ସାଧାରଣତଃ ସବୁବେଳେ ଆମେମାନେ ଦେଖିଥିବା ଯେଉଁମାନେ ଦେଖିବାକୁ ସୁନ୍ଦର ସେମାନେ ସବୁବେଳେ ସମସ୍ତଙ୍କ ପାଖରେ ଚର୍ଚ୍ଚିତ ହୋଇଥାଆନ୍ତି, ଲୋକମାନେ ତାଙ୍କର ସୌନ୍ଦର୍ଯ୍ୟକୁ ନେଇ କିଛି ନା କିଛି କଥା ତ ନିଶ୍ଚିତ ହେଉଥାଆନ୍ତି ଯେଉଁଥି ପାଇଁ କି ସେମାନେ ଅଧିକ ଲୋକଙ୍କ ପାଖରେ ପରିଚିତ ହୋଇ ପାରନ୍ତି। ଆଜିର ଜମାନା ରେ ତ ସବୁ ଲୋକ ସୋସିଆଲ ମିଡିଆ ସହ ଯୋଡିତ ଥିବେ ଆଉ ସେଥିରେ ଦେଖିଥିବେ କି ଯେଉଁମାନେ ଟିକେ ସୁନ୍ଦର ଥାଆନ୍ତି ସେମାନେ ଅଧିକ ଚର୍ଚ୍ଚିତ ଥାଆନ୍ତି ଆଉ ସୋସିଆଲ୍ ମିଡିଆ ସାଇଟ୍ ରେ ତାଙ୍କର ଫଲୋର୍ସ ମଧ୍ୟ ଅଧିକ ଥାଆନ୍ତି। ରାଜସ୍ଥାନ କ୍ୟାଡର ଆଇଏଏସ୍ ଟିନା ଡାବି ନିଜ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି ।
ସୋସିଆଲ ମିଡିଆରେ ଟିନାଙ୍କର ବହୁତ ଫ୍ୟାନ୍ ଫଲୋଇଙ୍ଗ୍ ଅଛନ୍ତି । ଲୋକମାନେ ସେମାନଙ୍କ ସହ ଜଡିତ ଅନେକ କଥା ଜାଣିବାକୁ ସୁବବେଳେ ଉତ୍ସାହ ରଖିଥାନ୍ତି । ଟିନା ମଧ୍ୟ ନିଜ ବ୍ୟକ୍ତିଗତ ଏବଂ ପ୍ରୋଫେସନାଲ ଜୀବନ ସହିତ ଜଡିତ ଜିନିଷ ଅପଡେଟ କରିବାକୁ ପଛଘୁଞ୍ଚା ଦିଅନ୍ତିନାହିଁ। କିନ୍ତୁ ଆପଣଙ୍କୁ ଜଣାଅଛି ଟିନା ଡାବିଙ୍କ ବ୍ୟତୀତ କିଛି ଏପରି ଲେଡି ଆଇଏଏସ୍ ଅଧିକାରୀ ଅଛନ୍ତି, ଯେଉଁମାନେ ଲୋକମାନଙ୍କ ମଧ୍ୟରେ ବହୁତ ଫେମସ୍।
Here's to the 8th Season🌿of @HarithaHaram
Thankyou @MPsantoshtrs for #GreenindiaChallenge
Happy Planting 🐾🍃 everyone! pic.twitter.com/k5MqOzw74X— Smita Sabharwal (@SmitaSabharwal) June 24, 2022
ଏହି ଅଧିକାରୀମାନେ ନିଜର ସୌନ୍ଦର୍ଯ୍ୟ ଏବଂ କାମ ପାଇଁ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।