଣୀଙ୍ଗ ସତର୍କତା ଜାରି କରିଛି ।

ଲଘୁଚାପ ଯିବା ପରେ ଆଉ ଦୁଇଟି ଲଘୁଚାପ ହେବାର ସମ୍ଭାବନା ରହିଛି । 18 ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାବେଳେ 23 ତାରିଖ ବେଳକୁ ଆଉ ଏକ ଲଘୁଚାପର ସମ୍ଭାବନା ରହିଛି ।

Leave A Reply

Your email address will not be published.