ଇଲେକ୍ଟ୍ରିକ ସ୍କୁଟର ହେବ ତ ଏମିତି : ଦିନସାରା ବୁଲିବାର ଖର୍ଚ୍ଚ କେବଳ 3 ଟଙ୍କା, ସପ୍ତାହକୁ କେବଳ 2 ଥର ଚାର୍ଜ କରିବାକୁ ପଡ଼ିବ,ଜାଣନ୍ତୁ ଏହି ସ୍କୁଟି ବିଷୟରେ
କୌଣସି ଇଲେକ୍ଟ୍ରିକ ଟୁ- ହ୍ୱିଲରର ଡିମାଣ୍ଡ ତାର ରେଣ୍ଡ ଏବଂ ପ୍ରତି କିଲୋମିଟର୍ ପିଛା ଆସୁଥିବା ଖର୍ଚ୍ଚ ଉପରେ ଡିପେଣ୍ଡ କରେ । ତେବେ ମାର୍କେଟରେ ସେଗୁଡ଼ିକର ଲମ୍ବା ରେଞ୍ଜ ଆସିଛି, କିନ୍ତୁ TVS ଏହି କଥା ଦାବି କରିଥାଏ ଯେ ତାର ଆଇକ୍ୟୁଭ (iQube) ଇଲେକ୍ଟ୍ରିକ ସ୍କୁଟର ପ୍ରତିଦିନ ଚାଲିବାର ଖର୍ଚ୍ଚ ମାତ୍ର 3 ଟଙ୍କା ଅଟେ । ଆଜ୍ଞା ହଁ, 3ଟଙ୍କା ଖର୍ଚ୍ଚ କରି ଆପଣ ସାରା ଦିନ ବୁଲିପାରିବେ । ତେବେ TVS 3ଟଙ୍କାର ଖର୍ଚ୍ଚରେ 30Km ଚାଲିବାର ଦାବି କରିଛି । ତାର ଏହି ଦାବି ପଛରେ କି ଗଣିତ ରହିଛି ? କଣ ସତରେ ଏହି ଇଲେକ୍ଟ୍ରିକ ସ୍କୁଟର ଚାଲିବାର ଖର୍ଚ୍ଚ ଦିନକୁ ମାତ୍ର 3 ଟଙ୍କା ? ତେବେ ଚାଲନ୍ତୁ ଏହି ଖବରରେ TVS ର ଏହି ଗଣିତକୁ ବୁଝିବା ।
ମାତ୍ର 3 ଟଙ୍କାରେ ଦିନସାରା ଚାଲିବାର ଗଣିତ :-
TVS ମୋଟର iQube ର ଅଫିସିଆଲ୍ ପେଜରେ ନିଜ ଇଲେକ୍ଟ୍ରିକ ସ୍କୁଟରର ଖର୍ଚ୍ଚକୁ ବୁଝାଇଛି । କମ୍ପାନୀ କହିଛି ଯେ ଗାଡ଼ିରେ ପେଟ୍ରୋଲ ଲିଟର ପିଛା 100 ଟଙ୍କା ଖର୍ଚ୍ଚ କରିବାକୁ ପଡେ । ଏପରି ପରିସ୍ଥିତିରେ ସ୍କୁଟର ପେଟ୍ରୋଲ ଦ୍ଵାରା 50,000Km ଚାଲିବାର ଖର୍ଚ୍ଚ ପ୍ରାୟ 1 ଲକ୍ଷ ଟଙ୍କା ଆସେ । କିନ୍ତୁ ତାର iQube ଇଲେକ୍ଟ୍ରିକ ସ୍କୁଟର ଦ୍ଵାରା 50,000Km ଚାଲିବାର ଖର୍ଚ୍ଚ 6,466 ଟଙ୍କା ଆସେ । ଏହାସହିତ GST ର ସେଭିଂ ହୋଇଥାଏ । ସର୍ଭିସ ଏବଂ ମେଣ୍ଟେନାନ୍ସର ଖର୍ଚ୍ଚ ମଧ୍ୟ ବଞ୍ଚେ ।