ତେବେ ଏମାନଙ୍କ ମଧ୍ୟରୁ ଜଣେ ସୁନ୍ଦରୀ ଆଇଏଏସ ଅଧିକାରୀଙ୍କ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଯିଏ ମାତ୍ର ୨୩ ବର୍ଷ ବୟସରେ ଆଇଏଏସ ହୋଇଥିଲେ । ସେ ହେଉଛନ୍ତି ସ୍ମିତା ସଭରୱାଲ । ଆଇଏଏସ୍ ଅଧିକାରୀ ଭାବରେ ଆଦର୍ଶ କାର୍ଯ୍ୟ ପାଇଁ ସ୍ମୃତି ସଭରୱାଲ ଅନେକ ପ୍ରଶଂସା ଅର୍ଜନ କରିଛନ୍ତି । ସେ ସମଗ୍ର ଦେଶରେ ଆଇଏଏସ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଏକ ପ୍ରେରଣା । ସ୍ମିତା ହେଉଛି ୨୦୦୦ ବ୍ୟାଚର ଆଇଏଏସ ଟପ୍ପର । ସେ ଚତୁର୍ଥ ରାଙ୍କ ହାସଲ କରିଥିଲେ ।ସ୍ମିତା ଅବସରପ୍ରାପ୍ତ ସେନା ଅଧିକାରୀ କର୍ଣ୍ଣେଲ ପି.କେ ଦାସ ଏବଂ ପୁରବି ଦାସଙ୍କ ଝିଅ ।
ସେ ହାଇଦ୍ରାବାଦର ସେଣ୍ଟ ଆନ୍, ମାର୍ରେଡପାଲୀରୁ ଦ୍ୱାଦଶ ଶେଷ କରିଥିଲେ । ସେ ତାଙ୍କ ଦ୍ୱାଦଶ ଶ୍ରେଣୀ (ଆଇସିଏସଇ ବୋର୍ଡ) ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହା ପରେ ସେ ସେଣ୍ଟ ଫ୍ରାନ୍ସିସ୍ କଲେଜ ଫର ୱୁମେନରୁ ବି.କମ୍ କରିଛନ୍ତି। ଆଇଏଏସ ପରୀକ୍ଷାର ପ୍ରଥମ ପ୍ରୟାସରେ ସ୍ମିତା ବିଫଳ ହୋଇଥିଲେ । ୨୦୦୦ ରେ ସେ ଦ୍ୱିତୀୟ ଥର ପାଇଁ ପରୀକ୍ଷା ଦେଲେ । ଏଥର ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ଚତୁର୍ଥ ରାଙ୍କ ହାସଲ କଲେ । ଆଉ ମାତ୍ର ୨୩ ବର୍ଷ ବୟସରେ ଏହି ସଫଳତା ପାଇଲେ ।ଏହା ପରେ ସ୍ମିତା ତେଲେଙ୍ଗାନା କ୍ୟାଡର ଆଇଏଏସ୍ ପାଇଁ ତାଲିମ ନେଲେ ।
🌨⛈️🌦Clouds suit my mood !
Hurry up #monsoon 🌧 pic.twitter.com/bg8ZbRw7sd— Smita Sabharwal (@SmitaSabharwal) June 23, 2022
ସେ ଚିତୁରରେ ସବ୍-କଲେକ୍ଟର ରହିଲେ। ଏହା ବ୍ୟତୀତ ସେ କୁଡପା ଗ୍ରାମୀଣ ବିକାଶ ଏଜେନ୍ସିର ପ୍ରକଳ୍ପ ନିର୍ଦ୍ଦେଶକ, ୱାରଙ୍ଗାଲର ମ୍ୟୁନିସିପାଲିଟି କମିଶନର ତଥା କୁର୍ନୁଲର ଯୁଗ୍ମ କଲେକ୍ଟର ଭାବରେ କାର୍ଯ୍ୟ କରିଛନ୍ତି । ଯେଉଁଠାରେ ବି ସ୍ମିତାଙ୍କର ପୋଷ୍ଟିଂ କରାଯାଇଥିଲା, ସେଠାରେ ସେ ଲୋକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ତାଙ୍କର ଇମେଜ୍ ସରକାରୀ କର୍ମଚାରୀଙ୍କ ଚିତ୍ରରେ ପରିଣତ ହୋଇଛି ।