ରୋଷେଇଘରେ କାମ କରିବା ସମୟରେ ଲାଗିବ ନାହିଁ ଗରମ, ଏହି ଛୋଟ ଡିଭାଇସ୍ ଆପଣଙ୍କୁ କରିଦେବ ଥଣ୍ଡା, ବହୁତ୍ କମ୍ ରହିଛି ମୂଲ୍ୟ
ମୌସୁମୀ ଆସିବାପରେ ମଧ୍ୟ ଅନେକ ଦେଶର କିଛି ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ବହୁତ୍ ଅଧିକ ଗରମ ଅନୁଭୂତ ହେଉଛି । ଏହି ଗରମ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ରୁହେ । ତେବେ ଲୋକମାନେ ଘରେ ଏୟାର କୁଲର, ଫ୍ୟାନ କିମ୍ବା ଏସି ଲଗାଇ ଗରମରୁ ମୁକ୍ତି ପାଇବାକୁ ଚେଷ୍ଟା କରନ୍ତି । କିନ୍ତୁ ରୋଷେଇଘରେ କାମ କରୁଥିବା ଲୋକଙ୍କୁ ଗରମରେ ବହୁତ୍ ଅସୁବିଧା ହୁଏ ।
ଏହାର ଗୋଟିଏ କାରଣ ଏହା ଯେ ରୋଷେଇଘରେ ଫ୍ୟାନ ନ ଲଗାଇବା ଅଟେ । କିନ୍ତୁ ଆପଣ ରୋଷେଇଘର ପାଇଁ ମଧ୍ୟ ଗୋଟିଏ ଗ୍ୟାଜେଟ୍ କିଣି ପାରିବେ । ଏହାଦ୍ବାରା ଆପଣଙ୍କୁ କେବଳ ଗରମରୁ ମୁକ୍ତି ମିଳିବ ନାହିଁ ବରଂ ଏଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଏଠାରେ ଆପଣଙ୍କୁ ଏହି ଡିଭାଇସ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଉଛୁ ।
ଆମେ ଏଠାରେ Portable Neck Fan ବିଷୟରେ କହୁଛୁ । ଏହି ଗ୍ୟାଜେଟ୍ ବହୁତ୍ କାମର ଅଟେ । ଏହା ହାଇ ସ୍ପିଡରେ କାମ କରିଥାଏ ଏବଂ ଆପଣଙ୍କୁ ଥଣ୍ତା ରଖେ । ଯେପରିକି ନାମରୁ ହିଁ ଜଣା ପଡିଯାଉଛି ଯେ ଏହା ଗୋଟିଏ ନେକ୍ ବ୍ୟାଣ୍ଡ ଫ୍ୟାନ ଅଟେ । ଏହାକୁ ଅନଲାଇନ୍ ଏବଂ ଅଫଲାଇନ୍ ଉଭୟ ଉପାୟରେ କିଣା ଯାଇପାରିବ ।
1 ହଜାର ଟଙ୍କାରୁ କମ୍ ମୂଲ୍ୟରେ ଉପଲବ୍ଧ :-
ଏହି ଡିଭାଇସକୁ ଆପଣ ସହଜରେ 1000 ଟଙ୍କା ଭିତରେ କିଣି ପାରିବେ । ଏଥିରେ ଇନବିଲ୍ଟ ବ୍ୟାଟେରୀ ମିଳିଥାଏ । ଏହାଦ୍ବାରା ଆପଣ ବିନା ଲାଇଟରେ ମଧ୍ୟ ଏହାକୁ ଘଣ୍ଟା ଘଣ୍ଟା ବ୍ୟବହାର କରିପାରିବେ । ତେବେ ବ୍ୟାଟେରୀ ଡିସଚାର୍ଜ ହେଲେ ଆପଣ ଏହାକୁ ପୁଣିଥରେ ଚାର୍ଜ କରିପାରିବେ ।
ଏହି ଫ୍ୟାନ କୁ ଆପଣଙ୍କୁ କେବଳ ବେକରେ ଲଗାଇବାକୁ ପଡ଼ିବ । ଏହାସହିତ ଆପଣଙ୍କୁ ଦୁଇଟି ଛୋଟ ଫ୍ୟାନ ମିଳିବ । ଏହା ଆପଣଙ୍କ ମୁହଁକୁ ପବନ ଫିଙ୍ଗିବ । ଏହାଦ୍ବାରା ଆପଣ ଗରମରେ ମଧ୍ୟ ଥଣ୍ଡା ରହିପାରିବେ । ପୋର୍ଟେବଲ ହୋଇଥିବା କାରଣରୁ ଆପଣ ସହଜରେ ଏହାସହିତ ବୁଲାବୁଲି କରିପାରିବେ ।
ଏହି ଫ୍ୟାନକୁ ନେଇ କମ୍ପାନୀର ଦାବି ରହିଛି ଯେ ଏହାର ଶବ୍ଦ ବହୁତ୍ କମ୍ । ଏହାର ବ୍ୟବହାର ରୋଷେଇଘର ବ୍ୟତୀତ ଅନ୍ୟ କାମ କରୁଥିବା ସ୍ଥାନରେ ମଧ୍ୟ କରାଯାଇପାରିବ ।