୩୦୦୦ ଟଙ୍କାରୁ ଆରମ୍ଭ କରିଥିଲେ ବ୍ୟବସାୟ, ଆଉ ବିଭିନ୍ନ ପ୍ରକାର ସମସ୍ୟା ସହ ଲଢି ଠିଆ କଲେ ୧୩୦ କୋଟିର କମ୍ପାନୀ,ଜାଣନ୍ତୁ ତଙ୍କ ସଫଳତାର ରହସ୍ୟ ବିଷୟରେ….
ସମସ୍ତେ ଜୀବନରେ ସଫଳ ହେବାକୁ ଚାହାନ୍ତି କିନ୍ତୁ ଏହି ସଫଳତା ଏତେ ସହଜରେ ମିଳେନାହିଁ|ଏଥିପାଇଁ କଠିନ ପରିଶ୍ରମ ସହ ସଂଘର୍ଷ କରିବାକୁ ପଡେ|ଲୋକମାନେ କହନ୍ତି ପରିଶ୍ରମ ଫଳରେ କାମକୁ ଟଙ୍କାରେ ପରିଣତ କରାଯାଇପାରେ|
କିଛି ଲୋକ କୋଟି କୋଟି ଟଙ୍କା ବ୍ୟବସାୟରେ ନିବେଶ କରିଥାନ୍ତି|କିନ୍ତୁ ଯାହା ପାଖରେ କିଛି ନାହିଁ ସିଏ କ’ଣ କରିବ? ଆର୍ଥିକ ଭାବେ କମଜୋର ଥିବା ବ୍ୟକ୍ତି ବାରମ୍ବାର ଭାବିଥାଏ|ମନେରଖନ୍ତୁ ଯିଏ ମାନସିକ ଭାବେ ମଜବୁତ୍ କୈାଣସି ସମସ୍ୟା ପ୍ରତିବନ୍ଧକ ହୋଇପାରିବ ନାହିଁ|ଏହାକୁ ନୀଲମ ମୋହନ ସତ୍ୟ ସାବ୍ୟସ୍ତ କରି ଦେଖାଇଛନ୍ତି|
ଯେଉଁ ଲୋକଙ୍କ ପାଇଁ ଆର୍ଥିକ ସମସ୍ୟାର ପ୍ରତିବନ୍ଧକ ହୋଇଥାଏ ସେମାନଙ୍କ ପାଇଁ ନୀଲମ ମୋହନ ପ୍ରେରଣା ଅଟନ୍ତି|ତାଙ୍କ ଠାରୁ ଶିଖିବାର ଅଛି କିପରି ସେ ୩୦୦୦ ଟଙ୍କାରେ ବ୍ୟବସାୟ ଆରମ୍ଭ କରି ୧୩୦ କୋଟି ଟଙ୍କାର କମ୍ପାନୀରେ ପରିବର୍ତ୍ତନ କରିଥିଲେ|
ଦ ୱକ୍ ଏଣ୍ଡ ର ରିପୋର୍ଟ ମୁତାବକ ଵନାରସ ହିନ୍ଦୁ ୟୁନିଭରସିଟିରୁ ବିଏ କରିଥିବା ନୀଲମ ମୋହନଙ୍କ ବିବାହ ଆଆଇଟି- ଏମବିଏ ପ୍ରୋଫେସନାଲ ଅମିତ ମୋହନ ସହ ହୋଇଥିଲା ଯେତେବେଳେ ସେ ୨୧ ବର୍ଷର ହୋଇଥିଲେ|ଫଳରେ ପତିଙ୍କ ସହ ଦିଲ୍ଲୀ ଆସିବାକୁ ପଡିଲା|୧୯୭୭ ରେ ୨୨ ବର୍ଷ ବୟସରେ ସେ ଫନି ଫେସନ ନାମକ କମ୍ପାନୀ ଆରମ୍ଭ କରିଥିଲେ|୧୯୭୮ରେ ପ୍ରେଗନାଂଟ ଯୋଗୁଁ ଲମ୍ବା ଛୁଟି ନେବାକୁ ପଡିଲା|ସେ ଦିଲ୍ଲୀରେ ରହି ଫ୍ରି ଲାନ୍ସର ଭାବେ ପୁରୁଷ କପଡା ଡିଜାଇନ୍ କାମ କଲେ ଓ ୟୁପି ଏକ୍ସପୋର୍ଟ କର୍ପୋରେସନ ସହ ମିଶି କାମ କଲେ|
ସେ ମାସିକ ୩୦୦୦ ଟଙ୍କା ଦରମାରେ କାମ କରୁଥିଲେ|ଚାକିରୀ ସମୟରେ ସେ ନିଜେ ନିଜ କାମ କରିବା କଥା ଭାବିଲେ|ଏଥିପାଇଁ ଦୋସ୍ତ ହରମିନ୍ଦର ସହ କାମ ଆରମ୍ଭ କରିଥିଲେ|ହରମିନ୍ଦର ଓ ଦୋସ୍ତ ସୁଶୀଲ କୁମାର ସହ ୧୯୮୩ରେ ଓପେରା ହାଉସ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ଆରମ୍ଭ କରିଥିଲେ|ପ୍ରଥମ ବର୍ଷ କମ୍ପାନୀର ଟର୍ନ ଓଭର ୧୫ ଲକ୍ଷ ଟଙ୍କା ପହଞ୍ଚି ଯାଇଥିଲା|
ନିଜସ୍ଵ କାରଣ ଯୋଗୁଁ ସେ ନିଜ ପତି ନୀଲମ ମୋହନ ୧୯୯୧ ରେ ଅଲଗା ହୋଇଥିଲେ|କମ୍ପାନୀ ଅଂଶୀଦାର ମାନଙ୍କ ମଧ୍ୟରେ ମତଭେଦ ଯୋଗୁଁ ଛାଡ଼ିବାକୁ ପଡ଼ିଥିଲା|ଏତେସବୁ ହେଲାପରେ ମଧ୍ୟ ସେ ହାର ମାନିଲେ ନାହିଁ|୪ ଜଣ ଦର୍ଜି ସହ ମିଶି ୧୯୯୩ ରେ ମଙ୍ଗୋଲିଆ ବ୍ଲୁଜୁମ ନାମକ କମ୍ପାନୀ ଆରମ୍ଭ କରିଥିଲେ|ସେ ଗୋଟିଏ ଘର କିଣି ଫ୍ଯାକ୍ଟ୍ରିରେ ପରିବର୍ତ୍ତନ କରିଥିଲେ|ଏହାପରେ କମ୍ପାନୀ ଦେବାଳିଆ ହୋଇଥିଲା|ଏହାପରେ ସେ ବନ୍ଧୁଙ୍କ ଠାରୁ ସହାୟତା ନେଇ କମ୍ପାନୀ ବଢ଼ାଇଥିଲେ|ଏଵେ ତାଙ୍କ କମ୍ପାନୀର ନେଟ ୱର୍ଥ ୧୩୦ କୋଟି ଟଙ୍କା ଅଟେ|