Sleep Jobs: ଆମେରିକାର କମ୍ପାନୀ ଏପରି ଚାକିରି ବାହାର କରିଛି, ଯେଉଁଠାରେ ଚାକିରି ସମୟରେ ଶୋଇବାକୁ ପଡ଼ିବ । ଅର୍ଥାତ୍ ଯେଉଁ ଲୋକଙ୍କୁ ଗଭୀର ନିଦ ଆସିଥାଏ, ସେ ଏହି ପଦବୀ ପାଇଁ ଆଦର୍ଶ ପ୍ରାର୍ଥୀ ହେବେ ।
ଆମେରିକାର ମ୍ୟାଟ୍ରେସ କମ୍ପାନୀ କ୍ୟାସପର ଏହି ଅଜବ ଚାକିରି ବାହାର କରିଛି । ଏହି କମ୍ପାନୀ ନିକଟରେ ନିଜ ୱେବସାଇଟରେ ‘Casper Sleepers’ ଜବ ପ୍ରୋଫାଇଲ୍ ପାଇଁ କିଛି ଯୋଗ୍ୟତା ମଧ୍ୟ କହିଛି । ଏହାବ୍ୟତୀତ କମ୍ପାନୀ ଡ୍ରେସ୍ କୋଡ ମଧ୍ୟ ବହୁତ୍ କୁଲ ରଖିଛି । ଅଗଷ୍ଟ 11 ତାରିଖ ସୁଦ୍ଧା ପ୍ରାର୍ଥୀମାନେ ଆବେଦନ କରିପାରିବେ ।
ନ୍ୟୁୟର୍କ ବେସଡ କ୍ୟାସପର କମ୍ପାନୀର ସ୍ଥାପନା 2014 ମସିହାରେ ହୋଇଥିଲା । କମ୍ପାନୀ ନିଜର ୱେବସାଇଟରେ ଏହି ଚାକିରି ବିଷୟରେ ସୂଚନା ଦେଇଛି । ଯିଏ ବି ଏହି ପଦବୀ ପାଇଁ ଆବେଦନ କରୁଛନ୍ତି କିମ୍ବା କରିବେ, ତା ଭିତରେ ଅସାଧାରଣ ନିଦ ଆସିବାର କ୍ଷମତା ଥିବା ଉଚିତ୍ । ଏହାବ୍ୟତୀତ ଟିକଟକ ଭିଡିଓ କରି କ୍ୟାସପରର ସୋସିଆଲ ମିଡିଆ ଚ୍ୟାନେଲରେ ପୋଷ୍ଟ କରିବାକୁ ପଡ଼ିବ । ଭିଡ଼ିଓରେ କ୍ୟାଣ୍ଡିଡେଟକୁ ମ୍ୟାଟ୍ରେସରେ ଶୋଇବାର ଅନୁଭବ କହିବାକୁ ପଡ଼ିବ ।
ଚାକିରୀରେ ଆରାମ ଆଉ ଆରାମ :-
କମ୍ପାନୀ ଅନୁଯାୟୀ, ଯେଉଁ କ୍ୟାଣ୍ଡିଡେଟଙ୍କୁ ଚୟନ କରାଯିବ, ସେମାନେ କାମ ସମୟରେ ପାଇଜାମା ପିନ୍ଧିପାରିବେ । ଏହାବ୍ୟତୀତ କମ୍ପାନୀର ପ୍ରଡକ୍ଟକୁ ମଧ୍ୟ ଫ୍ରିରେ ବ୍ୟବହାର କରିବାର ସୁଯୋଗ ପାଇବେ । କାର୍ଯ୍ୟ ସମୟ ମଧ୍ୟରେ ରିହାତି ମଧ୍ୟ ମିଳିବ ।
କମ୍ପାନୀ କହିଛି ଯିଏ ବି ଏହି ପଦବୀ ପାଇଁ ନିଜକୁ ଯୋଗ୍ୟ ଭାବୁଛନ୍ତି, ସେମାନେ ନିଜର “ସ୍ଲିପ ସ୍କିଲ”ର ଟିକଟିକ ଭିଡିଓ କରି ଆପ୍ଲିକେସନ ଦ୍ଵାରା ସେୟାର କରନ୍ତୁ ।
ଆବେଦନ କରିବାର ଶେଷ ତାରିଖ ହେଉଛି ଅଗଷ୍ଟ 11 ତାରିଖ । ପ୍ରାର୍ଥୀଙ୍କ ବୟସ 18 ବର୍ଷରୁ ଅଧିକ ହୋଇଥିବା ଉଚିତ । କିନ୍ତୁ ମୁଖ୍ୟ ଯୋଗ୍ୟତା ଏହା ଯେ କ୍ୟାଣ୍ଡିଡେଟ ଯେକୌଣସି ପରିସ୍ଥିତିରେ ଏବଂ ସବୁ ସମୟରେ ଅସାଧାରଣ ଭାବେ ଶୋଇ ପାରୁଥିବ । କମ୍ପାନୀ କହିଛି ଯେ ନ୍ୟୁୟର୍କର ଲୋକମାନେ ଆବେଦନ କଲେ ଭଲ ହେବ, କିନ୍ତୁ ଅନ୍ୟ ସହରର ଲୋକମାନେ ମଧ୍ୟ ଆବେଦନ କରିପାରିବେ ।