ଏସିଆ କପ୍:ଏସିଆ କପ୍ ପାଇଁ ଭାରତୀୟ ଦଳରେ କେବଳ ତିନିଜଣ ଦ୍ରୁତ ବୋଲର,ପୁଣି ସେଥିରେ ୨ ଜଣ ନୂଆଁ ବୋଲୋର,ଦଳ ଉପରେ ପଡ଼ିବନି ତ ପ୍ରଭାବ
ଏସିଆ କପ ୨୦୨୨ ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି|୧୫ ସଦସ୍ୟ ବିଶିଷ୍ଟ ଦଳରେ ଷ୍ଟାର ବ୍ୟାଟ୍ସମ୍ୟାନ୍ କୋହଲି ଓ ଉପ ଅଧିନାୟକ କେ ଏଲ୍ ରାହୁଲ ପ୍ରତ୍ୟାବର୍ତ୍ତନ କରିଛନ୍ତି|ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ହର୍ଷଲ ପଟେଲ ଆହତ କାରଣରୁ ପ୍ରତିଯୋଗିତାରୁ ବାହାର ହୋଇଛନ୍ତି|ବୁମରା ଦଳରୁ ବାଦ ପଡିବା ଏକ ଝଟକା କାରଣ ସେ ଭାରତୀୟ ବୋଲିଙ୍ଗ ୟୁନିଟର ଜୀବନ|
ଖାସ କଥା ଏହା ଯେ ଭାରତୀୟ ଦଳରେ ତିନିଜଣ ସ୍ପେଶାଲିଷ୍ଟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର,ଆବେଶ ଖାନ୍ ଓ ଅର୍ଶଦୀପ ସିଂ ଙ୍କୁ ଜାଗା ମିଳିଛି ଯାହା ଆଶ୍ଚର୍ଯ୍ୟର ନିଷ୍ପତ୍ତି|ଯଦି ତିନିଙ୍କ ମଧ୍ୟରୁ କିଏ ଆହାତ ହୁଏ ଦଳର ସମସ୍ୟା ବଢି ଯାଇପାରେ|ଭୁବନେଶ୍ୱର ବହୁ ଅନୁଭବି ଅଟନ୍ତି କିନ୍ତୁ ଅର୍ଶଦୀପ ଓ ଆବେଶ ଖାଁ ଆନ୍ତର୍ଜାତିକ କ୍ରିକେଟରେ ଅନୁଭବି ନୁହନ୍ତି|ଆବେଶ ଖାନଙ୍କୁ ଚୟନ ଆଶ୍ଚର୍ଯ୍ୟର ନିଷ୍ପତ୍ତି କାରଣ ସେ କିଛି ଖାସ ପ୍ରଭାବିତ କରି ପାରି ନାହାଁନ୍ତି|ସେ ଇଣ୍ଡିଜ ବିରୁଦ୍ଧରେ ଟି-୨୦ ରେ ୧୦ରୁ ଉର୍ଦ୍ଧ୍ବ ଇକୋନୋମିରେ ରନ ଦେଇଥିଲେ|
ଭାରତୀୟ ଚୟନକର୍ତା ଦଳରେ ୪ ଜଣ ସ୍ପିନର ରବି ବିସ୍ନୋଇ,ୟୁଜବେନ୍ଦ୍ର ଚହଲ, ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନୀ ଜାଗା ପାଇଛନ୍ତି|ଦୀପକ ହୁଡ଼ା ମଧ୍ୟ ସ୍ପିନ ବୋଲିଙ୍ଗ କରିବାରେ ସିଦ୍ଧହସ୍ତ|ପରମ୍ପରାଗତ ଭାବେ ସ୍ପିନ ସଫଳ ସାବ୍ୟସ୍ତ ହେବ ବୋଲି ଚୟନକର୍ତା ବୋଧହୁଏ ଏଭଳି କରିଛନ୍ତି|
ୟୁଏଇରେ ୨୭ ଅଗଷ୍ଟ ରୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବାକୁଥିବା ଏସିଆ କପ ୨୦୨୨ ରେ ୬ ଦଳ ଭାଗ ନେଵାକୁ ଯାଉଛନ୍ତି|ଶ୍ରୀଲଙ୍କା,ଗତ ଚାମ୍ପିଅନ ଭାରତ, ପାକିସ୍ତାନ, ବାଂଲାଦେଶ,ଓ ଆଫିଗାନିସ୍ତାନ ପୂର୍ବରୁ ଟୁର୍ଣ୍ଣାମେଣ୍ଟ ପାଇଁ କ୍ୱଲିଫାଏ କରିଛନ୍ତି|କ୍ୱଲିଫାଏ ଟୁର୍ଣ୍ଣାମେଣ୍ଟରେ ଶେଷ ଓ ଷଷ୍ଠ ଦଳ ନିର୍ଣ୍ଣୟ ହେବ|ଭାରତ ନିଜ ଅଭିଯାନ ପାରମ୍ପରିକ ପ୍ରତିଦ୍ବନ୍ଦି ପାକିସ୍ତାନ ସହ ଆରମ୍ଭ କରିବ|
ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ),କେ ଏଲ୍ ରାହୁଲ( ଉପ ଅଧିନାୟକ),ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦଵ,ଋଷଭ ପନ୍ଥ( ୱିକେଟ୍ କିପର),ଦୀପକ ହୁଡ୍ଡା,ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା,ଆର ଅଶ୍ୱିନ,ୟୁଜବେନ୍ଦ୍ର ଚହଲ,ରବି ବିଶ୍ନୋଇ, ଭୁବନେଶ୍ୱର କୁମାର,ଅର୍ଶଦୀପ ସିଂ,ଆଵେଶ ଖାନ୍