ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭାରତ ପାଇଁ ଭିଲିଆନ ସାଜିଲେ ଏହି ତିନି ଖେଳାଳି, ସମ୍ପୂର୍ଣ୍ଣ ଭାବରେ ଫେଲ ମାରିଲା ଭାରତ

0

Get real time updates directly on you device, subscribe now.

ଦ୍ଵିତୀୟ ଦିନିକିଆ ମ୍ୟାଚରେ ଇଂଲଣ୍ଡ ଭାରତକୁ 100 ରନରେ ହରାଇ ଦେଇଛି। ଏହି ମ୍ୟାଚରେ ଭାରତୀୟ ବ୍ୟାଟିଂ ଲାଇନ ଅପ ସମ୍ପୂର୍ଣ୍ଣ ଭାବରେ ଫେଲ ମାରିଥିଲା। ଏଥିସହ ଦ୍ଵିତୀୟ ଦିନିକିଆ ମ୍ୟାଚ ଜିତି ଇଂଲଣ୍ଡ ସିରିଜକୁ 1-1 ରେ ବରାବର କରିଦେଇଛି। ଦ୍ଵିତୀୟ ଦିନିକିଆ ମ୍ୟାଚରେ ଏହି ତିନି ଖେଳାଳିନ୍କ ଫର୍ମ ଖରାପ ସାବ୍ୟସ୍ତ ହୋଇଥିବାରୁ ଭରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।

ଖରାପ ଫର୍ମ ଦେଇ ଗତି କରୁଛନ୍ତି ଏହି ଖେଳାଳି:-

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ ଫ୍ଲପ ହୋଇଯାଇଥିଲେ। ତାଙ୍କ ବ୍ୟାଟରୁ ରନ ବାହାରିବା ସମ୍ଭବ ହୋଇନଥିଲା ଓ ଏହା ପରାଜୟର ସବୁଠାରୁ ବଡ଼ କାରଣ ଥିଲା। ଯେତେବେଳେ ଦଳକୁ ଅନ୍ୟ ଖେଳାଳିଙ୍କ ଠାରୁ ଆବଶ୍ୟକତା ଥାଏ ସେ ସେହି ସମୟରେ ଆଉଟ ହୋଇ ପାଭିଲିୟନ ଫେରିଥିଲେ। ଏହି ମ୍ୟାଚରେ ସେ ନିଜର ଖାତା ଖୋଲି ପାରିନଥିଲେ। ତୃତୀୟ ଦିନିକିଆ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ତାଙ୍କ ସ୍ଥାନରେ ଇଶାନ କିଶାନଙ୍କୁ ସୁଯୋଗ ଦେଇପାରନ୍ତି।

ଏହି ଖେଳାଳିଙ୍କ ମୁସ୍କିଲ ଏବେଯାଏଁ ଶେଷ ହେଉନାହିଁ:-

ଭାରତୀୟ ସୁପରଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରନ ବନାଇବା ତ ଦୂରର କଥା, ସେ ପିଚ ରେ ତିଷ୍ଠି ରହିବାକୁ ସଂଘର୍ଷ କରୁଛନ୍ତି। ବିରାଟ କୋହଲି ନିଜର ଶାନଦାର ଆରମ୍ଭ କରିଥିବା ପାଳିକୁ ସଠିକ ଭାବରେ ସମାପ୍ତ କରି ପାରୁନାହାନ୍ତି। ବିରାଟ ଏହି ମ୍ୟାଚରେ ମାତ୍ର 16 ରନ କରି ଆଉଟ ହୋଇଥିଲେ ଓ ଏହି ଷ୍ଟାର ବ୍ୟାଟ୍ସମ୍ୟାନ ବିଗତ ଦୁଇବର୍ଷରେ କ୍ରିକେଟ ର କୌଣସି ଫର୍ମାଟରେ ଶତକ ଲଗାଇନାହିଁ।

ଲୟରେ ନାହାଁନ୍ତି ଏହି ଓପନର:-

ଦୀର୍ଘ ଛଅ ମାସ ପରେ ଭାରତୀୟ ଟିମକୁ ଶିଖର ଧାୱନଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିଲା, କିନ୍ତୁ ଖରାପ ଫର୍ମ ତାଙ୍କ ପିଛା ଛାଡୁନାହିଁ। ଏହି ମ୍ୟାଚରେ ରୋହିତ ଶର୍ମା ଜଲଦି ଆଉଟ ହେବାପରେ ତାଙ୍କ ଉପରେ ରନ ବନାଇବାର ଦାୟିତ୍ୱ ରହିଥିଲା କିନ୍ତୁ ସେ ଏହି ମ୍ୟାଚରେ କେବଳ 9 ରନ କରି ଆଉଟ ହୋଇଥିଲେ। ଶିଖର ଧାୱନଙ୍କ ସ୍ଥାନ ନେବାପାଇଁ ବହୁତସାରା ଖେଳାଳି ମଧ୍ୟ ଲାଇନରେ ରହିଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କ ଭରସା ଭାଙ୍ଗିଦେଲେ ଏହି ଖେଳାଳି।

Leave A Reply

Your email address will not be published.