IOCL Offer: ଏହି ଅଫର ପରେ ପେଟ୍ରୋଲ ପମ୍ପ ଆରମ୍ଭ କରିବାକୁ ଇଚ୍ଛା କରୁଛନ୍ତି କି ? ତା ହେଲେ ଜାଣନ୍ତୁ ଏହାର ବାସ୍ତବତା !

0

Get real time updates directly on you device, subscribe now.

Indian oil Pertrol Pump: ଯଦି ଆପଣ କୌଣସି ବିଜନେସ ଆରମ୍ଭ କରିବାକୁ ଭାବୁଛନ୍ତି, ତେବେ ବୋଧହୁଏ ଆପଣଙ୍କ ପାଖକୁ ପେଟ୍ରୋଲ ପମ୍ପର ଡିଲରସିପକୁ ଅଫର୍ କରୁଥିବା ମେସେଜ କିମ୍ବା ଫୋନ୍ କଲ୍ ଆସିଥିବ । ଯଦି ଆସିନାହିଁ, ତେବେ ଭବିଷ୍ୟତରେ ଏପରି କଲ୍ କିମ୍ବା ମେସେଜ ପ୍ରତି ଆପଣ ସାବଧାନ ରହିବା ଉଚିତ୍ । ଆଜ୍ଞା ହଁ, ସରକାରୀ ତେଲ କମ୍ପାନୀ ଇଣ୍ଡିଆନ ଅଏଲ୍ ତରଫରୁ ପେଟ୍ରୋଲ ପମ୍ପ ଖୋଲିବାର ଅଫର୍ ଦେବାର ଫର୍ଜି ଖେଳ ଖେଳୁଛି ।

ଇଣ୍ଡିଆନ ଅଏଲ ଆଲର୍ଟ ଜାରି କଲା :-

ଏହିପରି ମାମଲା ଜାଣିବାପରେ ଇଣ୍ଡିଆନ ଅଏଲ ଏହିପରି ମାମଲା ଉପରେ ଆଲର୍ଟ ଜାରି କରିଛି । କମ୍ପାନୀ ତରଫରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ କୁହାଯାଇଛି ଯେ କିଛି ଫର୍ଜି ୱେବସାଇଟ ଇଣ୍ଡିଆନ ଅଏଲର ନାମ ଭୁଲ ଭାବରେ ୟୂଜ କରୁଛନ୍ତି ଏବଂ ସେମାନେ ପେଟ୍ରୋଲ ପମ୍ପର ଡିଲରସିପ ଅଫର କରୁଛି । ଆପଣଙ୍କୁ କହିରଖୁଛୁ ଯେ ଏହିପରି ଅଫର ଠକମାନଙ୍କ ତରଫରୁ ଦିଆଯାଉଛି ।

ତୈଳ କମ୍ପାନୀଗୁଡିକର ନିକଟତମ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରନ୍ତୁ :-

ଇଣ୍ଡିଆନ୍ ଅଏଲ୍ ତରଫରୁ ଏକ ଟୁଇଟରେ କୁହାଯାଇଛି ଯେ ଏ ବିଷୟରେ ଅଧିକ ସୂଚନା ପାଇଁ ଆପଣ PSU ତୈଳ କମ୍ପାନୀଗୁଡିକର ନିକଟତମ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ । ଏହା ବ୍ୟତୀତ ଆପଣ ଯେକୌଣସି ନିକଟ ପେଟ୍ରୋଲ ପମ୍ପ ଡିଲରଙ୍କ ସହିତ ମଧ୍ୟ ଯୋଗାଯୋଗ କରିପାରିବେ । ଏ ବାବଦରେ ଇଣ୍ଡିଆନ୍ ଅଏଲ୍ ତରଫରୁ ପୂର୍ବରୁ ମଧ୍ୟ ଆଲର୍ଟ ଜାରି କରାଯାଇଛି ।

ଇଣ୍ଡିଆନ୍ ଅଏଲର ଶ୍ରୀଲଙ୍କାରେ 216 ପେଟ୍ରୋଲ ପମ୍ପ :-

ଅନ୍ୟପକ୍ଷରେ ଆର୍ଥିକ ସଙ୍କଟ ଏବଂ ଇନ୍ଧନ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ 50 ଟି ପେଟ୍ରୋଲ ପମ୍ପ ଖୋଲିବାକୁ ଇଣ୍ଡିଆନ୍ ଅଏଲ ନିଷ୍ପତ୍ତି ନେଇଛି । ଏହା ସହିତ କମ୍ପାନୀ ପଡୋଶୀ ଦେଶରେ ନିଜ ବ୍ୟବସାୟକୁ ବିସ୍ତାର କରିବ । ବର୍ତ୍ତମାନ ଇଣ୍ଡିଆନ୍ ଅଏଲ ଶ୍ରୀଲଙ୍କାରେ 216 ପେଟ୍ରୋଲ୍ ପମ୍ପ ଚଳାଉଛି । ଆପଣଙ୍କୁ କହିରଖୁଛୁ ଯେ ବର୍ଷ ଆରମ୍ଭରୁ ଶ୍ରୀଲଙ୍କାରେ ଇନ୍ଧନର ଅଭାବ ଦେଖାଦେଇଛି ।

Leave A Reply

Your email address will not be published.