ଦୁନିଆରେ ବହୁ ଅଜବଗଜବ ଜିନିଷ ରହିଛି, କିନ୍ତୁ ତାଙ୍କ ସମ୍ପର୍କରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ|ସୋସିଆଲ ମିଡିଆରେ ଚୀଳର ଏକ ନୂଆ ଆଇସକ୍ରିମର ଚର୍ଚ୍ଚା ଜୋର ସୋର ହେଉଛି,ଯାହାକୁ ନିଆଁରେ ରଖିଲେ ମଧ୍ୟ ତରଳେ ନାହିଁ|ବହୁ ଲୋକ ଆଇସକ୍ରିମକୁ ଲାଇଟର ମଧ୍ୟ ଦେଖାଇଲେ ସେତେବେଳେ ମଧ୍ୟ ଆଇସକ୍ରିମ ତରଳିଲା ନାହିଁ|କହିରଖେ ଏହି ଆଇସକ୍ରିମକୁ ଏକ କୋଠରୀରେ ୮୮ ଡିଗ୍ରୀ ଫାରେନହାଇଟ ତାପମାନରେ ୧ ଘଣ୍ଟା ପର୍ଯ୍ୟନ୍ତ ରଖାଗଲା ତଥାପି ଚୀନର ଏହି ନୂଆ ଆଇସକ୍ରିମ ତରଳିଲା ନାହିଁ|
ଡେଲି ଷ୍ଟାରରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଲୋକମାନେ ଏହି ଅଜବ ଗଜବ ଆଇସକ୍ରିମ ସମ୍ପର୍କରେ ଜାଣିଶୁଣି ଅଲଗା ଅଲଗା ପ୍ରକାରର ପ୍ରତିକ୍ରିୟା ରଖିଛନ୍ତି|ବଡ ସଂଖ୍ୟାରେ ଲୋକମାନେ ଜାଣିବାକୁ ଚାହୁଁଛନ୍ତି ଯେ ଏହି ନୁଆ ଆଇସକ୍ରିମରେ କ’ଣ ମିଶା ଯାଇଛି ଯାହାକୁ ନିଆଁରେ ରଖିଲେ ମଧ୍ୟ ତରଳୁ ନାହିଁ|ଜଣେ ୟୁଜର କହିଛନ୍ତି ଯଦି ଏହି ଆଇସକ୍ରିମ ନିଆରେ ତରଳୁ ନାହିଁ ତେବେ ଖାଇବା ପରେ ପେଟରେ ଯାଇ ତରଳିବ ?
ସୂଚନାଯୋଗ୍ୟ ଏହି ଆଇସକ୍ରିମ ସମ୍ପର୍କରେ ଜାଣିବା ପରେ ଅନ୍ୟ ଏକ ୟୁଜର ପଚାରିଲା ଆଇସକ୍ରିମ କେଉଁଥିରେ ତିଆରି ଯାହା ଏତେ ମଜବୁତ ରଖିଥାଏ|ଏହି ଅଜବଗଜଵ ଆଇସକ୍ରିମର ନାମ ଚିସକ୍ରିମ କୁହାଯାଇଥାଏ|ଏହାର ମୂଲ୍ୟ ୮.୨୦ ୟୁରୋ ମାନେ ପାଖାପାଖି ୬୫୬ ଟଙ୍କା ମାନେ ଏହି ଆଇସକ୍ରିମ ଖାଇବା ପାଇଁ ମହଙ୍ଗା ଟଙ୍କା ଦେବାକୁ ପଡିବ|
ଆଇସକ୍ରିମ ବନାଉଥିବା କମ୍ପାନୀ କହିଲା ଯେ ଏଥିରେ କେରୋଜେନନ୍ ଗମ ମିଶା ଯାଇଛି ଯାହା ଆଇସକ୍ରିମକୁ ନିଜ ଆକାର ବଜାୟ ରଖିବାରେ ସାହାଯ୍ୟ କରିଥାଏ|ସେ ଆଗକୁ କହିଛନ୍ତି ଆଇସକ୍ରିମକୁ ବେକ୍ କରି ବା ନିଆଁରେ ରଖି ତାର ଗୁଣବତ୍ତା ଚେକ କରିବା ବୈଜ୍ଞାନିକ ଉପାୟ ନାହିଁ|ଆଇସକ୍ରିମ ବନାଇବା ପାଇଁ ନେସନାଲ ଷ୍ଟାଣ୍ଡାର୍ଡର ପାଳନ କରାଯାଇଛି|ଫେନେରୋଜେନ ଗରମ ଦୁଧର ପ୍ରୋଟିନ ସ୍ଥିରତା ବଜାୟ ରଖିବାରେ ସାହାଯ୍ୟ କରିଥାଏ|