TVS ଏହା ମଧ୍ୟ ଦାବି କରିଛି ଯେ iQube ର ଏକକ ଚାର୍ଜର ମୂଲ୍ୟ 18.75 ଟଙ୍କା ଅଟେ । ଏହାର iQube ST ମଡେଲ 4 ଘଣ୍ଟା 6 ମିନିଟରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଯାଏ । ଏହା ପରେ ଏହା 145 କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ । ଅର୍ଥାତ୍, ଯଦି ଆପଣ ପ୍ରତିଦିନ 30 କିଲୋମିଟର ଚାଲନ୍ତି, ତେବେ ଏହି ଇଲେକ୍ଟ୍ରିକ୍ ସ୍କୁଟରକୁ ସପ୍ତାହରେ ଦୁଇଥର ଚାର୍ଜ କରିବାକୁ ପଡିବ । ଦୁଇଥର ଚାର୍ଜ କରିବାର ମୂଲ୍ୟ 37.50 ଟଙ୍କା ହେବ । ଅର୍ଥାତ୍ ମାସର ହାରାହାରି ମୂଲ୍ୟ ହେଉଛି 150 ଟଙ୍କା । ଅର୍ଥାତ୍ ପ୍ରତ୍ୟେକ ଦିନର ଖର୍ଚ୍ଚ 3 ଟଙ୍କା ହେବ । ସେହିପରି ଦୁଇଥର ଚାର୍ଜିଂରେ ଏହାର ରେଞ୍ଜ 290Km ହୋଇଯିବ । ଅର୍ଥାତ୍ ଆପଣ ଏହି ଖର୍ଚ୍ଚରେ ପ୍ରତିଦିନ ହାରାହାରି 30Km ଆରାମରେ ଚାଲିପାରିବେ ।
TVS iQube ର ମୂଲ୍ୟ କେତେ ?
ଏହାର ବେସ ଭାରିଆଣ୍ଟର ଦିଲ୍ଲୀରେ ଅନ୍-ରୋଡ ମୂଲ୍ୟ 98,654 ଟଙ୍କାରୁ ଆରମ୍ଭ ହେଉଛି । ବାଙ୍ଗାଲୋରରେ ଅନ୍-ରୋଡ୍ ମୂଲ୍ୟ 1,11,663 ଟଙ୍କାରୁ ଆରମ୍ଭ ହେଉଛି । ମିଡ ଭାରିଆଣ୍ଟ iQube S ର ମୂଲ୍ୟ ଦିଲ୍ଲୀରେ 1,08,690 ଟଙ୍କା ଏବଂ ବେଙ୍ଗାଲୁରୁରେ 1,19,663 ଟଙ୍କା ରହିଛି । ଦିଲ୍ଲୀର iQube ST ର ମୂଲ୍ୟ 1,09,256 ଟଙ୍କା । ଏହାସହିତ ବାଙ୍ଗାଲୋରରେ ଏହାର ମୂଲ୍ୟ 1,20,183 ଟଙ୍କା ରହିଛି । ସମସ୍ତ ମୂଲ୍ୟ FAME II ସବସିଡି ପରେ ରହିଛି । ଗ୍ରାହକଙ୍କୁ ପ୍ରାୟ 51,000 ଟଙ୍କା ସବସିଡି ଦିଆଯାଉଛି । ଏହି ସ୍କୁଟରଗୁଡିକ 33 ଟି ସହରରେ ଉପଲବ୍ଧ ରହିଛି । ଖୁବ ଶୀଘ୍ର 52 ଟି ନୂଆ ସହରରେ ଲଞ୍ଚ କରାଯିବ । TVS iQube ST ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ପ୍ରି-ବୁକିଂ କରାଯାଇପାରେ ।