ଏସିଆ କପ୍ : ବିରାଟ କୋହଲି ୪୧ ଓ କେ ଏଲ୍ ରାହୁଲ ୯୪ ଦିନ ପରେ ପୁଣି ଖେଳିବେ….ତାହା ପୁଣି ସିଧା ପାକିସ୍ତାନ ସହିତ,କେଉଁଠି ରିସ୍କ ରହିବନି ତ ?
ପୂର୍ବ ଭାରତୀୟ କ୍ୟାପଟେନ ବିରାଟ କୋହଲି ଓ କେ ଏଲ୍ ରାହୁଲ ଲମ୍ବା ସମୟ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି|ଦୁହିଁଙ୍କୁ ଏହି ମାସରେ ଆରମ୍ଭ ହେବାକୁଥିବା ଏସିଆ କପରେ ଭାରତୀୟ ଦଳରେ ଚୟନ କରାଯାଇଛି|ରାହୁଲକୁ ଦଳର ଉପ କ୍ୟାପଟେନ ବନାଯାଇଛି|ଫଳରେ ସବୁ ମ୍ୟାଚ ଖେଳିବା ସ୍ଥିର|
କୋହଲି ଉପରେ ମ୍ୟାନେଜମେଣ୍ଟର ଏବେବି ପୂରା ଭରସା ରହିଛି|ତାଙ୍କୁ ଏସିଆ କପର ପାଖାପାଖି ସମସ୍ତ ମ୍ୟାଚ ଖେଳିବା ସୁଯୋଗ ମିଳିପାରେ|ଏସିଆ କପରେ ଭାରତର ପ୍ରଥମ ମ୍ୟାଚ ୨୮ ଅଗଷ୍ଟକୁ ପାକିସ୍ତାନ ବିରୁଦ୍ଧରେ ଖେଳିବାର ରହିଛି|
ଯଦି ପାକିସ୍ତାନ ବିରୁଦ୍ଧରେ ଦୁହିଁଙ୍କୁ ଖେଳିବାର ସୁଯୋଗ ମିଳେ ତେବେ ରାହୁଲଙ୍କ ୯୪ ଦିନ ଓ କୋହଲିଙ୍କ ୪୧ ଦିନ ପରେ ମ୍ୟାଚ ଖେଳିଵେ|ଏମିତିରେ ପ୍ରଶ୍ନ ଉଠିବା ସ୍ୱାଭାବିକ କେବଳ ବଡ ନାମ ଆଧାରରେ ଏହି ଖେଳାଳିଙ୍କୁ ବିନା ପ୍ରାକ୍ଟିସ ମ୍ୟାଚ ଵା ସିରିଜ ଖେଳାଇ ଓହ୍ଲାଇବା କେତେଦୂର ଯୁକ୍ତିଯୁକ୍ତ|
କୋହଲି ପୂର୍ବ ୫ ମାସ ହେଲାଣି କୈାଣସି ଆନ୍ତର୍ଜାତିକ ଅର୍ଦ୍ଧ ଶତକ ଓ ଅଢେଇ ବର୍ଷରେ କୈାଣସି ଶତକ ଲଗାଇ ନାହାଁନ୍ତି|ସେ ଲଗାତାର ରନ ବନାଇବାକୁ ସଂଘର୍ଷ କରୁଛନ୍ତି|କେ ଏଲ୍ ରାହୁଲ ଏଵେ ଜର୍ମାନୀରେ ଗ୍ରୋ ଇନର ସର୍ଜରୀ କରିଛନ୍ତି|ଏହାପରେ ସେ ଏନ୍ସିଏ ଆସିଥିଲେ|ସେଠାରେ ତାଙ୍କୁ କରୋନା ହୋଇଥିଲା|ସେ ଏଵେ ସୁସ୍ଥ ଅଛନ୍ତି|କିନ୍ତୁ ପାକିସ୍ତାନ ବିପକ୍ଷରେ ସିଧାସଳଖ ଓହ୍ଲାଇବା ବଡ ରିସ୍କ ହୋଇପାରେ|
ଏସିଆ କପ ପାଇଁ ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ),କେ ଏଲ୍ ରାହୁଲ( ଉପ ଅଧିନାୟକ),ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦଵ,ଋଷଭ ପନ୍ଥ( ୱିକେଟ୍ କିପର),ଦୀପକ ହୁଡ୍ଡା,ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା,ଆର ଅଶ୍ୱିନ,ୟୁଜବେନ୍ଦ୍ର ଚହଲ,ରବି ବିଶ୍ନୋଇ, ଭୁବନେଶ୍ୱର କୁମାର,ଅର୍ଶଦୀପ ସିଂ,ଆଵେଶ ଖାନ୍
ଏହି ତିନି ଖେଳାଳି ଷ୍ଟାଣ୍ଡବାୟ:
ବିସିସିଆଇ ଅନ୍ୟ ଏକ ଟୁଇଟରେ କହିଛନ୍ତି ଯେ ଯଶପ୍ରୀତ ବୁମରା ଓ ହର୍ଷଲ ପଟେଲ ଆହାତ କାରଣରୁ ଚୟନ ପାଇଁ ଉପଲବ୍ଧ ନଥିଲେ|ସେ ବାଙ୍ଗାଲୋରରେ ଏନସିଏରେ ପ୍ରାକ୍ଟିଶ କରୁଛନ୍ତି|ଶ୍ରେୟସ ଆୟର,ଅକ୍ଷର ପଟେଲ,ଦୀପକ ଚହର ଏହି ତିନି ଖେଳାଳି ଷ୍ଟାଣ୍ଡବାୟରେ ରହିଛନ୍ତି|