BMC ର କଡ଼ା ନିୟମ : ମାସ୍କ ପିନ୍ଧ,ନହେଲେ ପେଟ୍ରୋଲ ନାହିଁ

0

Get real time updates directly on you device, subscribe now.

ରାଜ୍ୟରେ କରୋନା ସଂକମ୍ରଣ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ହେବ ଦୈନିକ ସଂକମ୍ରଣ ବହୁମାତ୍ରରେ ବୃଦ୍ଧି ପାଇବା ସହ ୧ହଜାର ଅତିକ୍ରମ କରିସାରିଛି। ତେବେ ସାରା ରାଜ୍ୟରୁ ଯେତିକି ସଂକମ୍ରଣ ମାମଲା ସାମ୍ନାକୁ ଆସୁଛି ତାହାର ଅର୍ଦ୍ଧାଧିକ ମାମଲା କେବଳ ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହେଉଛନ୍ତି। ରାଜଧାନୀ ଭୁବନେଶ୍ବରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ନିୟମ କଡାକଡି କରିଛି ।

କୋଭିଡ୍ ନିୟମ ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଚେତାବନୀ ଦିଆଯାଇଛି । ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରିଛି ବିଏମସି ।ଏ ସମ୍ପର୍କରେ ସୂଚନା ଦେଇ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, କରୋନା ମୁକାବିଲା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆଜିଠାରୁ ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ।

ବିଏମ୍‌ସିର ନୂଆ ଗାଇଡଲାଇନ୍‌ ଅନୁଯାୟୀ, ଏଣିକି ସର୍ବ ସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପଡ଼ିବ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୫୫୩ ଓ ୩୯୨ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୦ ଜଣ ଆକ୍ରାନ୍ତ ବାହାରିଛନ୍ତି।ସପିଂ ମଲ୍, ଦୋକାନରେ NO MASK, NO ENTRY, NO MASK , NO GOODS ଲେଖାଯିବ । ମାସ୍କ ନ ପିନ୍ଧିଲେ ମିଳିବନି ପେଟ୍ରୋଲ ।

ସରକାରୀ ଓ ଘରୋଇ ଅଫିସ୍‌ରେ ମଧ୍ୟ ମାସ୍କ ପିନ୍ଧିବାକୁ ପଡ଼ିବ । ଧର୍ମାନୁଷ୍ଠାନ, ପାର୍କ ଭଳି ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି ।ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୩୭୧, ସୁନ୍ଦରଗଡ଼ରୁ ୧୦୩, କଟକରୁ ୭୫ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮୭୩କୁ ବୃଦ୍ଧି ପାଇଛି ।କୋଭିଡ କେସ ସଂଖ୍ୟା ସେତେ ମାତ୍ରାରେ ବଢି ନ ଥିଲେ ମଧ୍ୟ ତଥାପି ଆଗୁଆ ପଦକ୍ଷେପ ସ୍ୱରୁପ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

Leave A Reply

Your email address will not be published.