7 ବର୍ଷରେ ପ୍ରଥମଥର ପାଇଁ କର୍ମଚାରୀ ଜଣକ ୨୦ ମିନିଟ ଲେଟରେ ପହଞ୍ଚିଲେ ଅଫିସ,ଆଉ ବୋସ ତାଙ୍କୁ ଚାକିରୀରୁ କରିଦେଲେ ବାହାର, ତା ପରଠୁ ସବୁ କର୍ମଚାରୀ ଆସୁଛନ୍ତି ଲେଟରେ
ବିମୁଦ୍ରାକରଣର ଶବ୍ଦ ମିଳିବା ମାତ୍ରେ ହିଁ ଅନେକ ବଡ ବଡ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ନେଇ ଅନେକ ନିୟମ କରୁଛନ୍ତି | ଏହି ନିୟମ ମଧ୍ୟରେ ଜଣେ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେବାର କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ | ଏହି ମାମଲାରେ କମ୍ପାନୀ ନିଜର ଜଣେ କର୍ମଚାରୀଙ୍କୁ ମାତ୍ର ଏହି କଥା କାରଣରୁ ଚାକିରିରୁ ବାହାର କରିଦେଲା ଯେ ସେ ୨୦ ମିନିଟ ଲେଟରେ ପହଞ୍ଚିଥିଲା | ମାମଲାଟି ଏହି କଥା କାରଣରୁ ଆହୁରି କୌତୁହଳ ପୂର୍ଣ୍ଣ ହୋଇଥାଏ ଯେ ସେହି କର୍ମଚାରୀ ୭ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଲେଟରେ ପହଞ୍ଚିଥିଲା |
ରେଡିଟରେ ସାମ୍ନାକୁ ଆସିଲା ମାମଲା :-
ଏହି ଘଟଣା କାମରୁ ବାହାର କରାଯାଇଥିବା କର୍ମଚାରୀଙ୍କ ଜଣେ ସହଯୋଗୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ରେଡିଟରେ ଏଣ୍ଟିଵର୍କ ଫୋରମରେ ସେୟାର କରିଛନ୍ତି | ପୋଷ୍ଟ କରିଥିବା ୟୁଜର କହିଛନ୍ତି ଯେ ତାଙ୍କ ସହଯୋଗୀଙ୍କୁ କାମ କରିବାର ୭ ବର୍ଷ ହୋଇଗଲାଣି ଏବଂ ସେ ପ୍ରଥମଥର ପାଇଁ ୨୦ ମିନିଟ ଡେରିରେ ପହଞ୍ଚିଥିଲେ | କମ୍ପାନୀ ମାତ୍ର ୨୦ ମିନିଟ ଡେରି ହେବାରୁ ତାଙ୍କ ସହଯୋଗୀଙ୍କୁ ଚାକିରିରୁ ବାହାର କରିଦେଲା | ତେବେ ପୋଷ୍ଟରେ ଏହା କୁହାଯାଇନାହିଁ ଯେ ଏହି ମାମଲା କେଉଁ ସ୍ଥାନର ଅଟେ ଏବଂ କେଉଁ କମ୍ପାନୀର ଅଟେ |
ବିରୋଧରେ ଓହ୍ଲାଇଲେ ସବୁ କର୍ମଚାରୀ :-
ରେଡିଟରେ ସୂଚନା ଦେଇଥିବା ୟୁଜର କହିଛନ୍ତି ଯେ ବର୍ତ୍ତମାନ ସବୁ କର୍ମଚାରୀମାନେ କମ୍ପାନୀର ଏହି ନିଷ୍ପତ୍ତିକୁ ବିରୋଧ ଅରିବାକୁ ନିଷ୍ପତ୍ତି ନେଇଛନ୍ତି | ସେ ଲେଖିଛନ୍ତି, “ବର୍ତ୍ତମାନ କାଲିଠାରୁ ମୁଁ ମଧ୍ୟ କାମକୁ ଲେଟରେ ଯିବି | ସମସ୍ତ କର୍ମଚାରୀ ବର୍ତ୍ତମାନ ଡେରିରେ ଆସିବାକୁ ନିଷ୍ପତ୍ତି ନେଇଛନ୍ତି | ଯେ ପର୍ଯ୍ୟନ୍ତ ତାଙ୍କୁ (ବାହାର କରାଯାଇଥିବା କର୍ମଚାରୀ) କାମକୁ ଫେରାଇ ଅଣା ନ ଯାଇଛି, କମ୍ପାନୀର ସବୁ କର୍ମଚାରୀ ପ୍ରତିଦିନ କାମକୁ ଡେରିରେ ଆସିବେ |”
କମ୍ପାନୀକୁ କରାଯାଉଛି ସମାଲୋଚନା :-
ତିନିଦିନ ପୂର୍ବରୁ କରାଯାଇଥିବା ଏହି ପୋଷ୍ଟକୁ ୟୁଜର୍ସ ଖୁବ ରେସପନ୍ସ ଦେଉଛନ୍ତି | ଏହାକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୦ ହଜାର ଅପ ଭୋଟ ମିଳିସାରିଛି | ଏହାବ୍ୟତୀତ ସେହି ପୋଷ୍ଟ ଉପରେ ଅନ୍ୟ ୟୁଜର୍ସ ମଧ୍ୟ ନିଜ ନିଜର ଅନୁଭବ ସେୟାର କରୁଛନ୍ତି ଯେ ତାଙ୍କୁ ଲେଟ ହେଲେ କମ୍ପାନୀରୁ କେଉଁ ପ୍ରକାରର ପ୍ରତିକ୍ରିୟାର ସାମ୍ନା କରିବାକୁ ପଡିଛି | ଅଧିକାଂଶ ୟୁଜର୍ସ ବାହାର କରାଯାଇଥିବା କର୍ମଚାରୀଙ୍କୁ ସମର୍ଥନ କରୁଛନ୍ତି ଏବଂ ଏପରି କଠୋର ପଦକ୍ଷେପ ନେଇଥିବା କମ୍ପାନୀର ଖୁବ ସମାଲୋଚନା କରୁଛନ୍ତି |
ମିଳୁଛି ଏହିପରି ପ୍ରତିକ୍ରିୟା :-
ଜଣେ ୟୁଜର ବାହାର କରାଯାଇଥିବା କର୍ମଚାରୀଙ୍କ ଆର୍ଥିକ ପରିସ୍ଥିତି ଖରାପ ଥିବ ବୋଲି ଆଶଙ୍କା କରି ଚିନ୍ତା ପ୍ରକାଶ କରିଛନ୍ତି । ସେହିପରି ଜଣେ ୟୁଜର ଲେଖିଛନ୍ତି ଯେ ବୋଧହୁଏ କମ୍ପାନୀ ଆଗରୁ ସେହି ବ୍ୟକ୍ତିଙ୍କୁ କାମରୁ ବାହାର କରିବ ବୋଲି ସ୍ଥିର କରିଥିଲା ଏବଂ ତାକୁ ଏପରି କରିବାପାଇଁ ଗୋଟିଏ ବାହାନା ଦରକାର୍ ପଡୁଥିଲା । 20 ମିନିଟ୍ ଲେଟରେ କାମକୁ ଆସିବାରୁ କମ୍ପାନୀକୁ ସେହି ଜରୁରୀ ବାହାନା ମିଳିଗଲା ଏବଂ ସେ କର୍ମଚାରୀଙ୍କ ଠାରୁ ମୁକ୍ତି ପାଇଗଲା ।