ରକ୍ଷକ ଭକ୍ଷକ ହେବା କଥା ବର୍ତ୍ତମାନ ସମୟରେ କିଛି ନୂଆ କଥା ନୁହେଁ। ଜଣେ ଡାକ୍ତର ଗର୍ଭବତୀଙ୍କୁ ଦୁଷ୍କର୍ମ କରିଛନ୍ତି। ଡେଲିଭରି ସମୟରେ ଜୀବନ ବଞ୍ଚାଇବା ପରିବର୍ତ୍ତେ ନିଜ କାମନାକୁ ଚରିତାର୍ଥ କରିଥିଲେ ଏହି ଦ୍ୱିତୀୟ ଭଗବାନ। ଏଭଳି ନୃଶଂସ ଘଟଣା ବ୍ରାଜିଲରୁ ସାମ୍ନାକୁ ଆସିଛି। ସି-ସେକ୍ସନ ଅପରେସନ ସମୟରେ ଡାକ୍ତର ଜଣକ ଏଭଳି କାଣ୍ଡ କରିଛନ୍ତି। ତେବେ ଏହି ଅପରାଧର ସମ୍ପୂର୍ଣ୍ଣ ଘଟଣା ସିକ୍ରେଟ୍ କ୍ୟାମେରାରେ ରେକର୍ଡ ହୋଇଛି। ଅଭିଯୁକ୍ତ ଡାକ୍ତର ଏଭଳି ଭାବରେ ୫ ଥର ଦୁଷ୍କର୍ମ କରିଥିବା ଆଶଙ୍କା କରାଯାଉଛି। ଅଭିଯୁକ୍ତ ୩୨ ବର୍ଷୀୟ ଡାକ୍ତର ଜିୟୋବାନୀ କ୍ୱିଣ୍ଟେଲା ବେଜରାଙ୍କୁ ରିଓ ଡି ଜେନେରିଓରୁ ପୋଲିସ ଗିରଫ କରିଛି।
ରିପୋର୍ଟ ଅନୁସାରେ, ଗିରଫ ହେବା ପରେ ବେଜରାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହି ଘଟଣା ରିଓ ଡି ଜେନେରିଓର ହସ୍ପିଟାଲ ଦା ମୁହ୍ଲାରର ବୋଲି ଜଣାଯାଇଛି। ଏଠାରେ ଡେଲିଭରି ପାଇଁ ଆସିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତର ପ୍ରଥମେ ବେହୋସ କରି ଦେଇଥିଲେ ଏବଂ ପରେ ତାଙ୍କର ଓରାଲ ରେପ କରାଯାଇଥିଲା। ଆଶଙ୍କା କରାଯାଉଛି ଯେ ସେ ପୂର୍ବରୁ ଏଭଳି କାରନାମା କରିଛନ୍ତି। ବେଜରା କିଛି ମାସ ତଳେ ହିଁ ଆନାସ୍ଥେସିଆର କୋର୍ସ କରିବା ପରେ ତାଙ୍କୁ ଏହି ହସ୍ପିଟାଲରେ ଚାକିରି ମିଳିଥିଲା। ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ଏ ନେଇ ସନ୍ଦେହ ହେବାରୁ ସେମାନେ ଅପରେସନ ଥିଏଟରରେ ଏକ ହିଡେନ୍ କ୍ୟାମେରା ମଧ୍ୟ ଲଗାଇଥିଲେ। ଏହି କ୍ୟାମେରା ମାଧ୍ୟମରେ ଡାକ୍ତରଖାନା କର୍ତ୍ତୃପକ୍ଷ ଜାଣିବାକୁ ଚାହୁଁଥିଲେକି ବେଜରା ଠିକ ଭାବରେ ଇଞ୍ଜେକସନ୍ ଦେଉଛନ୍ତି କି ନାହିଁ। ଗିରଫ ହେବା ପରେ ଅଭିଯୁକ୍ତକୁ ୮ ରୁ ୧୫ ବର୍ଷ ଯାଏଁ ଜେଲ ହୋଇପାରେ।
ବର୍ତ୍ତମାନ ଅଭିଯୁକ୍ତ ଡାକ୍ତରକୁ ବ୍ରାଜିଲର ସବୁଠୁ ବଡ଼ ଜେଲ ବାଙ୍ଗୁରେ ରଖାଯାଇଛି। ପୋଲିସ ତଦନ୍ତ ବେଳେ ଜଣାପଡ଼ିଛିକି ବେଜରା ୨୦୧୮ରୁ ହିଁ ହସ୍ପିଟାଲରେ ଅଭଦ୍ରାମୀ କରିଥିବା ନେଇ ଅଭିଯୋଗର ସାମ୍ନା କରୁଛନ୍ତି। ପୂର୍ବରୁ ସେ ଓ ଆଉ ଜଣେ ଡାକ୍ତରଙ୍କ ଉପରେ ଭୁଲ ଚିକିତ୍ସା କରିଥିବା ନେଇ ଆରୋପ ଲାଗିଥିଲା। ସେମାନଙ୍କ ଭୁଲ ଚିକିତ୍ସା ଯୋଗୁ ଜଣେ ୨୩ ବର୍ଷୀୟା ମହିଳା କୋମାକୁ ଚାଲିଯାଇଥିବା କଥା ନେଇ ଅଭିଯୋଗ ହୋଇଥିଲା।