ନୂଆ ସୋଲାର କାର The Sion ର ପ୍ରଡକ୍ସନ ଡିଜାଇନ ଜର୍ମାନୀର ଷ୍ଟାର୍ଟଅପ କମ୍ପାନୀ Sono motors ପେଶ କରିଛି। ଏହାସହ କମ୍ପାନୀ ଏହା କନ୍ଫର୍ମ କରିଛି ଯେ, 2023 ରେ ଏହାର ପ୍ରଡକ୍ସନ ଆରମ୍ଭ କରିଦିଆଯିବ। କେବଳ ରେଞ୍ଜ ହିଁ ଇଲେକ୍ଟ୍ରିକ କାର ଗୁଡ଼ିକରେ ଅସୁବିଧା ଆଣିଥାଏ, କିନ୍ତୁ ଏହି ଅସୁବିଧାକୁ ଏବେ ନୂଆ ଏନର୍ଜି ଦ୍ୱାରା ଚାର୍ଜ ହେଉଥିବା ସୋଲାର ପାୱାର କାର ମଧ୍ୟ ଦୂର କରିଥାଏ।
Sion ଉପରେ ବହୁତ ବର୍ଷ ଧରି କାମ କରାଯାଉଛି ଓ ବାସ୍ତବରେ ଏଥିରେ ଗ୍ରୀନ କାର ହେବାର କ୍ଷମତା ରହିଛି। କାରଣ ବ୍ୟାଟେରୀକୁ ଚାର୍ଜ କରିବାପାଇଁ ଏଥିରେ ସୂର୍ଯ୍ୟ କିରଣର ବ୍ୟବହାର ହେବ। ସମ୍ପୂର୍ଣ୍ଣ ଭାବରେ ଏହି କାର ସୋଲାର ପ୍ୟାନେଲ ଦ୍ୱାରା କଭର ଅଟେ। ଏହି କାରରେ 456 ସୋଲାର ସେଲ ରହିଛି ଯିଏକି ଗୋଟିଏ ସପ୍ତାହରେ ପାଖାପାଖି 112 କିଲୋମିଟର ଡ୍ରାଇଭିଂ ରେଞ୍ଜ କରିପାରେ। ଏହି କାରର ବ୍ୟାଟେରୀ ରେଞ୍ଜ ଠାରୁ ଅଲଗା ଅଟେ ଯଦି ଆମେ ଏହାର ବ୍ୟାଟେରୀ କ୍ଷମତା ବିଷୟରେ କହିବା ତାହେଲେ ଏହା ସିଙ୍ଗଲ ଚାର୍ଜରେ 300 କିଲୋମିଟର ଯାଇଥାଏ।
ବର୍ତ୍ତମାନ ସୁଦ୍ଧା ଏହି କାରର ପରଫରମାନ୍ସକୁ ନେଇ କୌଣସି ଡ଼ିଟେଲସ ସାମ୍ନାକୁ ଆସିନାହିଁ। 7 ବର୍ଷ ଭିତରେ ସୋନ ମୋଟର୍ସ The Sionର ପାଖାପାଖି 2.5 ଲକ୍ଷ ୟୁନିଟ ବନାଇବାର ପ୍ଲାନ କରିଛି। କୁହାଯାଉଛି କି, ପ୍ରଥମରୁ ହିଁ ଏହାର 19 ହଜାର ୟୁନିଟ ବୁକ ହୋଇସାରିଛି ଓ ବୁକିଂ ରାଶି 2225 ଡ଼ଲାର ଅଟେ।
କାରର ଅତିରିକ୍ତ ଡ଼ିଟେଲସ କାର ଆସିବାପରେ ହିଁ ଜଣାପଡ଼ିବ। The Sion ର ଦାମ 25 ହଜାର ଡ଼ଲାର ରହିବ ବୋଲି କୁହାଯାଉଛି। ଯାହାକି ଏହି କାରକୁ Tesla ଓ Volkswagen କାର ଠାରୁ ବହୁତ ଶସ୍ତା କରିଦେବ।
ଜଣାଇଦେଉଛୁ କି, ଅନ୍ୟ କମ୍ପାନୀ ଗୁଡ଼ିକ ମଧ୍ୟ ବଡ଼ ସ୍ତରରେ ସୋଲାର ଚାଳିତ ବାହାନ ବନାଇବା ଟେକ୍ନୋଲୋଜିରେ ଲାଗିଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଡ଼ଚ ଫର୍ମ Lightyear ଓ କାର୍ଲିଫର୍ନିଆ ବେସ Aptera ସାମିଲ ରହିଛି।